PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ପାଖେଇ ଆସୁଛି ହକି ବିଶ୍ୱକପ୍‌, ଘାସ ଗାଲିଚାରେ ସଜେଇ ହୋଇଛି ରାଜଧାନୀ

ଭୁବନେଶ୍ୱର ୦୩/୧୨: ଏୟାରପୋର୍ଟ ଛକରୁ ଆଚାର୍ଯ୍ୟବିହାର । ଏଜି ଛକରୁ କଳ୍ପନା । ପୁଣି ଆଚାର୍ଯ୍ୟବିହାରରୁ ଡମଣା । ପୂରା ରାଜଧାନୀ ସବୁଜ ସବୁଜ ଦେଖାଯାଉଛି । ବଙ୍ଗଳା(ପଶ୍ଚିମବଙ୍ଗ)ରୁ ଆସି ରାସ୍ତାରେ ୨ ପାଶ୍ୱର୍ରେ ପଡ଼ିଛି ଘାସ ଗାଲିଚା । ଯାହା ପଥଚାରୀଙ୍କୁ ବେଶ୍‌ ଆକର୍ଷିତ କରୁଛି । ପୁଣି ପାର୍କର ଭ୍ରମ ସୃଷ୍ଟି କରୁଛି । ସାଙ୍ଗକୁ କାମିନି ଆଉ କାଗଜଫୁଲରେ ଝଲସୁଛି ରାସ୍ତା ।

ହକି ବିଶ୍ୱକପ୍‌ ପାଇଁ ରାଜଧାନୀକୁ ସଜାଯାଉଛି । ବିଏମ୍‌ସି, ବିଡିଏ ଓ ଓଏଫ୍‌ଡିସି ପକ୍ଷରୁ ବିଭିନ୍ନ ସୌନ୍ଦର୍ଯୀକରଣ କାର୍ଯ୍ୟ କରାଯାଉଛି । ଓଏଫ୍‌ଡିସି ପକ୍ଷରୁ ଏୟାରପୋର୍ଟରୁ ପୁନାମାଗେଟ୍‌, ବିଏମ୍‌ସି ପକ୍ଷରୁ ଏଜିଛକରୁ କଳ୍ପନା ଓ ବିଡିଏ ପକ୍ଷରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ରାସ୍ତା ସୌନ୍ଦର୍ଯୀକରଣ କରାଯାଉଛି । ଏଥିପାଇଁ ଘାସ ଗାଲିଚା ଓ ଫୁଲଗଛ ଲାଗିଛି । ଏୟାରପୋର୍ଟ ରୋଡ୍‌ରୁ ଏଜିଛକ ପର୍ଯ୍ୟନ୍ତ ରାସ୍ତାରେ ଦୁଇପାଶ୍ୱର୍ରେ କ୍ୱାର୍ଟସ ପାଚେରିକୁ ଲାଗି ଘାସ ଗାଲିଚାରେ ଲ୍ୟାଣ୍ଡ୍‌ ସ୍କେପିଂ କରାଯାଇଛି । ଦେଖିଲେ ଲାଗୁଛି ମାଟିରେ ଏସବୁ ଉଠିଛି । କିନ୍ତୁ ସେମିତି ନୁହେଁ । ଘାସ ଗାଲିଚାକୁ ଏଇଠି ପ୍ରସ୍ତୁତ କରାଯାଇନି । ବଙ୍ଗଳାରୁ ଏହାକୁ ଟ୍ରକ୍‌ରେ ଅଣାଯାଇ ରାସ୍ତା ପାଶ୍ୱର୍ରେ ପକାଯାଇଛି । ପ୍ରତିଦିନ ଏଥିରେ ପାଣି ଦିଆଯାଉଛି । ଘାସ ଗାଲିଚା ଭଳି ବାହାରୁ ଆସିଛି ବୋଗେନ୍‌ଭାଲି ବା କାଗଜଫୁଲ ଓ କାମିନି ଫୁଲର ଚାରା । ସହର ସାରା ଏ ଚାରା ଲାଗିଛି । ଯାହା ସହରକୁ ପ୍ରକୃତିରାଣୀ ଭଳି ସଜେଇ ଦେଇଛି ।