PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ଖଣ୍ଡଗିରିରୁ ରସୁଲଗଡ଼ ଜାତୀୟ ରାଜପଥ: ବିନା ହେଲମେଟ୍‌ରେ ଫ୍ଲାଏଓଭର ମନା

ଭୁବନେଶ୍ୱର,୧୭ ।୬(ବ୍ୟୁରୋ): ଖଣ୍ଡଗିରିରୁ ରସୁଲଗଡ଼ ଫ୍ଲାଏଓଭର ଦେଇ ବିନା ହେଲ୍‌ମେଟ୍‌ରେ ଗଲେ ଏଣିକି ଜରିମାନା ଦେବାକୁ ପଡ଼ିବ । କାରଣ ଫ୍ଲାଏ ଓଭର ବ୍ରିଜ ଉପରେ କଡ଼ାକଡ଼ି ଚେକିଂ କରାଯିବ । ଜିଲ୍ଲା ରାସ୍ତା ସୁରକ୍ଷା କମିଟି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଖୋର୍ଦ୍ଧା ଜିଲ୍ଲାପାଳ ବି.ଏସ୍‌ ପୁନିଆ ଏହି ନିଷ୍ପତ୍ତିକୁ ପ୍ରଶାସନିକ ମୋହର ମାରିଛନ୍ତି ।
 

ରାଜଧାନୀରେ ଘଟୁଥିବା ଦୁର୍ଘଟଣା ମଧ୍ୟରୁ ଅଧିକାଂଶ ଫ୍ଲାଏଓଭର୍‌ ଉପରେ ହେଉଛି । ଅଧିକାଂଶ ହେଲମେଟ୍‌ ପିନ୍ଧୁ ନଥିବା ବାଇକ୍‌ଆରୋହୀ ଫ୍ଲାଏ ଓଭର ଦେଇ ଖସି ଯାଉଛନ୍ତି । ରାଜଧାନୀରେ ସ୍ପିଡ୍‌ ବାଇକର୍‌ଙ୍କ ସଂଖ୍ୟା ବୃଦ୍ଧି ହେବା ଫଳରେ ଅନେକ ଦୁର୍ଘଟଣା ଘଟୁଛି । ଏହି କିଛି ଦିନ ଭିତରେ କେବଳ ଫ୍ଲାଏଓଭର୍‌ରେ ଅନେକ ଦୁର୍ଘଟଣା ହେଉଥିବା ଦେଖାଯାଇଛି । ବିଶେଷକରି ଖଣ୍ଡଗିରି-ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ଦେଇ କୌଣସି କଟକଣା ନଥିବା ହେତୁ ଲୋକେ ଅନାୟାସରେ ନିୟମ ନମାନି ଯିବା ଆସିବା କରୁଛନ୍ତି । ସୋମବାର ଜିଲ୍ଲା ରାସ୍ତା ସୁରକ୍ଷାର କମିଟିର ଘୋଷଣା ଅନୁଯାୟୀ ଫ୍ଲାଏଓଭର୍‌ ଉପରେ ଚେକିଂକୁ କଡ଼ାକଡ଼ି କରାଯିବ । ଗତ ୧୧ତାରିଖରେ ହୋଇଥିବା କମିଟି ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି । ୧୯୯୩ରୁ ବଳବତ୍ତର ଥିବା ଓଡ଼ିଶା ମୋଟର୍‌ ଭେହିକିଲ୍‌ ଆଇନ୍‌- ୧୭୩ ନମ୍ବର ନିୟମାବଳୀରେ ଏହାକୁ ଲାଗୁ କରାଯାଇଛି । ହେଲେ ଏହି କଟକଣାକୁ ସାମୟିକ ଭାବେ ଲାଗୁ କରାଯାଇଛି । ଲୋକଙ୍କ ପ୍ରତିକ୍ରିୟା ଓ ଦୁର୍ଘଟଣାର ମାତ୍ରାକୁ ନଜର କରି ପରେ ଏହାକୁ ସ୍ଥାୟୀ ଆଇନ୍‌ରେ ପରିଣତ କରିବା ନେଇ ନିଷ୍ପତ୍ତି ନିଆଯିବ । ଚଳିତ ମାସ ୧୮ତାରିଖରୁ ଜୁଲାଇ ୧୭ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରିରୁ ରସୁଲଗଡ଼ ଫ୍ଲାଏଓଭର୍‌ ଉପରେ ଚେକିଂକୁ କଡ଼ାକଡ଼ି କରାଯିବ । ଏଠାରେ ସୂଚନାଯୋଗ୍ୟ, ଗତ ୫ ମାସ ଭିତରେ ଖଣ୍ଡଗିରି ଠାରୁ ରସୁଲଗଡ଼ ଫ୍ଲାଏ ଓଭର ମଧ୍ୟରେ ୫୦ରୁ ଅଧିକ ଦୁର୍ଘଟଣା ହେଲାଣି ।ଭୁବନେଶ୍ୱର,୧୭ ।୬(ବ୍ୟୁରୋ): ଖଣ୍ଡଗିରିରୁ ରସୁଲଗଡ଼ ଫ୍ଲାଏଓଭର ଦେଇ ବିନା ହେଲ୍‌ମେଟ୍‌ରେ ଗଲେ ଏଣିକି ଜରିମାନା ଦେବାକୁ ପଡ଼ିବ । କାରଣ ଫ୍ଲାଏ ଓଭର ବ୍ରିଜ ଉପରେ କଡ଼ାକଡ଼ି ଚେକିଂ କରାଯିବ । ଜିଲ୍ଲା ରାସ୍ତା ସୁରକ୍ଷା କମିଟି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଖୋର୍ଦ୍ଧା ଜିଲ୍ଲାପାଳ ବି.ଏସ୍‌ ପୁନିଆ ଏହି ନିଷ୍ପତ୍ତିକୁ ପ୍ରଶାସନିକ ମୋହର ମାରିଛନ୍ତି ।
 

ରାଜଧାନୀରେ ଘଟୁଥିବା ଦୁର୍ଘଟଣା ମଧ୍ୟରୁ ଅଧିକାଂଶ ଫ୍ଲାଏଓଭର୍‌ ଉପରେ ହେଉଛି । ଅଧିକାଂଶ ହେଲମେଟ୍‌ ପିନ୍ଧୁ ନଥିବା ବାଇକ୍‌ଆରୋହୀ ଫ୍ଲାଏ ଓଭର ଦେଇ ଖସି ଯାଉଛନ୍ତି । ରାଜଧାନୀରେ ସ୍ପିଡ୍‌ ବାଇକର୍‌ଙ୍କ ସଂଖ୍ୟା ବୃଦ୍ଧି ହେବା ଫଳରେ ଅନେକ ଦୁର୍ଘଟଣା ଘଟୁଛି । ଏହି କିଛି ଦିନ ଭିତରେ କେବଳ ଫ୍ଲାଏଓଭର୍‌ରେ ଅନେକ ଦୁର୍ଘଟଣା ହେଉଥିବା ଦେଖାଯାଇଛି । ବିଶେଷକରି ଖଣ୍ଡଗିରି-ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ଦେଇ କୌଣସି କଟକଣା ନଥିବା ହେତୁ ଲୋକେ ଅନାୟାସରେ ନିୟମ ନମାନି ଯିବା ଆସିବା କରୁଛନ୍ତି । ସୋମବାର ଜିଲ୍ଲା ରାସ୍ତା ସୁରକ୍ଷାର କମିଟିର ଘୋଷଣା ଅନୁଯାୟୀ ଫ୍ଲାଏଓଭର୍‌ ଉପରେ ଚେକିଂକୁ କଡ଼ାକଡ଼ି କରାଯିବ । ଗତ ୧୧ତାରିଖରେ ହୋଇଥିବା କମିଟି ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି । ୧୯୯୩ରୁ ବଳବତ୍ତର ଥିବା ଓଡ଼ିଶା ମୋଟର୍‌ ଭେହିକିଲ୍‌ ଆଇନ୍‌- ୧୭୩ ନମ୍ବର ନିୟମାବଳୀରେ ଏହାକୁ ଲାଗୁ କରାଯାଇଛି । ହେଲେ ଏହି କଟକଣାକୁ ସାମୟିକ ଭାବେ ଲାଗୁ କରାଯାଇଛି । ଲୋକଙ୍କ ପ୍ରତିକ୍ରିୟା ଓ ଦୁର୍ଘଟଣାର ମାତ୍ରାକୁ ନଜର କରି ପରେ ଏହାକୁ ସ୍ଥାୟୀ ଆଇନ୍‌ରେ ପରିଣତ କରିବା ନେଇ ନିଷ୍ପତ୍ତି ନିଆଯିବ । ଚଳିତ ମାସ ୧୮ତାରିଖରୁ ଜୁଲାଇ ୧୭ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରିରୁ ରସୁଲଗଡ଼ ଫ୍ଲାଏଓଭର୍‌ ଉପରେ ଚେକିଂକୁ କଡ଼ାକଡ଼ି କରାଯିବ । ଏଠାରେ ସୂଚନାଯୋଗ୍ୟ, ଗତ ୫ ମାସ ଭିତରେ ଖଣ୍ଡଗିରି ଠାରୁ ରସୁଲଗଡ଼ ଫ୍ଲାଏ ଓଭର ମଧ୍ୟରେ ୫୦ରୁ ଅଧିକ ଦୁର୍ଘଟଣା ହେଲାଣି ।

ସମ୍ବନ୍ଧିତ ଖବର