ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ପୋଖରାସାଲହେ ଓ ଝିର୍ଲାପାଲିରେ ପ୍ରବଳ ବର୍ଷା; ଝିର୍ଲାପାଲି- ଘଣ୍ଟମାଲ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

Published By : Harapriya Sethi | July 6, 2025 2:54 PM

ପୋଖରାସାଲହେ,୦୬/୦୭: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍ ପୋଖରାସାଲହେ ଓ ଝିର୍ଲାପାଲି ପଞ୍ଚାୟତରେ ଶନିବାର ଅପରାହ୍ଣରୁ ରବିବାର ସକାଳ ଯାଏଁ ପ୍ରବଳ ବର୍ଷା । ଲଗାଣ ବର୍ଷା କାରଣରୁ ବହୁ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି । ଶନିବାର ସନ୍ଧ୍ୟାରେ ବର୍ଷା ସହ ବଜ୍ରପାତ ଯୋଗୁଁ ମାଲିଡିହି ଗାଁର ଛୁନକୁ ସାହୁଙ୍କ ସ୍ତ୍ରୀ ବବି ସାହୁ ଆହତ ହୋଇଥିବା ଅଭିଯୋଗ ହୋଇଛି । ଏହାସହ ବଜ୍ରପାତ ଯୋଗୁଁ ଛୁନକୁଙ୍କ ସହ ଅନେକ ବ୍ୟକ୍ତିଙ୍କ ଟିଭି, ଫ୍ରିଜ, ବିଦ୍ୟୁତ୍ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡି ଯାଇଥିବା ଅଭିଯୋଗ ହୋଇଛି ।

ଏହାସହ ମାଟି ଧସିବାରୁ ଘଣ୍ଟମାଲ ଗ୍ରାମର ଆଲୋକ ପଟେଲଙ୍କ କୂଅ ସମ୍ପୂର୍ଣ୍ଣ ପୋତି ହୋଇ ପଡିଛି । ପ୍ରବଳ ବର୍ଷା ଯୋଗୁଁ ଛୋଟ ଛୋଟ ନାଳମାନଙ୍କର ପାଣି ବ୍ରିଜ୍‌ ଓ ରାସ୍ତା ଉପରେ ବହୁଛି । ଘଣ୍ଟମାଲ ନାଳ ବ୍ରିଜ୍ ଉପରେ ପ୍ରାୟ ୩ ଫୁଟ ପାଣି ବହୁଥିବାରୁ ଝିର୍ଲାପାଲି ଓ ଘଣ୍ଟମାଲ ମଧ୍ୟରେ ଯାତାୟାତ ବନ୍ଦ ହୋଇଯାଇଛି । ବହୁ ଘର କାନ୍ଥ ଭାଙ୍ଗି ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.