ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଇତିହାସ ରଚିଲେ ସମ୍ଭବ ସ୍ୱାଭିମାନ: ମାତ୍ର ୨ ମାସ ବୟସରେ ମାରାଥନରେ ଭାଗ ନେଲେ

ଭୁବନେଶ୍ୱର, ୯ ।୨ (ବ୍ୟୁରୋ): ଯେଉଁ ବୟସରେ ଶିଶୁଟିଏ ଦୁନିଆକୁ ଭଲ କରି ଦେଖିବା ଶିଖୁ ଥାଏ ସେହି ବୟସରେ କୌଣସି ମାରାଥନରେ ଭାଗ ନେବା ଅତି ବିରଳ ଘଟଣା । ମାତ୍ର ୭୨ ଦିନ (୨ ମାସ ୧୨ ଦିନ)ରେ ଭୁବନେଶ୍ୱର ଏସ୍‌ବିଆଇ ଗ୍ରୀନ ମାରାଥନରେ ଅଂଶ ଗ୍ରହଣ କରି ଇତିହାସ ରଚିଛନ୍ତି ସମ୍ଭବ ସ୍ୱାଭିମାନ ନନ୍ଦ । ଏହି ମାରାଥନରେ ସେ ଥିଲେ ସର୍ବକନିଷ୍ଠ ପ୍ରତିଯୋଗୀ । ପ୍ରତିଯୋଗିତାରେ ତାଙ୍କର ରେଜିଷ୍ଟ୍ରେସନ ନମ୍ବର ଥିଲା ୮୦୩୦୩ । ବାପା ଅଜୟ କୁମାର ନନ୍ଦ ଏକ ଷ୍ଟ୍ରୋଲରରେ ତାଙ୍କୁ ଧରି ୫ କି.ମି ଦୌଡ଼ିଥିଲେ ।
ଏସ୍‌ବିଆଇ ଗ୍ରୀନ ମାରାଥନରେ ୩୦୦୦ରୁ ଊଦ୍ଧ୍ୱର୍ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ମାତ୍ର ଅଜୟ ଓ ତାଙ୍କ ପୁତ୍ର ସମ୍ଭବ ସ୍ୱାଭିମାନ ଥିଲେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ଅଜୟ କହିଛନ୍ତି, ପିଲାଙ୍କୁ ନେଇ ‘ଷ୍ଟ୍ରୋଲର ରନ୍‌’ ଏବେ ସାରା ବିଶ୍ୱରେ ବେଶ ଲୋକପ୍ରିୟତା ହାସଲ କଲାଣି । ଭାରତୀୟମାନେ ମଧ୍ୟ ଏହାକୁ ବହୁ ମାତ୍ରାରେ ଗ୍ରହଣ କଲେଣି । ଦୁବାଇ, ବୋଷ୍ଟନ ପ୍ରଭୃତି ମାରାଥନରେ ନିଜ ପିଲାଙ୍କୁ ନେଇ ବାପା, ମା’ମାନେ ‘ଷ୍ଟ୍ରୋଲର ରନ୍‌’ କରିବା ଦେଖିଛି । ତାହା ହିଁ ମୋତେ ଏହି ମାରାଥନରେ ମୋ କୁନି ପୁଅକୁ ନେଇ ଦୌଡ଼ିବା ପାଇଁ ପ୍ରୋତ୍ସାହିତ କରିଥିଲା । ତେବେ ଏତେ ଛୋଟ ପିଲାଙ୍କୁ ନେଇ ଦୌଡ଼ିବା ଏକ ରେକର୍ଡ କହିଲେ ଠିକ୍‌ ହେବ । ଭାବୁଛି ଅନ୍ୟମାନେ ମଧ୍ୟ ଏହାକୁ ଗ୍ରହଣ କରିବେ ।’ ଅଜୟ ଓ ତାଙ୍କ ପୁତ୍ର ସମ୍ଭବ ସ୍ୱାଭିମାନ ୫ କି.ମି ଦୂରତାକୁ ୪୫.୩୨ ସେକେଣ୍ଡରେ ଅତିକ୍ରମ କରିଥିଲେ । ଯାହା ଏକ ରେକର୍ଡ ବୋଲି କୁହାଯାଇ ପାରିବ । ସମ୍ଭବ ସ୍ୱାଭିମାନ ହେଉଛନ୍ତି ଲୋପାମୁଦ୍ରା ପତି ନନ୍ଦ ଓ ଅଜୟଙ୍କ ପ୍ରଥମ ସନ୍ତାନ । ସେ ୨୦୧୮ ନଭେମ୍ବର ୨୧ ତାରିଖରେ ଜନ୍ମ ହୋଇଥିଲେ ।

Copyright © 2022 - Summa Real Media Private Limited. All Rights Reserved.