ଭାରତୀୟ ପୁରୁଷ ହକି ଟିମ୍ ଉପରେ କରୋନା ଆତଙ୍କ, ଷ୍ଟ୍ରାଇକର ଗୁରଜନ୍ତ ସିଂହ ଓ କୋଚ୍ ଗ୍ରାମ୍ ରିଡ୍ଙ୍କ ସହିତ ୫ ପଜିଟିଭ

ବେଙ୍ଗାଲୁର,୩୦।୬: କମନଓ୍ବେଲଥ୍ ଗେମ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍ ପ୍ରାକ୍ଟିସ୍ କ୍ୟାମ୍ପ ଉପରେ ଗୁରୁବାର କୋଭିଡ୍-୧୯ର ପ୍ରକୋପ। ମୁଖ୍ୟ କୋଚ୍ ଗ୍ରାହମ୍ ରିଡ୍ ଓ ଷ୍ଟ୍ରାଇକର ଗୁରଜନ୍ତ ସିଂହଙ୍କ ସହିତ ୫ ଖେଳାଳି କରୋନା ପ୍ରଭାବିତ ହୋଇଛନ୍ତି। ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି। ବୁଧବାର ସକାଳେ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା। ସଂକ୍ରମିତ ଲୋକଙ୍କ ଭିତରେ ହାଲକା ଲକ୍ଷଣ ଦେଖିବାକୁ ମିଳିଛି।
ହକି ଇଣ୍ଡିଆ କାହାର ନାଁ ନନେଇ କହିଛି ଯେ, ରାଷ୍ଟ୍ର ମଣ୍ଡଳ ଖେଳ ୨୦୨୨ର ପ୍ରସ୍ତୁତି କରାଯାଉଛି। ଭାରତୀୟ ପୁରୁଷ ହକି ଟିମ୍ର ଦୁଇ ଖେଳାଳି ଓ ସହଯୋଗୀ ଷ୍ଟାଫର ତିନୋଟି ସଦସ୍ୟ କୋଭିଡ୍-୧୯ ପଜିଟିଭ ଜଣାପଡିଛନ୍ତି। ଟିମ୍ ସୁତ୍ରରୁ ଜଣାପଡିଛି ଯେ, ଗୁରଜନ୍ତ ଓ ଗ୍ରାହମ୍ ରିଡ୍ ସଂକ୍ରମିତ ହୋଇଛନ୍ତି। ଟିମ୍ର ଭିଡିଓ ବିଶ୍ଲେଷକ ମଧ୍ୟ ପଜିଟିଭ ଜଣାପଡିଛନ୍ତି।’