ଭୁବନେଶ୍ୱର,୧୦।୧୧: ଦିଲ୍ଲୀ ବିସ୍ଫୋରଣ ପରେ ପୁରୀରେ  ହାଇଆଲର୍ଟ । ଏ ନେଇ ସୂଚନା ଦେଲେ ପୁରୀ ଏସପି ପ୍ରତୀକ ସିଂ । ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡ ସହ ଶ୍ରୀମନ୍ଦିର ଚତୁଃପା, ରେଲେୱ ଷ୍ଟେଶନ, ବସ୍‌ଷ୍ଟାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି। ସେହପରି ଭୁବନେଶ୍ବର ବିମାନ ବନ୍ଦର ଓ ରେଳଓ୍ବେ ଷ୍ଟେସରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି। ସେହିପରି  ହୀରାକୁଦରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରେଳଓ୍ବେ ଷ୍ଟେସନ ଓ ସମଲେଶ୍ବରୀ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି।

ଦିଲ୍ଲୀରେ ଲାଲ୍ କିଲ୍ଲା ନିକଟରେ ଏକ କାର୍‌ରେ ସୋମବାର ସନ୍ଧ୍ୟାରେ ଜୋରଦାର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି। ସହରର ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ଓ ଚେକିଂ ଜୋରଦାର କରାଯାଇଛି। ରେଲଓ୍ବେ ଷ୍ଟେସନ୍, ମଲ୍, ଧାର୍ମିକ ସ୍ଥଳ ଏବଂ ସାର୍ବଜନୀନ ସ୍ଥାନରେ ବହୁ ସଂଖ୍ୟା ପୋଲିସ ମୁତୟନ କରାଯାଇଛି। କୌଣସି ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି।