ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ହିମାଚଳରେ ଜଳ ପ୍ରଳୟ; ୧୧ ସ୍ଥାନରେ ବାଦଲଫଟା ବର୍ଷା, ଆକାଶରୁ ଖସୁଛି ମୃତ୍ୟୁ, ଗଲାଣି ୧୦ ଜୀବନ

Published By : Rasmita Pradhan | July 2, 2025 9:47 AM

ନୂଆଦିଲ୍ଲୀ, ୦୨/୦୭ : ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ। ୧୧ ସ୍ଥାନରେ ବାଦଲଫଟା ବର୍ଷା। ମଣ୍ଡିରେ ଆକାଶରୁ ଖସୁଛି ମୃତ୍ୟୁ। ପ୍ରକୃତିର ବିଧ୍ଵଂସଲୀଳାରେ ଦୋହୋଲିଗଲା ହିମାଚଳ। ମଙ୍ଗଳବାର ମଣ୍ଡି ଜିଲ୍ଲାର ଗୋହର, କରସୋଗ, ଥୁନାଗ, ଏବଂ ଧର୍ମପୁରରେ ୭ଟି ସ୍ଥାନରେ ବାଦଲଫଟା ବର୍ଷା ହୋଇଛି। ଭୂସ୍ଖଳନ ହୋଇ ବହୁ ଘର ଧସି ଯାଇଛି। ଏହି ପ୍ରାକୃତିକ ଦୁର୍ବିପାକରେ ୧୦ ଲୋକଙ୍କ ଜୀବନ ହାନୀ ଘଟିଛି। ଏବେବି ୩୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କ ଉଦ୍ଧାରକାର୍ଯ୍ୟ ପାଇଁ ଗ୍ରାଉଣ୍ଡ୍‌ରେ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ ଯୋଗୁଁ ୪୦୬ ରାସ୍ତା ବନ୍ଦ ଅଛି। ଏତଦ୍ ବ୍ୟତୀତ ୧୫୧୫ ଟ୍ରାନ୍ସଫର୍ମର ଅଚଳ ହୋଇଯାଇଛି। ୧୭୧ ପାନୀୟ ଜଳ ଯୋଗାଣ ଠପ୍ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସବୁଠୁ ଅଧିକ ବର୍ଷା ମଣ୍ଡି ଜିଲ୍ଲାର ସଙ୍ଗୋଲିରେ ହୋଇଛି। ଏଠାରେ ୨୨୩.୬ ମିଲିମିଟର ବର୍ଷା ହୋଇଛି। ବ୍ୟାସ-ସୁକେତୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ୨୦୨୩ ଭଳି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ସେହିପରି ପଣ୍ଡୋହ ଡ୍ୟାମ୍‌ର ଜଳସ୍ତର ୨୯୨୨ ଫୁଟକୁ ବୃଦ୍ଧି ପାଇଛି। ପର୍ଯ୍ୟଟକଙ୍କୁ ନଦୀ, ନାଳ କିମ୍ବା ଉଚ୍ଚ ପାହାଡ଼ ନିକଟକୁ ନ ଯିବାକୁ ନିବେଦନ କରାଯାଇଛି। ବର୍ଷାକୁ ଦେଖି ମଣ୍ଡି, ହମୀରପୁର, କାଙ୍ଗଡାରେ ପ୍ରଶାସନ ସ୍କୁଲ, କଲେଜକୁ ବନ୍ଦ ରଖିଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଏଯାବତ୍ ୫୦୦ କୋଟିର କ୍ଷତି ହୋଇଛି। ଆଗକୁ କ୍ଷତି ସଂଖ୍ୟା ବଢିପାରେ।

ସେପଟେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୋମବାର କୋଟଦ୍ୱାର-ବଦ୍ରିନାଥ ମାର୍ଗରେ ସତପୁଲି ନିକଟରେ ଭୂସ୍ଖଳନ ହୋଇଛି । ଫଳରେ ପୌଡି଼-ମୀରଟ ଜାତୀୟ ରାଜପଥ ୨୪ ଘଣ୍ଟା ହେଲା ବନ୍ଦ ରହିଛି । ଉତ୍ତରକାଶୀରେ ଭୂସ୍ଖଳନ ହେବାରୁ ଯମୁନୋତ୍ରୀ ରାଜପଥରେ ଯାତାୟତ ଠପ୍‌ ହୋଇଛି । ରୁଦ୍ରପ୍ରୟାଗରେ ଅଳକାନନ୍ଦା ନଦୀର ଜଳସ୍ତର ବଢ଼ିବାରୁ କିଛି ଛୋଟ ମନ୍ଦିର ବୁଡି଼ ଯାଇଛି । ଉତ୍ତରପ୍ରଦେଶର ପ୍ରୟାଗରାଜରେ ବର୍ଷା ଯୋଗୁ ଗଙ୍ଗା-ଯମୁନାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବରେଲିରେ ବର୍ଷା ପରେ ଫରିଦପୁର ଥାନାର ଅହିର ଗୋଟିୟା ଗାଁରେ ଏକ ଘରର ମାଟି କାନ୍ଥ ଭୁଶୁଡି଼ ପଡି଼ଥିଲା । ଧ୍ୱଂସାବଶେଷ ତଳେ ଦବିଯାଇ ଏକ ୧୫ ବର୍ଷୀୟ ପିଲାର ମୃତ୍ୟୁ ଘଟିଛି । ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ବାରାଣସୀରେ ଗଙ୍ଗାର ଜଳସ୍ତର ବଢ଼ିବାରୁ ଜିଲ୍ଲା ପ୍ରଶାସନ ହାଇଆଲର୍ଟରେ ରହିଛି । ରାଜସ୍ଥାନର ଧୌଲପୁରରେ ସୋମବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେବା ପରେ ୧୨୩ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଦୁଇଫାଳ ହୋଇଯାଇଛି । ଅଲୱର ସହରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସହରର ତଳିଆ ଅଞ୍ଚଳରେ ପ୍ରାୟ ୨ ଫୁଟର ପାଣି ଭରିଯାଇଛି । ଛତିଶଗଡ଼ ବଳରାମପୁର ଜିଲ୍ଲାରେ ୩ଜଣ ପିଲାଙ୍କୁ ଗାଗର ନଦୀ ମଧ୍ୟରୁ ଉଦ୍ଧାର କରାଯାଇଛି ।


ଇତିମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୬-୭ ଦିନ ମଧ୍ୟରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଓ ରାଜସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ମଙ୍ଗଳବାର ପୂର୍ବାନୁମାନ କରିଛି । ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ, ସିକ୍କିମ ଓ ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ହିମାଚଳ ପ୍ରଦେଶରେ ଜୁଲାଇ ୩ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ଅଛି। ଆଜି ପାଇଁ ଉନା, ବିଲାସପୁର, ହମିରପୁର, ଚମ୍ବା, କାଙ୍ଗଡ଼ା, ମଣ୍ଡି, ଶିମଲା, ସୋଲନ ଏବଂ ସରମୌର ଅଞ୍ଚଳରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ସେହିପରି ୪ ଏବଂ ୫ ତାରିଖରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.