ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ପରିଷଦର ନିର୍ଦ୍ଦେଶ: ୨୦ ସୁଦ୍ଧା ସବୁ କେନ୍ଦ୍ରରେ ସିସିଟିଭି ଲଗାଅ

ଭୁବନେଶ୍ୱର,୭ା୨(ବ୍ୟୁରୋ): ଚଳିତବର୍ଷର ହାୟର ସେକେଣ୍ଡାରୀ ବା ଯୁକ୍ତଦୁଇ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ ହେବ । ଏହି ଉପଲକ୍ଷେ ବାକିଥିବା ପରୀକ୍ଷା କେନ୍ଦ୍ରରେ ୨୦ ତାରିଖ ସୁଦ୍ଧା ସିସିଟିଭି ଲଗାଇବାକୁ ସମସ୍ତ କଲେଜର ଅଧ୍ୟକ୍ଷ, ପ୍ରଧାନଶିକ୍ଷକଙ୍କୁ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବହୁଦିନ ଆଗରୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲାଗିବା ଆରମ୍ଭ ହୋଇଛି । କେତେକ କେନ୍ଦ୍ରରେ ସିସିଟିଭି ଲାଗିସାରିଲାଣି । ହେଲେ ଏପର୍ଯ୍ୟନ୍ତ ଅନେକ କେନ୍ଦ୍ରର ସିସିଟିଭି ଲାଗିବାକୁ ବାକି ଅଛି । ବାକିଥିବା କେନ୍ଦ୍ରରେ ୨୦ ତାରିଖ ସୁଦ୍ଧା ସିସିଟିଭି ଲଗାଇବା କାର୍ଯ୍ୟ ଶେଷ କରି ଏହାର ରିପୋର୍ଟ ଦେବାକୁ ମଧ୍ୟ ଅଧ୍ୟକ୍ଷ ଓ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଅଧ୍ୟକ୍ଷମାନେ କେନ୍ଦ୍ରରେ ଏହି ବ୍ୟବସ୍ଥା କରିବାକୁ ଫେଲ୍‌ ହୁଅନ୍ତି ତେବେ ସେହି କେନ୍ଦ୍ରକୁ ପରୀକ୍ଷା ପାଇଁ ବାତିଲ କରାଯିବ । ସେଠାରେ ପରୀକ୍ଷାକୁ ଦେବାକୁ ଥିବା ଛାତ୍ରଛାତ୍ରୀମାନେ ନିକଟତମ କେନ୍ଦ୍ରକୁ ଯାଇ ପରୀକ୍ଷା ଦେବେ ବୋଲି କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ପରୀକ୍ଷାକୁ ସୁରକ୍ଷିତ ଭାବେ ସୁପରିଚାଳନା କରିବା ପାଇଁ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କେନ୍ଦ୍ର ଅଧୀକ୍ଷକଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷାକୁ କିଭଳି ତ୍ରୁଟିଶୂନ୍ୟ କରାଯିବ ସେନେଇ ପରିଷଦ ପକ୍ଷରୁ ସର୍ତ୍ତମୂଳକ ପଦକ୍ଷେପ ନିଆଯାଇଛି । ପରିଷଦ ପକ୍ଷରୁ କରାଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ, ପରୀକ୍ଷାର ପ୍ରଶ୍ନପତ୍ର ଗୁଡ଼ିକ ପ୍ୟାକେଟ୍‌ ଭିତରେ ଡେପୁଟି ସେଣ୍ଟର ସୁପରିଟେଣ୍ଡେଣ୍ଟ୍‌ଙ୍କ ତଦାରଖରେ ସବୁ କେନ୍ଦ୍ର ଗୁଡ଼ିକ ପ୍ରତ୍ୟେକ ଦିନ ଯିବ । ପରୀକ୍ଷକମାନେ ପରୀକ୍ଷା କେନ୍ଦ୍ରରୁ ସମସ୍ତ ବଳକା ପ୍ରଶ୍ନପତ୍ରକୁ ସଂଗ୍ରହ କରି ଅଲଗା ଏକ ଲଫାପାରେ ରଖିବେ । ଏଥିପାଇଁ କେନ୍ଦ୍ର ଅଧୀକ୍ଷକ ପତ୍ୟେକ ପରୀକ୍ଷା ହଲ୍‌କୁ ଲଫାପା ଓ ଅଠା ଯୋଗାଇଦେବେ । ଠିକ୍‌ ୧୦ଟା ୩୦ ସୁଦ୍ଧା ସମସ୍ତ ବଳକା ପ୍ରଶ୍ନପତ୍ର ପରୀକ୍ଷା ହଲ୍‌ରେ ହିଁ ସିଲ୍‌ କରାଯିବ । କୌଣସି ପରିସ୍ଥିତିରେ ବି ପ୍ରଶ୍ନପତ୍ର ବାହାରକୁ ଆସିବ ନାହିଁ । କେନ୍ଦ୍ର ଅଧୀକ୍ଷକ ସବୁ କେନ୍ଦ୍ରର ପ୍ରତି ଗୃହକୁ ବୁଲି ଏସଂକ୍ରାନ୍ତରେ ତଦାରଖ କରିବେ ।
ପରୀକ୍ଷା ସମୟରେ କେନ୍ଦ୍ରରେ ମୋବାଇଲ୍‌ ଫୋନ୍‌ କିମ୍ବା ଅନ୍ୟ ବୈଦୁତିକ ଯନ୍ତ୍ର ବ୍ୟବହାର କରାଯାଇପାରିବ ନାହିଁ । କୌଣସି ଛାତ୍ରଛାତ୍ରୀ, ପରୀକ୍ଷକ ତଥା ଅନ୍ୟ କର୍ମଚାରୀମାନେ କେନ୍ଦ୍ର ଭିତରକୁ ମୋବାଇଲ୍‌ ନେଇ ଯାଇପାରିବେ ନାହିଁ । କେନ୍ଦ୍ର ଅଧୀକ୍ଷକଙ୍କୁ ପରୀକ୍ଷକ, ଅନ୍ୟ ଅଫିସର୍‌, ତଦାରଖକାରୀ, ଅନ୍ୟାନ୍ୟ କର୍ମଚାରୀମାନେ ନିଜ ଦାୟିତ୍ୱରେ କେନ୍ଦ୍ର ଅଧୀକ୍ଷକଙ୍କୁ ମୋବାଇଲ୍‌ ଫୋନ୍‌, କ୍ୟାମେରା, ବୈଦୁତିକ ଯନ୍ତ୍ର ହସ୍ତାତନ୍ତର କରିବେ । ମୋବାଇଲ୍‌ ରଖିବାର ଏକ ରେକର୍ଡ ବୁକ୍‌ ପ୍ରତ୍ୟେକ ପରୀକ୍ଷା ସିଟିଂରେ ଅଧୀକ୍ଷକ କରିବେ । ଆଗାମୀ ତଦାରଖ ସମୟରେ ଏହି ରିପୋର୍ଟ କାର୍ଯ୍ୟରେ ଲାଗିବ । କେବଳ ଅଧୀକ୍ଷକ ଅନ୍ୟ କର୍ତ୍ତୃପକ୍ଷକଙ୍କ ସହ ଯୋଗାଯୋଗ କରିବା ପାଇଁ ମୋବାଇଲ୍‌ ଫୋନ୍‌ ବ୍ୟବାହର କରିପାରିବେ ।
ପରୀକ୍ଷା ଆରମ୍ଭ ପୂର୍ବରୁ ଗେଟ୍‌ରେ ସମସ୍ତ ପରୀକ୍ଷାର୍ଥୀଙ୍କ ଚେକିଂ କରାଯିବ । ଛାତ୍ରଛାତ୍ରୀମାନେ ପରୀକ୍ଷା ଆରମ୍ଭର ଅଧାଘଣ୍ଟା ପୂର୍ବରୁ ହଲ୍‌ ଭିତରକୁ ଯାଇପାରିବେ । ୧୫ ମିନିଟ୍‌ ପୂର୍ବରୁ ନିଜ ସିଟ୍‌ରେ ଯାଇ ବସିବେ । ପରୀକ୍ଷା କେନ୍ଦ୍ର ପାଖାପାଖି ଅଞ୍ଚଳ ଭିତରେ ଲୋକମାନେ ଗହଳି କରିପାରିବେ ନାହିଁ । ଯଦି ଏପରି କୌଣସି ଘଟଣା ଘଟେ ତେବେ ଅଧୀକ୍ଷକ ସ୍ଥାନୀୟ ପୁଲିସ୍‌ର ସାହାଯ୍ୟ ନେଇପାରିବେ ।
ପରୀକ୍ଷା ହଲ୍‌ରେ ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯିବ । ପୁଅ ଓ ଝିଅଙ୍କ ପାଇଁ ଅଲଗା ଶୌଚାଳୟ ବ୍ୟବସ୍ଥା କରିବାକୁ ମଧ୍ୟ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ହୋଇଛି । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ ଶୌଚାଳୟ ଯାଇପାରିବେ । କିନ୍ତୁ ଏଥିପାଇଁ ୨ ମିନିଟ୍‌ରୁ ଅଧିକ ସମୟ ନେବେ ନାହିଁ । ଯଦି କୌଣସି ଛାତ୍ରଛାତ୍ରୀ ୨ମିନିଟ୍‌ରୁ ଅଧିକ ସମୟ ରୁହନ୍ତି ତେବେ ପରୀକ୍ଷକ ଶୌଚାଳୟକୁ ଯାଇ ତଦାରଖ କରିବେ । ଶୌଚାଳୟ ଯିବା ପୂର୍ବରୁ ସେମାନେ ପ୍ରଶ୍ନପତ୍ର ପରୀକ୍ଷକଙ୍କୁ ଦେଇ ଯିବେ । ଫେରିବା ପରେ ପରୀକ୍ଷକଙ୍କଠାରୁ ପୁଣି ପ୍ରଶ୍ନପତ୍ର ନେଇ ନିଜ ସିଟ୍‌ରେ ବସିବେ ।

Copyright © 2022 - Summa Real Media Private Limited. All Rights Reserved.