ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Canada: ଖାଲିସ୍ତାନୀ ଉଗ୍ରବାଦୀଙ୍କ ଦ୍ୱାରା ହିନ୍ଦୁ ମନ୍ଦିର ଓ ଗୁରୁଦ୍ୱାରରେ ଭଙ୍ଗାରୁଜା; ହିନ୍ଦୁ ଓ ଶିଖ ନେତା କରିଲେ ବରୋଧ

Published By : Bijay Swain | April 21, 2025 5:55 PM

Image courtesy: indiatoday

ନୂଆଦିଲ୍ଲୀ: କାନାଡାର ସରେ ସହରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର ଏବଂ ଭାଙ୍କୁଭରରେ ଥିବା ରସ୍ ଷ୍ଟ୍ରିଟ୍ ଗୁରୁଦ୍ୱାର ଉପରେ ଖାଲିସ୍ତାନୀ ଉଗ୍ରବାଦୀମାନେ ଆକ୍ରମଣ କରି ବ୍ୟପକ ଭଙ୍ଗାରୁଜା କରିଛନ୍ତି। ଗତ ଏପ୍ରିଲ ୧୯ ତାରିଖରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମନ୍ଦିରର କାନ୍ଥରେ "ଖାଲିସ୍ତାନ ଜିନ୍ଦାବାଦ" ଭଳି ସ୍ଲୋଗାନ ଲେଖାଯାଇଛି, ଯାହା ସେଠାରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟରେ ଆକ୍ରୋଶ ସୃଷ୍ଟି କରିଛି। ସେହିପରି ଗୁରୁଦ୍ୱାରରେ ମଧ୍ୟ ଖାଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଛି।



ଖାଲସା ଦିଓ୍ୱାନ ସୋସାଇଟି, ଯିଏ ରସ୍ ଷ୍ଟ୍ରିଟ୍ ଗୁରୁଦ୍ୱାର ପରିଚାଳନା କରୁଛି, ଏହି ଘଟଣାକୁ "କାନାଡାର ଶିଖ ସମ୍ପ୍ରଦାୟ ମଧ୍ୟରେ ଭୟ ଓ ବିଭେଦ ସୃଷ୍ଟି କରିବା ପାଇଁ ଏହା ଉଗ୍ରବାଦୀଙ୍କ ଏକ ଚାଲ" ବୋଲି ଅଭିଯୋଗ କରିଛି। ଏହି ଆକ୍ରମଣକୁ ହିନ୍ଦୁ ଓ ଶିଖ ନେତାମାନେ ନିନ୍ଦା କରିଛନ୍ତି। କାନାଡାର ହିନ୍ଦୁ ଚାମ୍ବର ଅଫ୍ କମର୍ସ ଏହାକୁ "ହିନ୍ଦୁଫୋବିଆ" ବୋଲି ବର୍ଣ୍ଣନା କରି ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛି।

ଏହି ଘଟଣା ଘଟିବା ପରେ ଖଲିସ୍ତାନ ଉଗ୍ରବାଦି ଓ ବିଭିନ୍ନ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ବିଭେଦ ଆରମ୍ଭ ହୋଇଯାଇଛି। ଏହା ସହିତ ସରେରେ ଆୟୋଜିତ ଖାଲସା ପରେଡରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ "ଓ୍ୱାଣ୍ଟେଡ" ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା। ଏହା ଭାରତ-କାନାଡା ସମ୍ପର୍କରେ ଚାପ ବଢ଼ାଇଛି।



କାନାଡା ପୁଲିସ ଏହି ଘଟଣାର ତଦନ୍ତ କରୁଛି। ଏହା ପୂର୍ବରୁ ମଧ୍ୟ କାନାଡାରେ ଥିବା ଅନେକ ହିନ୍ଦୁ ମନ୍ଦିର ଓ ଗୁରୁଦ୍ୱାର ଉପରେ ଖାଲିସ୍ତାନୀ ଉଗ୍ରବାଦୀଙ୍କ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଦିନକୁ ଦିନ ତିବ୍ର ହେବାରେ ଲାଗିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କାନାଡାରେ କହୁଥିବା ଭାରତୀୟ ହିନ୍ଦୁମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.