ଗୃହମନ୍ତ୍ରୀ ଅମିତ ଶାହା ଦେଖିବେ ଅକ୍ଷୟ କୁମାରଙ୍କ ‘ପୃଥ୍ୱୀରାଜ’, ଦିଲ୍ଲୀରେ ହେବ ସ୍ପେସାଲ୍ ସ୍କ୍ରିନିଂ

ନୂଆଦିଲ୍ଲୀ ୨୫/୦୫: ଅକ୍ଷୟ କୁମାର ଏବଂ ମାନୁଷୀ ଚିଲାରଙ୍କ ଫିଲ୍ମ ‘ପୃଥ୍ୱୀରାଜ’ ଖୁବ୍ ଶୀଘ୍ର ସିନେମାଘରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମଟି ସମ୍ରାଟ ପୃଥ୍ୱୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ। ଏହାର ନିର୍ଦ୍ଦେଶନା ଡକ୍ଟର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଦେଇଛନ୍ତି। ଅକ୍ଷୟ କୁମାର ଏବଂ ମାନୁଷୀ ବର୍ତ୍ତମାନ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ନିର୍ମାତା ଏହାର ସ୍ପେସାଲ୍ ସ୍କ୍ରିନିଂ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଯେଉଁଠାରେ ହାଇ-ପ୍ରୋଫାଇଲ୍ ଗେଷ୍ଟମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସ୍କ୍ରିନିଂ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହିବେ। ତାଙ୍କ ସହ ଅନ୍ୟ ମନ୍ତ୍ରୀ ଏବଂ ଅଧିକାରୀମାନେ ମଧ୍ୟ ଏହି ଫିଲ୍ମ ଦେଖିବେ।
‘ପୃଥ୍ୱୀରାଜ’ ଜୁନ୍ ୩ ରେ ସିନେମାଘରେ ରିଲିଜ୍ ହେବ। ଏହାପୂର୍ବରୁ ଜୁନ ୧ରେ ଫିଲ୍ମର ସ୍ପେସାଲ୍ ସ୍କ୍ରିନିଂ ପାଇଁ ଦିଲ୍ଲୀରେ ଆୟୋଜନ କରାଯିବ। ଫିଲ୍ମଟି ଭାରତର ହିନ୍ଦୁ ସମ୍ରାଟ ପୃଥ୍ୱୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ, ଯେଉଁଥିରେ ଅମିତ ଶାହାଙ୍କର ବହୁ ରୁଚି ରହିଛି। ସେ ସର୍ବଦା କୁହନ୍ତି, ଭାରତୀୟଙ୍କୁ ପୃଥ୍ୱୀରାଜ ଚୌହାନଙ୍କ ବିରତ୍ୱ ବିଷୟରେ ଜାଣିବା ଆବଶ୍ୟକ।
ଏହି ଫିଲ୍ମଟି ଏକ ବଡ ବଜେଟରେ ନିର୍ମିତ ଏବଂ ୧୮ ବର୍ଷର ଗବେଷଣା ଉପରେ ଆଧାରିତ। ସମସ୍ତ ପ୍ଲାଟଫର୍ମରେ ଏହାକୁ ପ୍ରମୋଟ୍ କରାଯାଉଛି।