ନୂଆଦିଲ୍ଲୀ,୧୨/୦୭; ଫିଫା ବିଶ୍ୱକପ ଭିତରେ ଆସିଲା ଦୁଃଖଦ ଖବର । ଷ୍ଟାର୍ ପ୍ଲେୟାରଙ୍କର ଦେହାନ୍ତ । ଶୋକରେ ବୁଡିଲା ଫୁଟବଲ୍ ଜଗତ । ଚଳିତ ବିଶ୍ୱକପ୍ ଖେଳି ସ୍ୱଦେଶ ଫେରିଥିବା ଦକ୍ଷିଣ ଆଫ୍ରିକାର ଯୁବ ମିଡ୍ ଫିଲ୍ଡର ଜେଡେନ ଆଡାମ୍ସଙ୍କ ବିୟୋଗ ହୋଇଛି । ବିଶ୍ୱକପରେ ଡେବ୍ୟୁ କରିବାର କିଛି ଦିନ ପରେ ଦୁନିଆକୁ ଅଲବିଦା କହିଛନ୍ତି ସାଉଥ୍ ଆଫ୍ରିକାର ଷ୍ଟାର ମିଡ୍ଫିଲ୍ଡର ଜେଡେନ । ମାତ୍ର ୨୫ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ଏହି ଷ୍ଟାର ଖେଳାଳି । ଦକ୍ଷିଣ ଆଫ୍ରିକାର କ୍ରୀଡ଼ା ମନ୍ତ୍ରୀ ଗାଏଟାନ୍ ମ୍ୟାକେଞ୍ଜି ୨୫ ବର୍ଷୀୟ ଉଦୀୟମାନ ତାରକାଙ୍କ ଆକସ୍ମିକ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।
ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ନକ୍ ଆଉଟ୍ ରାଉଣ୍ଡ୍ରେ ପରାଜିତ ହୋଇ ବିଦାୟ ନେଇଥିଲା । ସମସ୍ତ ମ୍ୟାଚରେ ଆଡାମ୍ସ ଖେଳିବାକୁ ସୁଯୋଗ ପାଇଥିଲେ । ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । କେପ ଟାଉନ ପୁଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି । କେପ ଟାଉନ ନିକଟସ୍ଥ ସ୍କଟସ୍କେକଲୁଫ ଅଞ୍ଚଳରେ ଏକ ଘରୁ ଆଡାମ୍ସଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିଲା । ମାତ୍ର ୨୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ସମଗ୍ର ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ସେ ମାତ୍ର ୯ଟି ମ୍ୟାଚ ଖେଳିଥିଲେ । ବିଶ୍ୱକପ୍ରେ ତାଙ୍କ ପ୍ରଦର୍ଶନ ମଧ୍ୟ ପ୍ରଶଂସନୀୟ ରହିଥିଲା । ଆଡାମ୍ସ ଷ୍ଟେଲନବସ୍କ କ୍ଲବ୍ ପକ୍ଷରୁ ପେସାଦାର ଫୁଟବଲ୍ କ୍ୟାରିୟର ଆରମ୍ଭ କରିଥିଲେ । ଗତ ବର୍ଷ ସେ ମାମେଲୋଡି ସନଡାଉନ୍ସ ପକ୍ଷରୁ ଚୁକ୍ତି କରିଥିଲେ । ତାଙ୍କ ଦମଦାର ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ଗତ ଆଫ୍କନ୍ ଚାମ୍ପିଅନସସିପ୍ ସେମି ଫାଇନାଲ୍ରେ ପ୍ରବେଶ କରିଥିଲା ।
ଏହା ବି ପଢନ୍ତୁ...ନିରବୀ ଗଲା 'ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ' ର ସ୍ବର; ୬୦ରୁ ଅଧିକ ଓଡ଼ିଆ ଗୀତରେ କଣ୍ଠଦାନ କରିଥିବା ଜାନକୀ ଆମ୍ମାଙ୍କ ପରଲୋକ
ଫିଫା ବିଶ୍ୱକପ୍ ପୂର୍ବରୁ, ଜେଡେନ ଆଡାମ୍ସଙ୍କୁ ଆଫ୍ରିକାନ୍ ଚାମ୍ପିଅନ୍ସ ଲିଗରେ ଖେଳିବାର ଦେଖାଯାଇଥିଲା, ଯେଉଁଠାରେ ସେ ୨୦୨୫-୨୬ ସିଜିନରେ ମାମେଲୋଡି ସନଡାଉନ୍ସକୁ ଚାମ୍ପିଅନ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଜେଡେନ୍ ଆଡାମ୍ସ ୨୦୨୪ ମସିହାରେ ଦକ୍ଷିଣ ଆଫ୍ରିକାର ସିନିୟର ଫୁଟବଲ୍ ଦଳ ପାଇଁ ଡେବ୍ୟୁ କରିଥିଲେ । ସେ ଦକ୍ଷିଣ ଆଫ୍ରିକା ପାଇଁ ୯ଟି ମ୍ୟାଚ୍ ଖେଳିଥିଲେ। ସେ ଆଫ୍ରିକା କପ୍ ଅଫ୍ ନେସନ୍ସ ପାଇଁ ଦକ୍ଷିଣ ଆଫ୍ରିକା ଦଳରୁ ବଞ୍ଚିତ ହୋଇଥିଲେ, କିନ୍ତୁ ଫିଫା ବିଶ୍ୱକପ୍ ଦଳରେ ସ୍ଥାନ ପାଇଥିଲେ ।