ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏଚ୍‌ଏଲ୍‌ସିଏ ବୈଠକରେ ୧.୬୫ ଲକ୍ଷ କୋଟିର ନିବେଶକୁ ମଞ୍ଜୁରି, ୧୦ ଶିଳ୍ପରେ ସୃଷ୍ଟି ହେବ ୫୨,୦୦୦ ନିଯୁକ୍ତି

Published By : Prameya | March 28, 2025 9:03 AM

ଭୁବନେଶ୍ୱର,୨୮/୦୨: ଭାରତର ନିବେଶ ହବ୍‌ ଭାବେ ସ୍ଥିତି ମଜଭୁତ କରୁଛି ଓଡ଼ିଶା । ଏହି କ୍ରମରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ  ଅଧ୍ୟକ୍ଷତାରେ ବସିଥିବା ୪୦ତମ ଉଚ୍ଚସ୍ତରୀୟ  ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ)ଙ୍କ ବୈଠକରେ ୧୦ଟି ପ୍ରମୁଖ ଶିଳ୍ପ ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଏହା ମାଧ୍ୟମରେ ରାଜ୍ୟକୁ ଆସିବ ୧,୬୫,୩୦୩  କୋଟିର ନିବେଶ । ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ  ହେଲେ ରାଜ୍ୟରେ ସୃଷ୍ଟି ହେବ ୫୨,୦୦୦ ନିଯୁକ୍ତି । 

ଇସ୍ପାତ, ଆଲୁମିନିୟମ, ବିଦ୍ୟୁତ୍‌ ଉତ୍ପାଦନ,  ଗ୍ରୀନ୍‌ ହାଇଡ୍ରୋଜେନ୍‌, ଇଞ୍ଜିନିୟରିଂ ସାମଗ୍ରୀ  ଏବଂ ସବୁଜ ଶକ୍ତି ଉପକରଣ ଆଦି ପ୍ରମୁଖ  କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଆସିବାକୁ ଯାଉଛି ।  ଭଦ୍ରକ, କଟକ, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା,  ମୟୂରଭଞ୍ଜ ଏବଂ ରାୟଗଡ଼ା ଆଦି ୭ଟି ଜିଲ୍ଲାରେ  ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ ।  

ଆଲୁମିନିୟମ କ୍ଷେତ୍ରରେ ବେଦାନ୍ତ  ଲିମିଟେଡ୍‌ ରାୟଗଡ଼ାରେ ଦୁଇଟି ପ୍ରକଳ୍ପ କରିବ ।  କମ୍ପାନି ୫୦,୫୩୭ କୋଟି ଟଙ୍କା ନିବେଶରେ  ଏଠାରେ ଏକ ୬ ଏମ୍‌ଟିପିଏ ଆଲୁମିନା  ରିଫାଇନେରୀ କରିବ, ଯାହା ମାଧ୍ୟମରେ ୮,୭୦୦  ନିଯୁକ୍ତି ସୃଷ୍ଟି ହେବ । ଦ୍ୱିତୀୟ ପ୍ରକଳ୍ପ ଅନ୍ତର୍ଗତ  ଏହା ୪୦,୯୯୧ କୋଟି ଟଙ୍କା ନିବେଶରେ ଏକ  ଗ୍ରୀନ୍‌ଫିଲ୍‌ଡ ୧.୨ ଏମ୍‌ଟିପିଏ ଆଲୁମିନିୟମ  ସ୍ମେଲ୍‌ଟର କରିବ । 

ଇସ୍ପାତ କ୍ଷେତ୍ରରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌  କେନ୍ଦୁଝରରେ ୩୫,୦୦୦ କୋଟି ଟଙ୍କା ନିବେଶରେ  ଅପ୍‌ଷ୍ଟ୍ରିମ୍‌ ଓ ଡାଉନ୍‌ଷ୍ଟ୍ରିମ୍‌ ଫ୍ୟାସିଲିଟି ସହ ଏକ ୫  ଏମ୍‌ଟିପିଏ ସମନ୍ୱିତ ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ କରିବ । ସେହିଭଳି ଶ୍ୟାମ ଷ୍ଟିଲ୍‌ ୱାର୍କସ ୫,୨୦୦  କୋଟି ଟଙ୍କା ନିବେଶରେ ଅପ୍‌ଷ୍ଟ୍ରିମ୍‌ ଓ ଡାଉନ୍‌ଷ୍ଟ୍ରିମ୍‌ ଫ୍ୟାସିଲିଟି ସହ ଭଦ୍ରକରେ ଏକ  ୧.୫ ଏମ୍‌ଟିପିଏ ସମନ୍ୱିତ ଷ୍ଟିଲ୍‌ ପ୍ଲାଣ୍ଟ କରିବ ।  ଓସିଏଲ୍‌ ଆଇରନ୍‌ ଆଣ୍ଡ୍‌ ଷ୍ଟିଲ୍‌ ଏହାର ଇସ୍ପାତ ଉତ୍ପାଦନ ବଢ଼ାଇବା ପାଇଁ କେନ୍ଦୁଝରରେ ୩୦୦୦  କୋଟି ଟଙ୍କା ନିବେଶରେ ଏକ ୧.୨ ଏମ୍‌ଟିପିଏ  ସମନ୍ୱିତ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବ । 

ଶକ୍ତି କ୍ଷେତ୍ରରେ ଓଡ଼ିଶା ଥର୍ମାଲ ଏନର୍ଜିର  ଏକ ପ୍ରସ୍ତାବକୁ ଅନୁମୋଦନ ମିଳିଛି । କମ୍ପାନି  କଟକରେ ୧୮,୪୫୦ କୋଟି ଟଙ୍କା ନିବେଶରେ ଏକ ୨୪୦୦ ମେଗାୱାଟ ଅଲ୍‌ଟ୍ରା ସୁପର୍‌  କ୍ରିଟିକାଲ କୋଇଲାଭିତ୍ତିକ ତାପଜ ବିଦ୍ୟୁତ  ପ୍ଲାଣ୍ଟ କରିବ । ଏହା ମାଧ୍ୟମରେ ୮୧୦୦  ଲୋକଙ୍କୁ ନିଯୁକ୍ତି ମିଳିବ ।

ରେୟାର୍‌ ଆର୍ଥ କ୍ଷେତ୍ରରେ ଓଡ଼ିଶା ମେଟାଲର୍ଜିକାଲ  ଇଣ୍ଡଷ୍ଟ୍ରି ପ୍ରାଇଭେଟ୍‌ ଲିମିଟେଡ୍‌ ଗଞ୍ଜାମରେ ଟିଟାନିୟମ  କମ୍ପେ୍ଲକ୍ସରେ ୮,୦୦୦ କୋଟି ଟଙ୍କା ନିବେଶ କରିବ । ଗ୍ରୀନ୍‌ ହାଇଡ୍ରୋଜେନ୍‌ କ୍ଷେତ୍ରରେ ଶ୍ରୀଟେକ୍‌ ଡାଟା ଲିମିଟେଡ୍‌  ୧୫୬୦ କୋଟି ଟଙ୍କା ନିବେଶରେ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ଏକ ପ୍ରକଳ୍ପ ବିକାଶ କରିବାକୁ ଯାଉଛି ।  ସେହିଭଳି ୱାର୍ଲଡ ଗ୍ରୀନ୍‌ ଏନର୍ଜି ଗଞ୍ଜାମ ଗୋପାଳପୁରରେ  ୧.୨ ଗିଗାୱାଟ ସୋଲାର ମଡ୍ୟୁଲ ଏବଂ ୪ ଗିଗାୱାଟ ସୋଲାର  ଫଟୋଭୋଲ୍‌ଟାଇକ୍‌ ସେଲ୍‌ ଉତ୍ପାଦନ ୟୁନିଟ୍‌ ବସାଇବ ।  ଏଥିରେ କମ୍ପାନି ୧,୪୭୫ କୋଟି ଟଙ୍କା ନିବେଶ କରିବ । 

ସେହିଭଳି ରେଳ ଉପକରଣ ଉତ୍ପାଦନ କ୍ଷେତ୍ରରେ ଜୁପିଟର  ତତ୍ରଭାଗୋଙ୍କା ରେଲ୍‌ହ୍ୱିଲ ଫ୍ୟାକ୍ଟ୍ରିର ଏକ ପ୍ରସ୍ତାବକୁ ମିଳିଛି  ଅନୁମୋଦନ । କମ୍ପାନି ୧୦୯୦ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ  ଏହାର ରେଲ୍‌ ହ୍ୱିଲ୍‌ସେଟ୍‌ସ ପ୍ଲାଣ୍ଟ୍‌ର ସମ୍ପ୍ରସାରଣ କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.