ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କାର୍‌ ବିକ୍ରି ବଢ଼ାଇବାକୁ ଦମଦାର ଅଫର ଦେଉଛି କମ୍ପାନୀ, ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି !

Published By : Tapas Panda | March 7, 2025 5:26 PM

Image Courtesy: economictimes

ନୂଆଦିଲ୍ଲୀ: ହୋଣ୍ଡା କମ୍ପାନୀର ପ୍ରିମିୟମ୍ କାରଗୁଡ଼ିକ ଭାରତରେ ବହୁ ଲୋକପ୍ରିୟ। ଏହା ଦେଶର ବଡ଼ କାର୍ କମ୍ପାନୀ ମଧ୍ୟରୁ ଅନ୍ୟତମ । ଏବେ ହୋଣ୍ଡା ବିକ୍ରି ବୃଦ୍ଧି କରିବା ସହ ଗ୍ରାହକମାନଙ୍କୁ ଲାଭ ଦେବା ପାଇଁ ଏକ ଯୋଜନା ଆଣିଛି । ଏହି ଯୋଜନା କେବଳ ମାର୍ଚ୍ଚ ମାସ ପାଇଁ । ହୋଣ୍ଡା କାର୍ସ ଇଣ୍ଡିଆ ଏହାର ଯାନଗୁଡ଼ିକ ଉପରେ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ କରିବ ବୋଲି ଘୋଷଣା କରିଛି । ଯଦି ଜଣେ ଗ୍ରାହକ Honda City, Honda Elevate ଏବଂ Honda City eHEV ମଡେଲ ମଧ୍ୟରୁ ଯେକୌଣସି ଗୋଟିଏ କିଣନ୍ତି, ତେବେ ସେ ଏହାର ଫାଇଦା ଉଠାଇ ପାରିବେ । 

ନଗଦ ରିହାତି, ଏକ୍ସଚେଞ୍ଜ ରିହାତି, କର୍ପୋରେଟ୍ ଡିଲ୍ କିମ୍ବା ଅନ୍ୟ ଯେକୌଣସି ପ୍ରକାରର ଅଫର ଅନ୍ତର୍ଭୁକ୍ତ ହୋଇପାରେ । କେବଳ ଏତିକି ନୁହେଁ, ଏହି ଅଫରରେ ୭ ବର୍ଷର ୱାରେଣ୍ଟି ଏବଂ ବାଏ ବ୍ୟାକ୍‌ ଗ୍ୟାରେଣ୍ଟି ଅନ୍ତର୍ଭୁକ୍ତ। କମ୍ପାନୀ ଏକ ଶକ୍ତିଶାଳୀ ହାଇବ୍ରିଡ୍ ଇଞ୍ଜିନ୍ ସହିତ ହୋଣ୍ଡା ସିଟି ମଧ୍ୟ ବିକ୍ରୟ କରେ, ଯାହାର ମାଇଲେଜ୍ ଭଲ । ସିଟି eHEV ରେ ବହୁତ ବୈଶିଷ୍ଟ୍ୟ ଅଛି ଏବଂ ମାର୍ଚ୍ଚ ମାସରେ ଏହି କାର ଉପରେ ସର୍ବାଧିକ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରେ । 

ହୋଣ୍ଡା ଏଲିଭେଟ୍

ଏଲିଭେଟ୍ ବର୍ତ୍ତମାନ ଭାରତରେ ହୋଣ୍ଡାର ଏକମାତ୍ର SUV। ବିଶେଷ କଥା ହେଉଛି ଏହା ଭାରତରେ ଉତ୍ପାଦିତ ହୁଏ ଏବଂ ଆଫ୍ରିକା, ଜାପାନ ଭଳି ଅନ୍ୟ ଦେଶଗୁଡ଼ିକୁ ରପ୍ତାନି ହୁଏ । ଏଲିଭେଟର ପ୍ରାରମ୍ଭିକ ମୂଲ୍ୟ ୧୧.୬୯ ଲକ୍ଷ (ଏକ୍ସ-ସୋରୁମ୍) ଏବଂ ୧୬.୯୧ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ପର୍ଯ୍ୟନ୍ତ ଅଛି । ଏଲିଭେଟ୍‌ ହୋଣ୍ଡା ସିଟି ପ୍ଲାଟଫର୍ମରେ ନିର୍ମିତ ।

ହୋଣ୍ଡା ସିଟି

ହୋଣ୍ଡା ସିଟି ଭାରତୀୟ ବଜାରର ସବୁଠାରୁ ଲୋକପ୍ରିୟ ସେଡାନ ମଧ୍ୟରୁ ଗୋଟିଏ ଛି। କମ୍ପାନୀ ଏହି କାରର ICE ଭାରିଆଣ୍ଟ ଉପରେ ୭୩ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି ବୋଲି କୁହାଯାଉଛି । Honda City ICE ମୂଲ୍ୟ ୧୧.୮୨ ଲକ୍ଷ (ଏକ୍ସ-ସୋରୁମ୍) ରୁ ଆରମ୍ଭ ହୋଇ ୧୬.୭୧ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ପର୍ଯ୍ୟନ୍ତ ରହିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.