ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ବାଂଲାଦେଶରେ ଘରେ ପଶି ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ, ବିଏନପି ନେତାଙ୍କ ସମେତ ୫ ଗିରଫ

Published By : Tapas Panda | June 29, 2025 5:45 PM

ଢ଼ାକା: ବାଂଲାଦେଶରେ ଜଣେ ହିନ୍ଦୁ ମହିଳାଙ୍କୁ ତାଙ୍କ ଘରେ ପଶି ଗଣଦୁଷ୍କର୍ମ କରିବାର ଏକ ଅତ୍ୟନ୍ତ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଏହା ପରେ ହିନ୍ଦୁ ସଂଗଠନ ମଧ୍ୟରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି। ହିନ୍ଦୁ ସଂଗଠନ ଏବଂ ଛାତ୍ରମାନେ ଢାକାର ଅନେକ ସ୍ଥାନରେ ପ୍ରତିବାଦ କରିଛନ୍ତି ଏବଂ ଦୋଷୀଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି। ଏହି ମାମଲାରେ ପୁଲିସ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଜଣେ ନେତାଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏହି ଘଟଣାଟି ବାଂଲାଦେଶର କୁମିଲା ଅଞ୍ଚଳରେ ଘଟିଛି । ଜଣେ ହିନ୍ଦୁ ମହିଳାଙ୍କୁ ତାଙ୍କ ଘର ଭିତରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ମୁଖ୍ୟ ଅଭିଯୁକ୍ତ ଫଜର ଅଲିଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଢାକା ବିଶ୍ୱବିଦ୍ୟାଳୟର ହିନ୍ଦୁ ଛାତ୍ରମାନେ ଏହି ଘଟଣାର ପ୍ରତିବାଦ କରିଛନ୍ତି । ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ସମସ୍ତ ଅଭିଯୁକ୍ତ ମୁସଲମାନ ସଂପ୍ରଦାୟର । ଅଭିଯୁକ୍ତମାନେ ଦୁଷ୍କର୍ମର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଜଣାପଡ଼ିଛି । ଏହି ଘଟଣାଟି ଜିଲ୍ଲାର ମୁରାଦନଗର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚକିଟ୍ଟା ଗାଁରେ ଘଟିଛି । ତେବେ ଏହି ଘଟଣା ଜୁନ ୨୬ରେ ଘଟିଥିଲା।

ଜୁନ୍ ୨୬ ରାତିରେ ହିନ୍ଦୁ ସଂପ୍ରଦାୟର ଲୋକମାନେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବାହାର କରୁଥିବା ସମୟରେ ମୁସଲିମ୍ ଯୁବକ ହିନ୍ଦୁ ମହିଳାଙ୍କ ଘରେ ପଶିଥିଲେ । ଘଟଣାର ମୁଖ୍ୟ ଅଭିଯୁକ୍ତ ଫଜର ଅଲି (୩୮), ଯିଏ ଜଣେ ସ୍ଥାନୀୟ ବିଏନପି ନେତା । ସେ ପ୍ରଥମେ ପୀଡିତାଙ୍କ ଘରେ ପହଞ୍ଚି କବାଟ ବାଡ଼େଇଥିଲେ । ମହିଳା ଜଣଙ୍କ କବାଟ ଖୋଲିବାକୁ ମନା କରିବାରୁ ଫଜର ଅଲି ତାଙ୍କ ଘରେ ପଶି ପୀଡ଼ିତାଙ୍କ ସହ ଧସ୍ତାଧସ୍ତି କରିଥିଲେ । ଏହା ପରେ ମୁଖ୍ୟ ଅଭିଯୁକ୍ତ ଏବଂ ତାର ୪ ଜଣ ସହଯୋଗୀ ମିଶି ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । 

ଘଟଣା ସମୟରେ ମହିଳାଙ୍କ ଚିତ୍କାର ଶୁଣି ସେଠାରେ ସ୍ଥାନୀୟ ଲୋକେ ପହଞ୍ଚିଥିଲେ ଏବଂ ଅଭିଯୁକ୍ତଙ୍କୁ ଧରି ନେଇଥିଲେ । ହେଲେ ଫଜର ଅଲି ସୁଯୋଗ ପାଇ ସେଠାରୁ ଦୌଡ଼ି ପଳାଇ ଯାଇଥିଲା । ଗଣବଳାତ୍କାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ହିନ୍ଦୁମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ପୁଲିସ ଫଜର ଅଲି ଏବଂ ଭିଡିଓ ରେକର୍ଡ କରିଥିବା ଅନ୍ୟ ଚାରି ଜଣଙ୍କୁ ଗିରଫ କରିଛି । ସମସ୍ତ ୫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପୀଡିତାଙ୍କ ବୟସ ପ୍ରାୟ ୨୫ ବର୍ଷ  ହେବ ବୋଲି କୁହାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.