ମାଥିଲି,୨୭/୦୮ : ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ମାଥିଲି ବ୍ଲକର ଅନେକ ସ୍ଥାନରେ ଲଗାଣ ବର୍ଷା ଲାଗି ଘରେ ଘରେ ପଶିଛି ପାଣି । ଏପିରିକି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଅନେକ ଗାଁର ରାସ୍ତା ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି । ସେହିପରି ପାଙ୍ଗାମ, ସପ୍ତଧାରା ଭଳି ନଦୀରେ ବନ୍ୟା ଜଳ ନିଷ୍କାସିତ ହୋଇନପାରି ମୁଖ୍ୟ ରାସ୍ତା ସହ କିଛି ଜନବସତି ଭିତରକୁ ପଶିଯାଇଛି ପାଣି । କିଆଙ୍ଗ ଠାରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ମହୁପଦର, କମାରପାଲି ଓ କିଆଙ୍ଗର ବିଭିନ୍ନ ଗାଁରେ ବନ୍ୟା ପାଣି ପ୍ରବେଶ କରିଥିବାର ଦେଖିବାକୁ ମିଳିଛି ।

ସୌରଭ ଭାରଦ୍ୱାଜଙ୍କ ଘରେ ଇଡି ଚଢ଼ାଉ ମାମଲା; ବିଜେପିକୁ...