ପ୍ରିୟଙ୍କା ଆମେରିକାରୁ ‘ମୁଡ୍’ ଲେଖି ସେୟାର୍ କଲେ ଏମିତି ଫଟୋ, ଗୋଟିଏ ଦିନରେ ଦେଖିଲେ ୧୫ ଲକ୍ଷ

ବଲିଉଡ୍ର ‘ଦେଶି ଗର୍ଲ’ ପ୍ରିୟଙ୍କା ଚୋପ୍ରା ଏବେ ମଉଜ ମଜଲିସ୍ ମୁଡରେ। କିଛି ଦିନ ହେବ ପ୍ରିୟଙ୍କା କିଛି ନା କିଛି କାରଣରୁ ନିଜର ଖୁସି ବାଣ୍ଟିବାରେ ସଫଳ ହେଉଛନ୍ତି। ତା ସହିତ ତାଙ୍କର ଆସୁଥିବା ହଲିଉଡ୍ ଫିଲ୍ମ ‘ଇଜ୍ ନଟ୍ ଇଟ୍ ରୋମାଣ୍ଟିକ୍’ ପାଇଁ ବେଶ୍ ଚର୍ଚାରେ ଅଛନ୍ତି। ଏହା ପୂର୍ବରୁ ଏକ ବିଦେଶୀ କାର୍ଯ୍ୟକ୍ରମରେ ଆଠ ଲକ୍ଷ ଟଙ୍କାର ଗାଉନ୍ ପିନ୍ଧି ରାତାରାତି ଚର୍ଚାକୁ ଆସିଥିଲେ ପ୍ରିୟଙ୍କା।

କିଛି ଦିନ ତଳେ ନ୍ୟୁୟର୍କରେ ସପିଂ କରିବା ସହିତ କଳା ରଙ୍ଗର ଏକ ଡ୍ରେସ୍ ପିନ୍ଧି ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ୍ କରିଥିଲେ ଯାହା ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାକୁ ଲାଗିଛି। ଯେଉଁଥିରେ ପ୍ରିୟଙ୍କା ବହୁତ ଖୁସି ଥିବାର ନଜରକୁ ଆସିଛନ୍ତି। ଏହି ଫଟୋକୁ ବର୍ତମାନ ସୁଦ୍ଧା ୧୫ ଲକ୍ଷ ଲୋକ ଦେଖିସାରିଲେଣି। କେବଳ ସେତିକି ନୁହେଁ, ଏହି ଫଟୋରେ କ୍ୟାପସନରେ ପ୍ରିୟଙ୍କା ‘ମୁଡ୍’ ଲେଖିଛନ୍ତି।

ଏହା ପୂର୍ବରୁ ପ୍ରିୟଙ୍କା ଏକ ଜୁଏଲାରୀ ସପ୍ କୁ ଯାଇଥିଲେ। ସେହି ସମୟରେ ପ୍ରିୟଙ୍କାର ଫ୍ୟାନ୍ ତାଙ୍କ ସିହିତ କିଛି ସେଲଫି ନେଇ ସୋସିଆଲ୍ ମିଡିଆରେ ଅପଲୋଡ଼୍ କରିଥିବାର ନଜର ଆସିଛି। ବାହାଘରକୁ ନେଇ ପ୍ରିୟଙ୍କା କହିଛନ୍ତି କି, ସେ ଆଇସଲ୍ୟାଣ୍ଡରେ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ନିକ୍ କହିଛନ୍ତି, ତାଙ୍କର ଇଚ୍ଛା ଭାରତରେ ବିବାହ କରିବେ ବୋଲି। କାରଣ ସେ ତାଙ୍କର ଦୁଲହନ୍ କୁ ଅର୍ଥାତ୍ ପ୍ରିୟଙ୍କାଙ୍କୁ ତାଙ୍କ ଘରୁ ହିଁ ନେବାକୁ ଚାହୁଁଥିଲେ। ତେଣୁ ପ୍ରିୟଙ୍କା ଓ ନିକ୍ ଙ୍କ ବାହାଘର ରାଜସ୍ଥାନରେ ହେଉ ବୋଲି ନିକ୍ ଯୋଜନା କରିଥିଲେ।
