PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

୨୦ରୁ ହାଇକୋର୍ଟ ଛୁଟି, ଜୁନ୍‌ ୧୬ ଯାଏ ଗ୍ରୀଷ୍ମ ଅବକାଶ

କଟକ,୧୬ା୫(ବ୍ୟୁରୋ): ଚଳିତ ମେ’ ୨୦ ତାରିଖରୁ ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି । ଜୁନ୍‌ ୧୬ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟକୁ ଛୁଟି ଘୋଷଣା କରାଯାଇଛି । ଜୁନ୍‌ ୧୭ ତାରିଖରେ ହାଇକୋର୍ଟ ଖୋଲିବ । ଛୁଟିରେ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ୪ ଦିନ ଅବକାଶକାଳୀନ ଅଦାଲତ ବସିବ । ଆସନ୍ତା ୧୮ ଓ ୧୯ ତାରିଖ ଯଥାକ୍ରମେ ଶନିବାର ଓ ରବିବାର କୋର୍ଟ ସ୍ୱଭାବିକ ଭାବେ ବନ୍ଦ ରହୁଥିବାରୁ ଆସନ୍ତାକାଲି ହେଉଛି ବସ୍ତୁତଃ ହାଇକୋର୍ଟର ଶେଷ କାର୍ଯ୍ୟ ଦିବସ । ହାଇକୋର୍ଟ ରେଜିଷ୍ଟ୍ରିରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଗ୍ରୀଷ୍ମ ଅବକାଶ ମେ’ ୨୦ରୁ ଜୁନ୍‌ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ମେ’ ୨୨ ଓ ୨୯ ତାରିଖ ଏବଂ ଜୁନ୍‌ ୪ ଓ ୧୧ ତାରିଖ..ଏହି ଚାରି ଦିନ ଅବକାଶକାଳୀନ ଅଦାଲତ ବସିବ । ମେ’ ୨୨ ତାରିଖରେ ଡକ୍ଟର ଜଷ୍ଟିସ୍‌ ଏ.କେ. ରଥ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି କରିବେ ।

ସେହିପରି ଜଷ୍ଟିସ୍‌ ଦେବବ୍ରତ ଦାଶ ଓ ଜଷ୍ଟିସ ବିଶ୍ୱନାଥ ରଥ ଜଣିକିଆ ବିଚାରପତି ଭାବେ ମଧ୍ୟ ଜରୁରି ମାମଲାର ବିଚାର କରିବେ । ଅନ୍ୟପକ୍ଷରେ ମେ’ ୨୯ ତାରିଖରେ ଡକ୍ଟର ଜଷ୍ଟିସ୍‌ ଏ.କେ. ରଥ ଓ ଜଷ୍ଟିସ୍‌ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବାକୁ ଥିବା ବେଳେ ଜଷ୍ଟିସ୍‌ ଦେବବ୍ରତ ଦାଶ ଓ ଜଷ୍ଟିସ୍‌ ଶତ୍ରୁଘନ ପୂଜାହାରୀ ଜଣିକିଆ ବିଚାରପତି ଭାବେ ଶୁଣାଣି କରିବେ । ସେହିପରି ଜୁନ୍‌ ୪ ତାରିଖରେ କୁମାରୀ ଜଷ୍ଟିସ୍‌ ସଂଜୁ ପଣ୍ଡା ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଓ ଜଷ୍ଟିସ୍‌ ଏସ୍‌.କେ.ସାହୁ ଓ ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକ ପୃଥକ ପୃଥକ ଭାବେ ମାମଲାର ବିଚାର କରିବେ । ସେହିପରି ଜୁନ୍‌ ୧୧ ତାରିଖରେ କୁମାରୀ ଜଷ୍ଟିସ୍‌ ସଂଜୁ ପଣ୍ଡା ଓ ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଓ ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକ ଏବଂ ଜଷ୍ଟିସ୍‌ ଏ.କେ.ମିଶ୍ର ଜଣିକିଆ ବିଚାରପତି ଭାବେ ମାମଲାର ବିଚାର କରିବେ ।