ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି

Published By : Ankita S | July 4, 2025 8:16 AM

ନୂଆଦିଲ୍ଲୀ,୦୪/୦୭: ପ୍ରକୃତି କୋପରେ ପାହାଡ଼ି ରାଜ୍ୟ । ଉତ୍ତର ଭାରତରେ ବର୍ଷା ବିଭୀଷିକା ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ସବୁ ଛାରଖାର କରିଛି । ଯେଉଁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି । ଧନଜୀବନ ନଷ୍ଟ ହୋଇଛି । ହିମାଚଳ ପ୍ରଦେଶରେ ଏଯାବତ୍ ୩୭ ଜଣଙ୍କ ଜୀବନ ନେଲାଣି ବାଦଳଫଟା ବର୍ଷା । ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଛି । ଜୁଲାଇ ୭ ଯାଏ ହିମାଚଳ ପ୍ରଦେଶକୁ ରେଡ ଆଲର୍ଟ ଜାରି ହୋଇଛି । ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ । 

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ ସଙ୍ଗିନ ହୋଇଛି ।  ୨୦ରୁ ଊଦ୍ଧ୍ୱର୍ ସ୍ଥାନରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା ହୋଇଛି । ମୌସୁମୀଜନିତ ବର୍ଷାରେ ହିମାଚଳରେ ମୃତ୍ୟୁସଂଖ୍ୟା ୩୭ରେ ପହଞ୍ଚିଛି । ୨୫୦ରୁ ଅଧିକ ସଡ଼କ ବନ୍ଦ ହୋଇଯାଇଛି । ୯୧୮ ଟ୍ରାନ୍ସଫର୍ମର ଖରାପ ହୋଇଛି । ୧୪୮ ଘର କ୍ଷତିଗ୍ରସ୍ତ ହୋଇଛି । ମଣ୍ଡି ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବିଶେଷକରି ଥୁନାଗ ଉପଖଣ୍ଡ, ଯେଉଁଠାରେ ରାସ୍ତାଘାଟ ବନ୍ଦ ହୋଇଛି । ବିଦ୍ୟୁତ୍ ଏବଂ ଜଳ ଯୋଗାଣ ଭଳି ଅତ୍ୟାବଶ୍ୟକୀୟ ସେବା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି । କେବଳ ମଣ୍ଡିରେ ୪୦ ଜଣ ନିଖୋଜ ଅଛନ୍ତି । ଜୁଲାଇ ୭ ଯାଏ ହିମାଚଳ ପ୍ରଦେଶକୁ ରେର୍ଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ଅଧିକ ପଢନ୍ତୁ...ଭାରତୀୟ ରେଳବାଇରେ ନୂଆ ନିୟମ: ରିଜର୍ଭେସନ୍ ଚାର୍ଟ ପ୍ରସ୍ତୁତି ସମୟରେ ହେଲା ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ପୁରା ଖବର...

ସେପଟେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଚାରିଧାମ ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଯାତ୍ରା ମାର୍ଗ ସମ୍ପୂର୍ଣ୍ଣ ସୁରକ୍ଷିତ ହେବା ପରେ ହିଁ ଯାତ୍ରା ପୁନଃ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି । ଉତ୍ତରାଖଣ୍ଡର କେଦାରନାଥ ମାର୍ଗରେ ସୋନପ୍ରୟାଗ ନିକଟରେ ଭୂସ୍ଖଳନ ହୋଇଛି । ଫଳରେ ସେହି ରାସ୍ତା ବନ୍ଦ ହୋଇଯାଇଛି । ଏଥିଯୋଗୁ ପ୍ରାୟ ୪୦ ଶ୍ରଦ୍ଧାଳୁ ଫସି ରହିଥିଲେ । ଏସ୍‌ଡିଆର୍‌ଏଫ୍‌ ଟିମ୍‌ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.