ଗିରଫ ଆତ୍ମଘାତୀ କହିଲା, ବନିହାଲରେ ପୁଲଓ୍ବାମାଠାରୁ ଭୟଙ୍କର ବିସ୍ଫୋରଣ ଷଡଯନ୍ତ୍ର କରିଥିଲା ଏହି ଆତଙ୍କବାଦୀ ସଂଗଠନ

ଜମ୍ମୁ,୨।୪: ଜମ୍ମୁ-କାଶ୍ମୀର ଜାତୀୟ ରାଜପଥ ବନିହାଲରେ ଗତ ଶନିବାର ସିଆରପିଏଫ୍ ବସ୍ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ହିଜବୁଲ ଆତଙ୍କବାଦୀ ସଂଗଠନ। ବିସ୍ଫୋରଣ ଘଟଣାର ୩୬ ଘଣ୍ଟା ଭିତରେ ପୋଲିସ ଆତ୍ମଘାତୀ ଉବେସ୍ ଅମିନକୁ ଗିରଫ କରିଛି। ଗିରଫ ହେବାପରେ ଆତ୍ମଘାତୀ ଜଣକ ପୋଲିସକୁ ବୟାନ ଦେଇ କହିଛି, ସିଆରପିଏଫ୍ ଗାଡିକୁ ଲକ୍ଷ୍ୟ କରି ବିସ୍ଫୋରଣ କରିବା ପାଇଁ ଏକ ଫୋନ କଲରେ ତାକୁ ନିର୍ଦେଶ ମିଳିଥିଲା। ଯଦି ବିସ୍ଫୋରଣ ପାଇଁ କାରରେ ଲାଗିଥିବା ଟ୍ରିଗର ଦବି ଯାଇଥାନ୍ତା ତେବେ ପୁଲଓ୍ବାମା ଠାରୁ ବଡ ଧରଣର ବିସ୍ଫୋରଣ ହୋଇଥାନ୍ତା। ତାକୁ ଏଥିପାଇଁ ଲଟେରୀ ଯୋଗେ ଚୟନ କରାଯାଇଥିଲା ବୋଲି ସେ କହିଛି।

ସେନା ଓ ପୁଲିସର ମିଳିତ ଚଢାଉ ବେଳେ ଗତକାଲି ରାତିରେ ସନ୍ଦିଗ୍ଧକୁ ଗିରଫ କରାଯାଇଛି । ସେ ଶୋପିୟାନ୍ ଜିଲାର ବାସିନ୍ଦା। ଟ୍ରକରେ ଲିପ୍ଟ ମାଗି କଶ୍ମୀର ଯାଉଥିବା ବେଳେ ପୁଲିସ ତାକୁ ଗିରଫ କରିଛି। ଡିଜିପି ଦିଲବାଗ ସିଂହଙ୍କ ସୂଚନା ଅନୁଯାୟୀ, ବନିହାଲରେ ବିସ୍ଫୋରଣ ଘଟଣାରେ କାର ଆତ୍ମଘାତୀ କାର ଚାଳକ ଗିରଫ ପରେ ଆତଙ୍କବାଦୀ ସହ ସମ୍ପର୍କ ଥିବା ସେ ସ୍ବୀକାର କରିଛି । କାର ବିସ୍ଫୋରଣ ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
#WATCH Confession of the accused in the car blast in Banihal, Ramban, after his arrest, today. #JammuAndKashmir pic.twitter.com/H2ABl6oj8o
— ANI (@ANI) April 1, 2019
ଫେବୃଆରୀ ୧୪ ପୁଲୱାମା ଆକ୍ରମଣ ଭଳି ମାର୍ଚ୍ଚ ୩୦ରେ ବନିହାଲରେ ସିଆରପିଏଫ ଭ୍ୟାନକୁ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ ପୁଣି ଏକ ଷଡଯନ୍ତ୍ର କରିଥିଲେ। ତେବେ ଏହି ବିସ୍ଫୋରଣରେ ସିଆରପିଏଫର ଗାଡିରେ ସାମାନ୍ୟ କ୍ଷତି ହୋଇଥିବା ବେଳେ ସମସ୍ତ ଯବାନ ସୁରକ୍ଷିତ ଥିଲେ। ବିସ୍ଫୋରଣ ପାଇଁ କାରରେ ୯୦ ଜିଲୋଟିନ୍, ୟୁରିୟା ସଲଫର, ଆମୋନିଆ ନାଇଟ୍ରେଟ, ଦୁଇ ଲିଟର ପେଟ୍ରୋଲ ଓ ଦୁଇଟି ଗ୍ୟାସ୍ ସିଲିଣ୍ଡର ଥିଲା। ଏହାଛଡା ଏକ ଟିଫିନ ଆଇଆଇଡି ଥିଲା। ଗତ ୫ ବର୍ଷ ଭିତରେ ଏହା ହେଉଛି ପ୍ରଥମ ଘଟଣା ଯେବେ ଆତ୍ମଘାତୀ ଆକ୍ରମଣ କରିବାକୁ ଆସିଥିବା ଆତଙ୍କବାଦୀକୁ ପୋଲିସ ଜୀବନ୍ତ ଗିରଫ କରିଛି।