ଭୁବନେଶ୍ଵର, ୨୧/୦୨ : ଖୁସି ଓ ରଙ୍ଗର ପ୍ରତୀକ ହୋଲି। ତେବେ ହୋଲିର ୮ ଦିନ ପୂର୍ବରୁ ହୋଲାଷ୍ଟକ ଆରମ୍ଭ ହୁଏ। ଚଳିତ ବର୍ଷ ଫେବୃଆରୀ ୨୪ରୁ ହୋଲାଷ୍ଟକ ଆରମ୍ଭ ହୋଇ ମାର୍ଚ୍ଚ ୩ ତାରିଖ ଯାଏଁ ଚାଲିବ। ଏହି ୮ ଦିନରେ କୌଣସି ନୂଆ କିମ୍ଵା ଶୁଭ କାର୍ଯ୍ୟ ହୁଏ ନାହିଁ। ହେଲେ ଭକ୍ତି ଏବଂ ପୂଜାପାଠ ପାଇଁ ଏହି ସମୟ ସର୍ବୋତ୍କୃଷ୍ଟ। ଶାସ୍ତ୍ର ଅନୁଯାୟୀ, ହୋଲାଷ୍ଟକ ସମୟରେ ଦେଖିଥିବା ସ୍ଵପ୍ନରୁ ଅନେକ ଶୁଭ ସଙ୍କେତ ମିଳେ। ତେବେ ଜାଣନ୍ତୁ ସ୍ଵପ୍ନରେ କଣ ଦେଖିଲେ ଶୁଭ ?

୧-ହୋଲାଷ୍ଟକର କାହାଣୀ ଭଗବାନ ବିଷ୍ଣୁ ଏବଂ ଭକ୍ତ ପ୍ରହଲ୍ଲାଦଙ୍କ ସହ ଜଡ଼ିତ। ଯଦି ଏହି ସମୟରେ ବିଷ୍ଣୁ ଏବଂ ପ୍ରହଲ୍ଲାଦଙ୍କ ଦର୍ଶନ ମିଳେ ତାହେଲେ ଆପଣଙ୍କର ଖରାପ ଦିନ ସରିଯିବ। ଭଗବାନ ସ୍ଵୟଂ ଆପଣଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଭାବିନେବେ। 

୨-ଭଗବାନ ବିଷ୍ଣୁଙ୍କ ସବୁଠୁ ପ୍ରିୟ ରଙ୍ଗ ହଳଦିଆ। ଯଦି ସ୍ଵପ୍ନରେ ହଳଦିଆ ରଙ୍ଗ ସହ ହୋଲି ଖେଳୁଥିବା ଦେଖନ୍ତି ତାହେଲେ ଏହା ଶୁଭ ସଙ୍କେତ। ଏହାର ଅର୍ଥ ହେଉଛି ଆପଣଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସବ। ମାନସିକ ଚାପ ଦୂର ହେବ। ଜୀବନରେ ସୁଖ ସମୃଦ୍ଧି ଆସିବ। 

୩-ଯଦି ସ୍ଵପ୍ନରେ ଆପଣଙ୍କ ବନ୍ଧୁ ପ୍ରିୟଜନ କିମ୍ଵା ପରିବାର ସହ ହୋଲି ଖେଳୁଥିବାର ଦେଖନ୍ତି ତାହେଲେ ଏହା ଶାନ୍ତିର ପ୍ରତୀକ। ଏହାର ଅର୍ଥ ଆପଣଙ୍କ ପରିବାରରେ ପ୍ରେମ ବଢିବ। ସମାଜରେ ମାନ ସମ୍ମାନ ବଢିବ। 

୪-ସ୍ଵପ୍ନରେ ଯଦି ସ୍ଵଚ୍ଛ ଏବଂ ପବିତ୍ର ନଦୀ ଦେଖନ୍ତି ତାହେଲେ ଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କ ଜୀବନରୁ ସବୁ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଉଚ୍ଚ ପଦ ପଦବୀ ମିଳିବ। ପ୍ରଗତିର ନୂଆ ରାସ୍ତା ଖୋଲିବ। 

ଏହି ଖବରଟିକୁ ପଢନ୍ତୁ- ଫ୍ରିଜ୍‌ରେ ଆଦୌ ରଖନ୍ତୁନି ଏହି ସବୁ ଖାଦ୍ୟ,ହୋଇପାରେ ଏହି ରୋଗ...