ପୁରୀ, ୦୫/୦୮: ଶ୍ରୀମନ୍ଦିରକୁ ପୁଣି ହିଡେନ୍ କ୍ୟାମେରା। ଚଷମାରେ ହିଡେନ୍ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ ଯୁବକ। ପଶ୍ଚିମ ଦ୍ବାର ନିକଟରୁ ଧରାପଡିଲେ ଗଲେ। ଉକ୍ତ ବ୍ୟାକ୍ତି ଜଣକ ପଶ୍ଚିମବଙ୍ଗର ବିପୁଲ ପାଲ୍ ବୋଲି ଜଣାପଡ଼ିଛି। ସିଂହଦ୍ବାରା ଥାନା ପୁଲିସ ଏକ ମାମଲା ରୁଜୁ କରି ତାଙ୍କଠାରୁ ହିଡେନ୍ କ୍ୟାମେରା ଥିବା ଚଷମା ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରିଛି । ତାଙ୍କୁ ସିଂହଦ୍ବାର ଥାନା ପୁଲିସ ଅଧିକ ପଚରାଉଚରା କରୁଛି । ସୋମବାର ମଧ୍ୟ ଗୁଜୁରାଟ ସୁରତର ଉତ୍ରନ୍ ଥାନା ଅଧୀନ ପଟେଲ ଫାଲିଆର ବିପୁଳ ପଟେଲଙ୍କୁ ହିଡେନ୍ କ୍ୟାମେରା ଚଷମା ଧରାପଡିଥିଲେ। ତାଙ୍କଠାରୁ ହିଡେନ୍ କ୍ୟାମେରା ଥିବା ଚଷମା ଓ ଗୋଟିଏ ମୋବାଇଲ ଫୋନ୍ ଜବତ ହୋଇଥିଲା।
ସୂଚନା ଅନୁଯାଇ, ପଶ୍ଚିମବଙ୍ଗର ବିପୁଲ ପାଲ୍ ନାମକ ଯୁବକ ହିଡେନ୍ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଶ୍ରୀନ୍ଦିରକୁ ପ୍ରବେଶ କରୁଥିଲେ । ପଶ୍ଚିମଦ୍ବାର ନିକଟରେ ଉକ୍ତ ଯୁବକଙ୍କ ଉପରେ ପୁଲିସର ସନ୍ଦେହ ହେବାରୁ ଅଟକ ରଖିଥିଲେ। ତାଙ୍କ ଚଷମାରେ କ୍ୟାମେରା ଲାଗି ଥିବା ଜଣାପଡ଼ିଥିଲା । ପରେ ଆକ୍ସନକୁ ଆସିଥିଲା ପୁଲିସ। ତାଙ୍କୁ ଉଠାଇନେଇ ସିଂହଦ୍ବାର ଥାନରେ ଅଟକ ରଖି ଜେରା କରୁଛି।
ଜୁଲାଇ ୨୯ର ମାତ୍ର ୫ ଦିନ ପରେ ଆଉ ଦୁଇଟି ଅନୁରୂପ ଘଟଣା ଶ୍ରୀମନ୍ଦିର ଚାରିଦ୍ୱାରରେ ପୁଲିସର ଯାଞ୍ଚ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତରେ ଥିବା ଏଆଇ କ୍ୟାମେରା ସହ ପୁଲିସର ସୁରକ୍ଷା ପରିଚାଳନା ଦାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ସିଂହଦ୍ୱାର ଆଇଆଇସି ଶ୍ୱେତପଦ୍ମା ଦାଶ କହିଛନ୍ତି, ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।