ନୂଆଦିଲ୍ଲୀ,୨୮/୦୩; ହକି ଇଣ୍ଡିଆର ଅଷ୍ଟମ ବାର୍ଷିକ ପୁରସ୍କାର ପ୍ରଦାନ ସମାରୋହରେ ନଭନୀତ କୌର ଓ ହାର୍ଦ୍ଦିକ ସିଂ ବର୍ଷର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ପୁରସ୍କାର ସ୍ୱରୂପ ଉଭୟଙ୍କୁ ୨୦ ଲକ୍ଷ ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା । ସେମିତି ମେଜର ଧ୍ୟାନଚାନ୍ଦ ଜୀବନବ୍ୟାପୀ ସାଧନା ପୁରସ୍କାର ପାଇଥିଲେ ଜାଫର ଇକବାଲ । ତାଙ୍କୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ରାଶି ମିଳିଥିଲା ।

ଆୟୋଜିତ ପୁରସ୍କାର ସମାରୋହରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖାଡସେ, ଅଲିମ୍ପିଆନ ହରବିନ୍ଦର ସିଂ, ଅସଲମ ଶେର ଖାନ, ଜାଫର ଇକବାଲ, ଭିନିତ କୁମାର, ଜଗବୀର ସିଂ ଓ ସୀତା ମେହେଟାଙ୍କ ସହ ହକି ଇଣ୍ଡିଆର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ୧୫ତମ ହକି ଇଣ୍ଡିଆ ଜାତୀୟ ଚାମ୍ପିଅନସିପ୍ର ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଝାଡ଼ଖଣ୍ଡ, ହରିଆନା, ମିଜୋରାମ, ପଞ୍ଜାବ, ମଧ୍ୟପ୍ରଦେଶ, ଓଡ଼ିଶା ଓ ଉତ୍ତର ପ୍ରଦେଶକୁ ୧୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

ପୁରସ୍କାର ବିଜେତା

​​​​​​​ଶ୍ରେଷ୍ଠ ଗୋଲକିପର-ବିଛୁ ଦେବୀ (୫ ଲକ୍ଷ), ବର୍ଷର ଶ୍ରେଷ୍ଠ ଡିଫେଣ୍ଡର-ସୁମିତ (୫ ଲକ୍ଷ), ବର୍ଷର ଶ୍ରେଷ୍ଠ ଫରୱାର୍ଡ-ସୁଖଜିତ ସିଂ ( ୫ ଲକ୍ଷ), ଅପ୍କମିଙ୍ଗ ପ୍ଲେୟାର ଅଫ୍ ଦ ଇୟର (୨୧ ବର୍ଷରୁ କମ୍)-ସାକ୍ଷୀ ରାଣା (ମହିଳା) ଓ ପ୍ରିନ୍ସ ଦୀପ ସିଂ (ପୁରୁଷ) ୧୦ ଲକ୍ଷ ଲେଖାଏଁ ।