୧୯୩୭ ଅଘଟଣକୁ ନଜରରେ ରଖି ଏଣ୍ଡରସନ୍ ଆରମ୍ଭ କରିଥିଲେ କମ୍ପାନୀ; ଏହି କାରଣରୁ ହ୍ରାସ ପାଇଥିଲା ଆଦାନୀ ଗ୍ରୁପର ସେୟାର

Image Courtesy: Jansatta
ନୂଆଦିଲ୍ଲୀ,୨୬/୦୧: ଆଦାନୀ ଗ୍ରୁପ ପକ୍ଷରୁ ୨.୫ ବିଲିୟନ ସେୟାର ଅଫର ଦେବାର କିଛି ଦିନ ପରେ ଗ୍ରୁପ୍ ସେୟାର ଉପର ତଳ ହେବାକୁ ଲାଗିଥିଲା। ତେବେ ଘରୋଇ ସେୟାର ବଜାରରେ ହୋଇଥିବା ଏହି ଅହେତୁକ ହ୍ରାସର କାରଣ ନିବେଶ ଅନୁସନ୍ଧାନ ସଂସ୍ଥା ହିଡେନବର୍ଗର ରିପୋର୍ଟ ଅଟେ, ଯେଉଁଥିରେ କୁହାଯାଇଛି ଯେ ଗ୍ରୁପ୍ ଦଶନ୍ଧୀ ଧରି ସେୟାର ବଜାରକୁ ଭୁଲ ଉପାୟରେ ନିୟନ୍ତ୍ରଣ କରିବା ପାଇଁ କାମ କରିଆସୁଥିଲା। କମ୍ପାନୀ ତାହାର ଫ୍ରଡ୍ ବା ଠକାମୀ ଯୋଜନାକୁ ପ୍ରୋତ୍ସାହନ ଦେଇ ସେୟାର ବଜାରରେ ନିୟନ୍ତ୍ରଣ କରିଆସୁଥିଲା ବୋଲି ହିଣ୍ଡେନବର୍ଗ ତାର ରିପୋର୍ଟରେ ପ୍ରକାଶ କରିଛି।।ଆମେରିକୀୟ ବାଣିଜ୍ୟିକ ଚୁକିନାମା ବା ୟୁଏସ ଟ୍ରେଡ୍ ବଣ୍ଡ ଜରିଆରେ ଆଦାନୀ ଗ୍ରୁପରେ ହିଣ୍ଡନବର୍ଗର ସେୟାର ରହିଛି। ତାହାର କହିବା କଥା ହେଲା, ଆଦାନୀ ଗ୍ରୁପର ଅନେକ କମ୍ପାନୀ ଋଣରେ ବୁଡ଼ି ରହିଛି। ଏହି କାରଣରୁ କମ୍ପାନୀ ଉପରେ ସଙ୍କଟ ପଡ଼ିଛି।
ସେପଟେ କମ୍ପାନୀର ସିଏଫଓ ଜୁଗେସିନ୍ଦର ଜିତ୍ ସିଂହଙ୍କ ହିଣ୍ଡେନବର୍ଗର ରିପୋର୍ଟକୁ ଖଣ୍ଡନ କରିଛନ୍ତି। ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସମସ୍ତ ତଥ୍ୟ ମିଛ ଏବଂ କପୋଳକଳ୍ପିତ ବୋଲି କହିଛନ୍ତି ସିଏଫଓ। କମ୍ପାନୀର ପ୍ରତିଷ୍ଠାକୁ ପ୍ରଭାବିତ କରିବାକୁ ରିପୋର୍ଟରେ ଏଭଳି ମିଥ୍ୟା ତଥ୍ୟ ଦର୍ଶାଯାଇଛି, ଯାହାକି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଲାଗିଛି। କିନ୍ତୁ ପରିସ୍ଥିତି ରିପୋର୍ଟ ଠାରୁ ସମ୍ପୁର୍ଣ୍ଣ ଭିନ୍ନ ଅଟେ। ଅନ୍ୟପଟେ କମ୍ପାନୀ ଦାବି କରିଛି ଯେ, ସେ ଦଶନ୍ଧୀ ଧରି ଇନଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ଷ୍ଟ୍ରାଟେଜୀ ବା ନିବେଶ ପରିଚାଳନା କୌଶଳରେ କାମ କରୁଅଛି। ଫରେନସିକ୍ ଫାଇନାନସିଆଲ ରିସର୍ଚ୍ଚର କାମ ଇକ୍ୱିଟି, କ୍ରେଡିଟ୍ ଏବଂ ଡେରିଭେଟିଭ୍ ଆନାଲିସିସ୍ ମାଧ୍ୟମରେ କରିଥାଏ। ଡେରିଭେଟିଭ ସମ୍ପତ୍ତି କିଣିବା କିମ୍ବା ବିକ୍ରି କରିବା ପାଇଁ ଦୁଇ କିମ୍ବା ଅଧିକ ସଂସ୍ଥା ମଧ୍ୟରେ ଏକ ଚୁକ୍ତିନାମା ହୋଇଥାଏ। କମ୍ପାନୀ କହିଛି ଯେ ଏହା ବିଭିନ୍ନ ଉତ୍ସରୁ ପ୍ରାପ୍ତ ସୂଚନାକୁ ଯାଞ୍ଚ କରିବା ପରେ ରିପୋର୍ଟ ପ୍ରସ୍ତୁତ କରିଥାଏ।

ହିଣ୍ଡେନବର୍ଗ ରିସର୍ଚ୍ଚ LLCର ପ୍ରତିଷ୍ଠା କରିଥିଲେ ନାଥନ ଏଣ୍ଡରସନ୍:
ଫାଇନାନସିଆଲ ଟାଇମ୍ସର ରିପୋର୍ଟ ମୁତାବକ ହିଣ୍ଡେନବର୍ଗ ରିସର୍ଚ୍ଚ LLCର ପ୍ରତିଷ୍ଠା ନାଥନ ଏଣ୍ଡରସନ୍ କରିଥିଲେ। ନାଥନ୍ ଆନ୍ତର୍ଜାତୀୟ ବ୍ୟବସାୟ ପରିଚାଳନାରେ ଜେରୁସଲେମରେ ଥିବା କନେକ୍ଟିକଟ୍ ବିଶ୍ବବିଦ୍ୟାଳୟରୁ ତାଲିମ ନେଇଥିଲେ। ଆମରିକାର FactSet କମ୍ପାନୀରୁ ସେ କନ୍ସଲଟିଙ୍ଗରେ ଯୋଗ ଦେଇ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ପରେ ସେ ଦଲାଲ ଡିଲରମାନଙ୍କ ସଂସ୍ଥାଗୁଡ଼ିକରେ କାର୍ଯ୍ୟ ଜାରି ରଖିଥିଲେ। ୨୦୨୧ ମସିହାରେ ଯେତେବେଳେ ଏହି ଆର୍ଟିକିଲ୍ ଫାଇନାନ୍ସିଆଲ୍ ଟାଇମ୍ସରେ ପ୍ରକାଶିତ ହୋଇଥିଲା, ସେତେବେଳେ ସେ ଏକ ଛୋଟ ଗୋଷ୍ଠୀ ସହିତ କାମ କରୁଥିଲେ।
ଏହି ଖବର ଉପରେ ନଜର ପକାନ୍ତୁ : ଏହି ରାଜ୍ୟରେ ମିଳିବ ବେକାରୀ ଭତ୍ତା, ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
ହିଣ୍ଡେନବର୍ଗରେ କାମ କରିବା ପୂର୍ବରୁ ସେ ହ୍ୟାରି ମାର୍କୋପୋଲରେ କାର୍ଯ୍ୟରତ ଥିଲେ। ଏହି ଫର୍ମ ହିଁ ତାଙ୍କୁ ବର୍ଣ୍ଣି ମାଡୋଫଙ୍କର ପୋଞ୍ଜି ସ୍କିମକୁ ଲଞ୍ଚ କରିଥିଲା। ଫାଇନାନସିଆଲ ଟାଇମ୍ସର ରିପୋର୍ଟ ମୁତାବକ ଏହି ସମସ୍ତ ମାମଲାରେ ଏକ ବିଲିୟନ ଡଲାରର ହେରଫେର ହେବାର ସମ୍ଭାବନା ଥିଲା। ମାର୍କୋପୋଲୋଙ୍କର କହିବା କଥା ହେଲା, ଏଣ୍ଡରସନ୍ କିଛି ଗୁପ୍ତ ତଥ୍ୟ ବାହାର କରିବାରେ ଧୁରନ୍ଧର ଥିଲେ। ତେବେ ଯଦି ସେ କୌଣସି ଘୋଟାଲା ସମ୍ପର୍କରେ ଅନୁଭବ କରନ୍ତି, ତେବେ ସେ ଏହାକୁ ପ୍ରକାଶ କରିପାରିଥାଆନ୍ତେ। ଆଣ୍ଡରସନ ମାର୍କୋପୋଲୋସଙ୍କୁ ତାଙ୍କର ଗୁରୁ ଭାବରେ ବିବେଚନା କରନ୍ତି।
ସୂଚନାଥାଉକି, କମ୍ପାନୀର ଏପରି ନାମକରଣ ପଛରେ ଏକ ରୋଚକ କାହାଣୀ ଅଛି। ୧୯୩୭ରେ ଆସିଥିବା ହିଣ୍ଡେନବର୍ଗ ବିପର୍ଯ୍ୟୟକୁ ନେଇ କମ୍ପାନୀର ନାମକରଣ ଏପରି କରାଯାଇଥିଲା। ହିଣ୍ଡେନବର୍ଗର ଏକ ଜର୍ମାନୀ ଏୟାର ସ୍ପେସସିପ୍ ଥିଲା। ନିଆଁ ଲାଗିବା କାରଣରୁ ଏହା ଧ୍ବଂସ ହୋଇଯାଇଥିଲା। ଏଥିରେ ୩୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। କମ୍ପାନୀର କହିବା କଥା ହେଲା, ଏହି ଅଘଟଣକୁ ରୋକାଯାଇପାରି ଥାଆନ୍ତା, କାହିଁକି ନା ପୂର୍ବରୁ ହାଇଡ୍ରୋଜେନ ବେଲୁନକୁ ନେଇ ଏଭଳି ଅଘଟଣ ଘଟିଯାଇଥିଲା। କମ୍ପାନୀ କହିଛି ଯେ ହିଣ୍ଡେନବର୍ଗ ଘଟଣାରେ ଆମେ ସେୟାର ବଜାରରେ ହେଉଥିବା କ୍ଷୟକ୍ଷତି ଉପରେ ନଜର ରଖିଛୁ। ଆମର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ଲୋକଙ୍କ ସାମ୍ନାରେ ଆଣିବା।