ମୁମ୍ବାଇ ୨୩/୧୧: ‘ବିଗ୍‌ ବସ୍‌-୧୮’ରେ ସ୍ୱତନ୍ତ୍ର ଅତିଥି ଭାବେ ନଜର ଆସିବେ ହିନା ଖାନ୍‌ । ଗତକାଲି ଅର୍ଥାତ୍‌ ଶୁକ୍ରବାର ସେ ‘ୱିକେଣ୍ଡ୍‌ କା ୱାର୍‌’ ଏପିସୋଡ୍‌ ପାଇଁ ସୁଟିଂ କରିଛନ୍ତି । ନିଜର ସଶକ୍ତ ବ୍ୟକ୍ତିତ୍ୱ ଓ ପ୍ରେରଣାଦାୟକ ଯାତ୍ରା ପାଇଁ ପରିଚିତ ହିନା ବିଗ୍‌ ବସ୍‌ ଘରେ ପ୍ରତିଯୋଗୀମାନଙ୍କୁ ପ୍ରେରଣା ଓ ସକାରାତ୍ମକ ବାର୍ତ୍ତା ଦେବେ । 

ହିନା ଓ ସଲମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି । ‘ବିଗ୍‌ ବସ୍‌-୧୧’ରେ ସଲ୍ଲୁ ତାଙ୍କ ମଜଭୁତ ବ୍ୟକ୍ତିତ୍ୱକୁ ଅନେକ ଥର ପ୍ରଶଂସା କରିଥିଲେ । ସିଜନ୍‌ରେ ସେ ଫାର୍ଷ୍ଟ ରନର୍‌-ଅପ୍‌ ହୋଇଥିଲେ । ହିନା ନିଜର ଗେମ୍‌ ଓ ଦମ୍‌ଦାର ଅନ୍ଦାଜ୍‌ରେ ସମସ୍ତଙ୍କ ମନ କିଣିଥିଲେ । ସଲ୍ଲୁ ଓ ହିନାଙ୍କୁ ପୁଣି ଥରେ ‘ବିଗ୍‌ ବସ୍‌’ ମଞ୍ଚରେ ଏକାଠି ଦେଖିବା ଦର୍ଶକଙ୍କ ପାଇଁ ଖାସ୍‌ ମୁହୂର୍ତ୍ତ ହେବ । 

କିଛି ମାସ ତଳେ ହିନା ସ୍ତନ କର୍କଟରେ ପୀଡ଼ିତ ଥିବା ଶେୟାର କରିଥିଲେ । ଏହା ପରେ ସୋସିଆଲ ମିଡିଆରେ ସମସ୍ତଙ୍କ ସହ ନିଜ ଯାତ୍ରା ଶେୟାର କଲେ । ହିନାଙ୍କ କାହାଣୀ ସମସ୍ୟାର ସମ୍ମୁଖୀନ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପ୍ରେରଣାପ୍ରଦ । ନିକଟରେ ହିନା ଏକ ଫ୍ୟାଶନ୍‌ ଶୋ’ରେ ରାମ୍ପ୍‌ ୱାକ୍‌ରେ ନଜର ଆସିଥିଲେ । ତାଙ୍କ ସାହସକୁ ଖବ୍‌ ପ୍ରଶଂସା କରାଯାଇଥିଲା । ତେବେ ‘ବିଗ୍‌ବସ୍‌-୧୮’ ଜରିଆରେ ସେ ପ୍ରଥମ ଥର ପରଦାକୁ ଫେରିବେ । ତାଙ୍କ ଉପସ୍ଥିତି ଶୋ’କୁ ସ୍ୱତନ୍ତ୍ର କରିବ ବୋଲି ନିର୍ମାତାଙ୍କ ବିଶ୍ୱାସ ।