ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ହକି ଇଣ୍ଡିଆ ଲିଗ୍: ଫାଇନାଲରେ ତୁଫାନ୍ସକୁ ହରାଇ ବେଙ୍ଗଲ ଟାଇଗର୍ସ ଚାମ୍ପିଅନ, ଟ୍ରଫି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Published By : Prameya | February 2, 2025 8:26 AM

ରାଉରକେଲା,୦୨/୦୨ (କୁମାର ବିମଳ): ହକିର ଗଡ଼ରେ ଲିଗରୁ ଫାଇନାଲ ପର୍ଯ୍ୟନ୍ତ ଅବିଶ୍ୱସନୀୟ  ପ୍ରଦର୍ଶନ କରି ହିରୋ ଏଚ୍‌ଆଇଏଲରେ ଚାମ୍ପିଅନ  ହେବାର ଗୌରବ ଲାଭ କରିଛି ବେଙ୍ଗଲ ଟାଇଗର୍ସ । ହାଇଦ୍ରାବାଦ ତୁଫାନ୍ସକୁ ଦଳ ୪-୩  ଗୋଲରେ ହରାଇଥିଲା । ବିର୍ସା ମୁଣ୍ଡା ହକି  ଷ୍ଟାଡିୟମରେ ୨୦ ହଜାରରୁ ଊଦ୍ଧ୍ୱର୍ ଦର୍ଶକ ଫାଇନାଲ  ମ୍ୟାଚର ରୋମାଞ୍ଚ ନେଇଥିଲେ । 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ  ଅତିଥି, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ମାନିତ  ଅତିଥି ଓ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ  ତିର୍କୀ ପ୍ରମୁଖ ପୁରସ୍କାର ବିତରଣ ଉତ୍ସବରେ  ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ଚାମ୍ପିଅନ ଦଳକୁ  ଟ୍ରଫି ପ୍ରଦାନ କରିଥିଲେ । ପୁରସ୍କାର ସ୍ୱରୂପ ଟ୍ରଫି  ବିଜେତାଙ୍କୁ ୩ କୋଟି, ରନର୍ସଅପ ଦଳକୁ ୨  କୋଟି ଟଙ୍କା ପ୍ରଦାନ କରାଯାଇଥିଲା । 

ଟାଇଗର୍ସର ଯୁଗରାଜ ସିଂ ସର୍ବାଧିକ ଗୋଲ୍‌  (୧୨) ସ୍କୋରର, ସୁଖଜିତ ସିଂ ପ୍ଲେୟାର ଅଫ୍‌  ଦ ଟୁର୍ଣ୍ଣାମେଣ୍ଟ ଏବଂ ବିକ୍ରମଜିତ ସିଂ (ତୁଫାନ୍ସ) ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଥିଲେ । ଫାଇନାଲ ଲଢ଼େଇ ବେଶ ଚିତାକର୍ଷକ  ହୋଇଥିଲା । ଟାଇଗର୍ସ କିମ୍ବା ତୁଫାନ୍ସ କେହି  କାହାକୁ କମ ନଥିଲେ । ତୁଫାନ୍ସ ଗୋଲ ଦେଲେ ଟାଇଗର୍ସ ଏବଂ ଟାଇଗର୍ସ ଦେଲେ ତୁଫାନ୍ସ ଗୋଲ  ପରିଶୋଧ କରୁଥିଲା । ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ସ୍ଥିତି ୩-୩ ଗୋଲ ରହିଥିଲା । ତୁଫାନ୍ସ  ପକ୍ଷରୁ ୯ ଓ ୩୯ ମିନିଟରେ ଗୋଞ୍ଜାଲୋ ପେଲାଟ  ଏବଂ ୨୬ ମିନିଟରେ ଓଡ଼ିଆ ଖେଳାଳି ଅମନଦୀପ  ଲାକ୍ରା ଗୋଲ ସ୍କୋର କରିଥିଲେ । ୨୫, ୩୨ ଓ  ୩୫ ମିନିଟରେ ଟାଇଗର୍ସର ଯୁଗରାଜ ସିଂ ହ୍ୟାଟ୍ରିକ  ଗୋଲ ଦେଇଥିଲେ । ଉଭୟ ଦଳର ସମସ୍ତ ଗୋଲ  ପେନାଲ୍ଟି କର୍ଣ୍ଣରରୁ ହୋଇଥିଲା । 

ଅନ୍ତିମ କ୍ୱାର୍ଟର ସଂଘର୍ଷପୂର୍ଣ୍ଣ  ରହିଥିଲା । ୫୪ ମିନିଟରେ ସାମ  ଲେନ ଏକ ପେନାଲ୍ଟି କର୍ଣ୍ଣରକୁ  (ପିସି) ଗୋଲରେ ରୂପାନ୍ତରିକ  କରି ଦଳକୁ ୪-୩ରେ ଅଗ୍ରଣୀ  କରାଇଥିଲେ । ଗୋଲ ପରିଶୋଧ କରିବା  ନେଇ ତୁଫାନ୍ସ ତୁଫାନି ଆକ୍ରମଣ କରି ୫୬  ମିନିଟରେ ପିସି ପାଇଥିଲା । କିନ୍ତୁ ଟାଇଗର୍ସ ଗୋଲକିପର  ଜେମି କାର ଗୋଞ୍ଜାଲୋଙ୍କ  ପ୍ରୟାସକୁ ବିଫଳ କରି  ଦେଇଥିଲେ । ବହୁ ପ୍ରୟାସ କରି  ତୁଫାନ୍ସ ଏହି ଗୋଲ ପରିଶୋଧ  କରିପାରି ନଥିଲା । ଯଦିଓ ଶେଷ ମୁହୂର୍ତ୍ତରେ  ଜୋରଦାର ଆକ୍ରମଣ କରିଥିଲା । ସୁରମା ହକି କ୍ଲବ ତୃତୀୟ ତୃତୀୟ ସ୍ଥାନ (ବ୍ରୋଞ୍ଜ) ଲଢ଼େଇରେ  ସୁରମା ହକି କ୍ଲବ୍‌ ବିଜୟୀ ହୋଇଥିଲା । ଦଳ  ୩-୨ ଗୋଲରେ ଓଡ଼ିଆ ଅଲିମ୍ପିଆନ ଅମିତ  ରୋହିଦାସଙ୍କ ନେତୃତ୍ୱାଧୀନ ତାମିଲନାଡୁ ଡ୍ରାଗନ୍ସକୁ  ପରାଜିତ କରିଥିଲା । 

ସୁରମା କ୍ଲବ ତୃତୀୟ ସ୍ଥାନ  ସହ ୧ କୋଟି ଟଙ୍କାର ପୁରସ୍କାର ପାଇଥିଲା । ପ୍ରଥମ କ୍ୱାର୍ଟରରେ ୨ଟି ଗୋଲ ହୋଇଥିଲା । ୧୨ ମିନିଟରେ ସୁରମା ଦଳର ଗୁରଜନ୍ତ ସିଂ ପ୍ରଥମ ଗୋଲ ଦେଇଥିଲେ । ୧୫ ମିନିଟରେ (ଗୋଭର୍ସ ବ୍ଲେକ) ଡ୍ରାଗନ୍ସ ଗୋଲ ପରିଶୋଧ  କରି ସ୍ଥିତିକୁ ୧-୧ କରିଥିଲା । ଦ୍ୱିତୀୟ କ୍ୱାର୍ଟରରେ  ସୁରମା ଦ୍ୱିତୀୟ ଗୋଲ ଦେଇ ୨-୧ରେ ଅଗ୍ରଣୀ  ହୋଇଥିଲା । ୧୯ ମିନିଟରେ ହର୍ଜିତ ସିଂ ଏହି ଗୋଲ  ସ୍କୋର କରିଥିଲେ । ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ  ରହିଥିଲା । ୫୭ ମିନିଟରେ ପ୍ରଭଜୋତ ସିଂ ଗୋଲ  ଦେବା ପରେ ୩-୧ରେ ଆଗୁଆ ରହି ସୁରମା  ବିଜୟ ନିଶ୍ଚିତ କରିଥିଲା । ଶେଷ ମୁହୂର୍ତ୍ତରେ  ଡ୍ରାଗନ୍ସ (୫୯) ଦ୍ୱିତୀୟ ଗୋଲ ଦେଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.