ରାଜଗିର,୨୯/୦୮:  ଶୁକ୍ରବାରଠୁ ବିହାରର ରାଜଗିରରେ  ଆରମ୍ଭ ହେବ ହକି ଏସିଆ କପ୍‌ । ଚାମ୍ପିଅନ ଦଳ ୨୦୨୬ ହକି ବିଶ୍ୱକପ୍‌ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବେ । ଏଥିରେ ମୋଟ ୮ଟି ଦଳ ୨ଟି ଗ୍ରୁପ୍‌ (ଏ ଓ  ବି)ରେ ଭାଗ ନେବେ । ଏଥର ପାକିସ୍ତାନ ଓ ଓମାନ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ସେମାନଙ୍କ ସ୍ଥାନରେ ବାଂଲାଦେଶ ଓ କାଜାଖସ୍ତାନ ସାମିଲ ହୋଇଛନ୍ତି । ପୁଲ ଏ’ରେ  ଭାରତ ସମେତ ଜାପାନ, ଚୀନ ଓ କାଜାଖସ୍ତାନ ଏବଂ ପୁଲ ବି’ରେ ବାଂଲାଦେଶ,  ମାଲେସିଆ, କୋରିଆ ଓ ଚାଇନିଜ ତାଇପେ ରହିଛନ୍ତି । 

ପ୍ରଥମ ଦିବସରେ ୪ଟି ମ୍ୟାଚ୍‌ ରହିଛି । ପୁଲ୍‌-ଏ’ରେ ଜାପାନ-କାଜାଖସ୍ତାନ ଓ  ଭାରତ-ଚୀନ ଏବଂ ପୁଲ୍‌-ବି’ରେ ମାଲେସିଆ-ବାଂଲାଦେଶ ଏବଂ ଦକ୍ଷିଣ କୋରିଆ-ଚାଇନିଜ ତାଇପେ’ ସାମ୍ନାସାମ୍ନି ହେବେ । ଭେଟେରାନ ଡ୍ରାଗ ଫ୍ଲିକର ହର୍ମନପ୍ରୀତ ସିଂ  ପୂର୍ବଭଳି ଭାରତୀୟ ଦଳର ନେତୃତ୍ୱ ସମ୍ଭାଳିବେ । ଦଳରେ ୨ ଜଣ ଓଡ଼ିଆ ଅଲିମ୍ପିଆନ  ଅମିତ ରୋହିଦାସ ଏବଂ ଫରୱାର୍ଡ ଶିଳାନନ୍ଦ ଲାକ୍ରା ସାମିଲ ରହିଛନ୍ତି । ନୀଲମ ସଞ୍ଜୀପ  ଖେସ୍‌ ବିକଳ୍ପ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି ।  

ଭାରତୀୟ ଦଳ: ଗୋଲକିପର-କ୍ରିଷନ ବାହାଦୂର ପାଠକ, ସୂରଜ କାରକେରା ।  ଡିଫେଣ୍ଡର-ସୁମିତ, ଜର୍ମନପ୍ରୀତ ସିଂ, ସଞ୍ଜୟ, ହର୍ମନପ୍ରୀତ ସିଂ, ଅମିତ ରୋହିଦାସ ଓ  ଯୁଗରାଜ ସିଂ । ମିଡଫିଲ୍ଡର-ରାଜିନ୍ଦର ସିଂ, ରାଜ କୁମାର ପାଲ, ହାର୍ଦ୍ଦିକ ସିଂ, ହର୍ମନପ୍ରୀତ  ସିଂ ଓ ବିବେକ ସାଗର ପ୍ରସାଦ । ଫରୱାର୍ଡ-ମନଦୀପ ସିଂ, ଶିଳାନନ୍ଦ ଲାକ୍ରା, ଅଭିଷେକ,  ସୁଖଜିତ ସିଂ ଓ ଦିଲପ୍ରୀତ ସିଂ । ବିକଳ୍ପ ଖେଳାଳି-ନୀଲମ ସଞ୍ଜୀପ ଖେସ ।