PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

Hemgenix ଦୁନିଆର ସବୁଠାରୁ ଦାମୀ ଔଷଧ : ଗୋଟିଏ ଡୋଜ୍‌ର ମୂଲ୍ୟ ୨୮ କୋଟି,ଏହି ପ୍ରାଣଘାତୀ ରୋଗର ହୋଇପାରିବ ଚିକିତ୍ସା

ନୂଆଦିଲ୍ଲୀ,୨୪।୧୧: ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟେ୍ରସନ୍ (ୟୁଏସ୍ଏଫ୍‌ଡିଏ)ହେମଜେନିକ୍ସ (Hemgenix) ନାମକ ଏକ ଔଷଧକୁ ମଞ୍ଜୁରୀ ଦେଇଛନ୍ତି। ହେମଜୋନିକ୍ସ ଦୁନିଆର ସବୁଠାରୁ ଦାମୀ ଔଷଧ, ଯାହାର ଗୋଟିଏ ଡୋଜ୍ର ମୂଲ୍ୟ ୩୫ ଲକ୍ଷ ଡଲାର, ଅର୍ଥାତ ଭାରତୀୟ ଟଙ୍କା ଅନୁସାରେ ୨୮ କୋଟି ଟଙ୍କା। ଏହି ଔଷଧ ତିଆରି କରୁଥିବା କମ୍ପନୀ ସିଏସ୍ଏଲ ବେହରିଂର କହିବା ଅନୁସାରେ, ଏହ ଔଷଧ ହେଲଥ୍ କେୟାର କ୍ଷେତ୍ରରେ ଖର୍ଚ୍ଚକୁ କମ୍ କରିବା ପାଇଁ ଆସିବ।

ଗ୍ଲୋବାଲ ନ୍ୟୁଜର ରିପୋର୍ଟ ଅନୁସାରେ, ଏହି ଦେଶରେ ‘ହିମୋଫିଲିଆ-ବି’ (hemophilia B)ପାଇଁ ପ୍ରଥମ ଜିନ୍ ଥେରାପି। ଏହି ଔଷଧ ରକ୍ତ ଜମାଟ ବାନ୍ଧିବାରେ ଥରକ ପାଇଁ ଟ୍ରିଟମେଣ୍ଟରେ ବ୍ୟବହାର ହୋଇଥାଏ। ଏବେ ଏଜେନ୍ସି ପକ୍ଷରୁ ସବୁଠାରୁ ଏହି ଦାମୀ ଔଷଧ ବଜାରରେ ବିକ୍ରି ପାଇଁ ରଖାଯାଇଛି। ରଏଟରର ସୂଚନା ଅନୁସାରେ, କମ୍ପାନୀ କହିଛି-ଆମକୁ ଆଶା ରହିଛି ଏହି ପ୍ରାଇସ୍ ପଏଣ୍ଟ ପୁରା ହେଲଥ୍ କେୟାର ସିଷ୍ଟମ ପାଇଁ ଜରୁରୀ କାମ କରିବ।

‘ହିମୋଫିଲିଆ’ର ଅର୍ଥ ହେଉଛି ବ୍ଲିଡିଂ ଡିସ୍ଅର୍ଡର। ଏହା ଏକ ଆନୁବଂଶିକ ରୋକ ଓ ବହୁତ କମ୍ ଲୋକଙ୍କ ଭିତରେ ଦେଖିବାକୁ ମିଳିଥାଏ। ଏହି ରୋଗ କାରଣରୁ ଶରୀରରେ ରକ୍ତ ଜମାଟ ବାନ୍ଧିବା ପକ୍ରିୟା ଧିମା ପଡିଯାଇଥାଏ। ଏହି କାରଣରୁ ଶରୀରରୁ ବୋହୁଥିବା ରକ୍ତ ଶୀଘ୍ର ବନ୍ଦ ହୋଇନଥାନ୍ତ। ଏଭଳି ପରିସ୍ଥିତିରେ ବ୍ୟକ୍ତିର ଚିକିତ୍ସା ସମୟରେ ମୃତ୍ୟୁ ହୋଇପାରେ। ତେଣୁ ରୋଗୀଙ୍କୁ ଫ୍ୟାକ୍ଟର IXର ଅନେକ ଓ ମହଙ୍ଗା ଡ୍ରିପ୍ ନେବାର ଦରକାର ପଡିଥାଏ। ଏହା ଏକ ପ୍ରୋଟିନ୍ ହୋଇଥାଏ, ଯାହା ଜରିଆରେ ରକ୍ତ ଜମାଟ ବାନ୍ଧିଥାଏ। ଏହି ରୋଗ ମହିଳାଙ୍କ ତୁଳନାରେ ପୁରୁଷଙ୍କ ନିକଟରେ ଅଧିକ ଦେଖିବାକୁ ମିଳିଥାଏ। ଭାରତରେ ଜନ୍ମ ହୋଉଥିବା ପ୍ରତ୍ୟେକ ୫୦୦୦ ପୁରୁଷଙ୍କ ଭିତରୁ ଜଣେ ପୁରୁଷ ହୋମୋଫିଲିୟାରେ ଗସ୍ତ ହୋଇଛନ୍ତି। ଅର୍ଥାତ ଆମ ଦେଶରେ ପ୍ରାୟ ୧୩୦୦୦ ଶିଶୁ ‘ହିମୋଫିଲିୟା’ ସହିତ ଜନ୍ମ ହେଉଛନ୍ତି।

ସମ୍ବନ୍ଧିତ ଖବର