ହିନ୍ଦୁ ଧର୍ମରେ ହୋଲାଷ୍ଟକ ଅଶୁଭ ବୋଲି ବିବେଚନା କରାଯାଏ। ଏହି ହୋଲାଷ୍ଟକ ୮ ଦିନ ଧରି ଚାଲିଥାଏ ।   ହିନ୍ଦୁ ପଞ୍ଚାଙ୍ଗ  ଅନୁସାରେ, ହୋଲାଷ୍ଟକ ଫାଲଗୁନ ମାସର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରୁ ଅର୍ଥାତ ହୋଲିର ୮ ଦିନ ପୂର୍ବରୁ  ଆରମ୍ଭ ହୁଏ। ଏହା ହୋଲିକା ଦହନ ସହିତ ଶେଷ ହୋଇଥାଏ। ତେଣୁ ହୋଲାଷ୍ଟକ ସମୟରେ ଗୃହସ୍ଥାପନ, ବିବାହ କିମ୍ବା ମୁଣ୍ଡନ ଉତ୍ସବ ଭଳି ଶୁଭ କାର୍ଯ୍ୟ କରିବା ନିଷେଧ।

ଧାର୍ମିକ ବିଶ୍ୱାସ ଅନୁସାରେ, ହୋଲାଷ୍ଟକ ସମୟରେ କରାଯାଇଥିବା ଶୁଭ କାର୍ଯ୍ୟର ଫଳ ମିଳେ ନାହିଁ। ବିପରୀତରେ, ହୋଲାଷ୍ଟକ ସମୟରେ ନିଷିଦ୍ଧ କାର୍ଯ୍ୟ କଲେ, ଜୀବନରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ। ହୋଲାଷ୍ଟକ ସମୟରେ କୌଣସି ଶୁଭ କାର୍ଯ୍ୟ ନକରିବା ସହିତ, ଏହି ସମୟରେ ନୂତନ ଜିନିଷ କିଣିବା ମଧ୍ୟ ନିଷେଧ ବୋଲି ବିବେଚନା କରାଯାଏ।  ଏହା କରିବା ଦ୍ୱାରା ଜୀବନରେ ଅସୁବିଧା ବଢ଼ିପାରେ।

ବୈଦିକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ ଫାଲଗୁନ ମାସର ଶୁକ୍ଳପକ୍ଷ ଅଷ୍ଟମୀ ତିଥି ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେଉଛି। ଏପରି ପରିସ୍ଥିତିରେ, ହୋଲାଷ୍ଟକ ମଧ୍ୟ ମାର୍ଚ୍ଚ ୭ ରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୧୩ ତାରିଖରେ ଶେଷ ହେବ। କାରଣ ହୋଲିକା ଦହନ ୧୩ ମାର୍ଚ୍ଚରେ ରହିଛି। ଏହାପରେ, ୧୪ ମାର୍ଚ୍ଚରେ ହୋଲି ପାଳନ କରାଯିବ। ତେଣୁ ହୋଳାଷ୍ଟକ ଦିନ ବଜାରରୁ କୌଣସି ନୂତନ ଜିନିଷ କିଣି ଘରକୁ ଆଣନ୍ତୁ ନାହିଁ। ସେହିପରି ଏହି ସମୟରେ ନୂତନ ପୋଷାକ, ନୂତନ ଗାଡ଼ି, ଘରକରଣା ଜିନିଷ, ସୁନା ଏବଂ ରୂପା କିଣନ୍ତୁ ନାହିଁ।  ହୋଲାଷ୍ଟକ ଦିନଗୁଡ଼ିକରେ ଯଜ୍ଞ  କିମ୍ବା ଅନ୍ୟ କୌଣସି ଧାର୍ମିକ କାର୍ଯ୍ୟ କରନ୍ତୁ ନାହିଁ। କିନ୍ତୁ  ନିୟମିତ ପୂଜା କରାଯାଇପାରିବ। ମାନ୍ୟତା ରହିଛି ଯେ, ଏହି ସମୟରେ ନକାରାତ୍ମକ ଶକ୍ତିର ଅଧିକ ଥାଏ। ତେଣୁ ଏହି ସମୟ ମଧ୍ୟରେ ନୂତନ ନିବେଶ ଏବଂ କାରବାର କରନ୍ତୁ ନାହିଁ। ଏହା ଜୀବନରେ ଆର୍ଥିକ ସଙ୍କଟ ସୃଷ୍ଟି କରିପାରେ।  ହୋଲାଷ୍ଟକ ସମୟରେ ଦାନ କରନ୍ତୁ। ଏହା କରିବାଦ୍ବାରା  ଘରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ହନୁମାନ ଚାଳିଶା ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।  ଏହି ସମୟରେ ଲଡୁ ଗୋପାଳଙ୍କୁ ପୂଜା କରିବା ସହ  ଗୋପାଳ ସହସ୍ରନାମ ପାଠ କରନ୍ତୁ।