ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ବାର୍ଷିକ ଦରମା ୧୨୧ କୋଟି, ଜାଣନ୍ତୁ କିଏ ଏହି ରବି ଝୁନଝୁନୱାଲା

ନୁଆଦିଲ୍ଲୀ ୨୬/୭: ଏଚଇଜି ଲିମିଟେଡର ଚେୟାରମ୍ଯାନ୍ ତଥା ଚିଫ୍ ମ୍ୟାନେଜିଂ ଡାଇରେକ୍ଟର ରବି ଝୁନଝୁନୱାଲାଙ୍କୁ ଆର୍ଥିକ ବର୍ଷ ୨୦୧୮-୧୯ରେ ୧୨୧.୩୭ କୋଟି ଟଙ୍କାର ଦରମା ମିଳିଛି । ମିଡିଆ ରିପୋର୍ଟ୍ସ ଅନୁସାରେ କମ୍ପାନୀର ଆର୍ଥିକ ବର୍ଷରେ ସମସ୍ତ କର୍ମଚାରୀଙ୍କୁ ଦିଆଯାଇଥିବା ଦରମାର ମୂଲ୍ଯ ୧୯୮ କୋଟି ଟଙ୍କା । ଏବଂ ଏଥିରୁ କେବଳ ୧୨୧ କୋଟି ଟଙ୍କା କେବଳ ଝୁନଝୁନୱାଲାଙ୍କର ।

ଇକୋନୋମିକ୍ସ ଟାଇମ୍ସରେ ଛପାଯାଇଥିବା ଖବର ଅନୁସାରେ ଅନେକ କର୍ପୋରେଟର ଗଭର୍ନେନ୍ସ ଫର୍ମ, ଏଚଇଜି ପ୍ରମୁଖଙ୍କ ଏତେ ଟଙ୍କା ଦରମା ନେଇ ପ୍ରଶ୍ନ ଉଠାଇଛନ୍ତି । ପ୍ରମୋଟର୍ସ ଓ ସେୟାରହୋଲ୍ଡରଙ୍କ ସାଲାଲୀ ବହୁତ ଅଧିକ ହେବା ଉଚିତ୍ ନୁହେଁ ଏବଂ ଲାଭାଶଂକୁ ସବୁ ସେୟାରହୋଲ୍ଡରଙ୍କ ମଧ୍ୟରେ ଡେବିଣ୍ଡେଣ୍ଡ ରୂପେ ବାଣ୍ଟିବା ଉଚିତ୍ । କମ୍ପାନୀ ଅଧିନିୟମ ୨୦୧୩ ଅନୁସାରେ କୌଣସି କମ୍ପାନୀର ମ୍ଯନେଜର ଶୁଦ୍ଧ ଲାଭାଶଂର ୫ ପ୍ରତିଶତରୁ ଅଧିକ ବେତନ ନେଇପାରିବ ନାହିଁ ।

ଗତ ଆର୍ଥିକ ବର୍ଷରେ ଗ୍ରାଫାଇଟର ମୂଲ୍ୟ ବୃଦ୍ଧି ପାଇବା ଫଳରେ କମ୍ପାନୀର ଲାଭାଶଂରେ ମଧ୍ୟ ଅନେକ ବୃଦ୍ଧି ପାଇଥିଲା । ମାର୍ଚ୍ଚରେ ଶେଷ ଆର୍ଥିକ ବର୍,ରେ ଏଚଇଜିର ବିକ୍ରି ୧୪୦ ପ୍ରତିଶତ ବୃଦ୍ଧି ପାଇଁ ୬୫୯୩ କୋଟି ଟଙ୍କା ହୋଇଯାଇଛି । ଅନ୍ଯପଟେ କମ୍ପାନୀର ମୁନାଫା ୧୭୫ ପ୍ରତିଶତ ବଢି ୩୦୨୬ କୋଟି ଟଙ୍କାରେ ପହଞ୍ଚିଯାଇଛି ।

କଣ କରେ ଏଚଇଜି ?
ଏଲଏନଜି ଭୀଲୱାଡା ସମୁହର କମ୍ପାନୀ ଏଚଇଜି ଲିମିଟେଡ୍ ଗ୍ରାଫାଇଟ୍ ଇଲେକ୍ଟ୍ରୋଡର ଉତ୍ପାଦନ କରିଥାଏ । ଝୁନଝୁନୱାଲାଙ୍କୁ କମ୍ପାନୀର ନିୟମାନୁସାରେ ମୁନାଫାର ୨.୫ ପ୍ରତିଶତ ପର୍ଯ୍ୟନ୍ତ କମିଶନ ଦିଆଯାଇଥାଏ । ସେଥିପାଇଁ ତାଙ୍କ ଦରମାରେ ପ୍ରାୟ ୧୧୯ କୋଟି ଟଙ୍କା କେବଳ କମିଶନ୍ ରୂପେ ଦିଆଯାଏ ।

ଇକୋନୋମିକ୍ ଟାଇମ୍ସ ଅନୁସାରେ ୨୦୧୭-୧୮ରେ ଝୁନଝୁନୱାଲାଙ୍କ ବାର୍ଷିକ ଦରମା କେବଳ ୪୩.୩୩ କୋଟି ଟଙ୍କା ଥିଲା । କିନ୍ତୁ ଝୁନଝୁନୱାଲାଙ୍କ ଏହି ଦରମାକୁ ନେଇ ସେୟାରହୋଲ୍ଡର ଓ କର୍ପୋରେଟ୍ ଗଭର୍ନାନ୍ସ ଫର୍ମଙ୍କ ମଧ୍ଯରେ ଚିନ୍ତା ବଢିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.