ପ୍ରମୁଖ ଖବର
  • ଏସିଆନ୍ କ୍ରିକେଟ୍: ସ୍ବର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା ଦଳ, ୧୯ ହାରିଲା ଶ୍ରୀଲଙ୍କା
  • ||
  • ନୂଆଦିଲ୍ଲୀ: ବଢ଼ିବ ବାୟୁସେନାର ଶକ୍ତି, ଆଜି ସାମିଲ ହେବ ସି-୨୯୫ ଯୁଦ୍ଧ ବିମାନ
  • ||
  • ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ବିିତୀୟ ଦିନ, ଗୃହ ଆରମ୍ଭରୁ ହଟ୍ଟଗୋଳ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ଭୁବନେଶ୍ୱର: ରଙ୍ଗ୍‌ ରୁଟ୍‌ ଡ୍ରାଇଭ୍ କରୁଥିଲେ, ୧୦୨ ଗାଡ଼ି ଜବତ କଲା ପୋଲିସ: କୋର୍ଟରୁ ରିଜିଲ ଅର୍ଡର ଆଣିଲେ ମିଳିବ ଗାଡ଼ି
  • ||
  • କଲମ୍ବୋ: ଶ୍ରୀଲଙ୍କା ପାଇଁ ଆହତ ଟେନ୍‌ସନ୍, ଦିନିକିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ହସରଙ୍ଗା, ଚାମୀର
  • ||
  • ନୂଆପଡ଼ା: ସ୍କ୍ରବ୍‌ ଟାଇଫସ ସଂକ୍ରମଣରେ ମହିଳା ମୃତ ଅଭିଯୋଗ, ଡିଜିଟାଲ ସର୍ଭେ ବେଳେ କାମୁଡ଼ିଥିଲା ପୋକ
  • ||
  • ଭୁବନେଶ୍ୱର: ଆଜିଠୁ ଘରେ ଘରେ ପହଞ୍ଚିବ କଂଗ୍ରେସ, ବା
  • ||
  • ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଫାଟ ପଛରେ ଆମେରିକା ମୁଖ୍ୟ କାର୍ପଟଦାର ! କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ..
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଲେ ସୁନା ପଦକ
  • ||
  • ଭୁବନେଶ୍ୱର: ଆସିଲାଣି ମୌସୁମୀ ଫେରିବା ସମୟ: ଏବେ ବି ୩ ଜିଲ୍ଲାରେ ମାତ୍ରାଧିକ, ଆଉ ୩ ରେ ନିଅଣ୍ଟିଆ ବର୍ଷା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଶେଷ, ବଡ଼ଦାଣ୍ଡରେ କଂସକୁ ବଧ କଲେ ଶ୍ରୀକୃଷ୍ଣ
  • ||

ରାଜସ୍ଥାନରେ ପ୍ରବଳ ଝଡ଼ ତୋଫାନ : ଭାଙ୍ଗିଲା ମୋବାଇଲ ଟାୱାର ଓ କୋଠା ଘର

ଜୟପୁର : ରାଜସ୍ଥାନରେ ପାଣିପାଗ ଭୟଙ୍କର ରୂପ ଧାରଣ କରିଛି। ପାକିସ୍ତାନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପବନ ପ୍ରଚଣ୍ଡ ରୂପ ଧାରଣ କରିଛି। ଏହା ଏତେ ଭୟଙ୍କର ହୋଇ ଯାଇଛି କି ଭାରତୀୟ ପାଣିପାଗ ବିଭାଗ ପାକିସ୍ତାନ ନିକଟ ରାଜସ୍ଥାନର ସବୁ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି କରି ଦେଇଛି । ଜୋରରେ ପବନ ବହିବା କାରଣରୁ ନାଗୌରରେ ଆଜି ଅପରାହ୍ନ ୩ଟାରେ ଆସିଥିବା ଝଡ଼ ତୋଫାନରେ ଅନେକ ଗଛ , ବିଜୁଳି ପୋଲ ,ହୋର୍ଡିଂ ଏବଂ ଟିଣ ଶେଡ୍‌ ଧରାଶାୟୀ ହୋଇ ଯାଇଛି। ନାଗୌର ସହରରେ ପବନର ଗତି ଏତେ ପ୍ରବଳ ଥିଲା କି ସହରର ଖତ୍ରିପୁରା ଅଞ୍ଚଳରେ ଏକ ମୋବାଇଲ ଟାୱାର ଭାଙ୍ଗି ଖସି ପଡ଼ିଥିଲା।

ଟାୱର କୋଠା ଘର ଉପରେ ଖସି ପଡ଼ିବାରୁ କୋଠାକୁ ବି ଖୁବ୍‌ କ୍ଷତି ହୋଇଛି।  ଅନ୍ୟପଟେ ରାଜସ୍ଥାନ ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ଆଗାମୀ ୨୪ ଘଣ୍ଟାରେ ଜୟପୁର , ଅଲୱର , ଝୁନଝୁନ, ଦୌସା ଆଦି ଜିଲ୍ଲାରେ ପବନର ବେଗ ଘଣ୍ଟାକୁ ୬୦-୮୦ କି.ମି ବହିବା ସହ ଖୁବ୍‌ ଜୋରରେ ବର୍ଷା ହେବାର ସମ୍ଭାବନା ଥିବା ସତର୍କ ସୂଚନା ଜାରି କରିଛି। ଡୁଙ୍ଗରପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ବି ହୋଇ ଯାଇଛି ।

Weather Update: Mobile tower collapses in Nagaur due to heavy rain and strong  wind in Bikaner - राजस्थान में तेज रफ्तार से चली आंधी, नागौर में मोबाइल  टावर गिरा; बीकानेर में भारी

ଖରାପ ପାଗ ପ୍ରଭାବରେ ଆଜି ବିକାନେରରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ପଶ୍ଚିମୀ ରାଜସ୍ଥାନର ଯୋଧପୁର ଓ ବିକାନେର ଅଞ୍ଚଳର ଅଧିକାଂଶ ଭାଗରେ ଆଗାମୀ ୩ଦିନରେ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ବେଗରେ ପବନ ବହି ପାରେ । ଏହାସହ ପ୍ରବଳ ବର୍ଷା ସହ ଘଡ଼ଘ଼ଡ଼ି ଓ କୁଆପଥର ବୃଷ୍ଟିର ସମ୍ଭାବନା ମଧ୍ୟ ରହିଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଏହି ସମୟରେ ବିକାନେର ଓ ନାଗୌର ସହ ଆଖପାଖର ଜିଲ୍ଲାରେ ପ୍ରତିଘଣ୍ଟା ୧୧୦ କିଲୋମିଟର ବେଗରେ ପବନ ବହୁଛି। ଫଳରେ ଏହି ସବୁ ଅଞ୍ଚଳରେ ଖୁବ୍ କ୍ଷତି ଘଟିଛି । କୋଠା ଘର ଭାଙ୍ଗି ଯାଇଛି।

wp:heading {"level":1}

 

/wp:heading

Copyright © 2022 - Summa Real Media Private Limited. All Rights Reserved.