ନୂଆଦିଲ୍ଲୀ,୨୮/୧୦: ଯାନରେ ବିଭିନ୍ନ ଯାନ୍ତ୍ରିକ ତ୍ରୁଟି କାରଣରୁ  ୯୨ ହଜାର ଯାନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ହୋଣ୍ଡା କାର୍‌ସ । ଏଥିରେ ଆମେଜ ସବ୍‌କନସେପ୍ଟ ସେଡାନ, ଜାଜ୍‌ ପ୍ରିମିୟମ ହ୍ୟାଚ୍‌ବ୍ୟାକ ଏବଂ ଡବ୍ଲ୍ୟୁଆର୍‌ଭି ସବ୍‌ କମ୍ପାକ୍ଟ ଏସ୍‌ୟୁଭି ସାମିଲ ରହିଛି । ହୋଣ୍ଡା ପକ୍ଷରୁ  ନିୟାମକ ଫାଇଲିଂରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।  

ଜୁନ ୨୦୧୭ରୁ ଅକ୍ଟୋବର ୨୦୧୮ ମଧ୍ୟରେ ଉତ୍ପାଦନ ହୋଇଥିବା  ମଡେଲ ଏହା ମଧ୍ୟରେ ସାମିଲ । ଫ୍ୟୁଲ ପମ୍ପରେ ରହିଥିବା ତ୍ରୁଟି ଯୋଗୁ  ଏହି ମଡେଲ ଗୁଡିକୁ ପ୍ରତ୍ୟାହାର କରିବା ନେଇ ଏଭଳି କାର୍ଯ୍ୟକ୍ରମ ଗ୍ରହଣ  କରାଯାଇଛି । ଏହା ମଧ୍ୟରେ ଏଭଳି ୨୨୦୪ ଯାନ ରହିଛି ଯାହାର ଫୁଏଲ  ପମ୍ପ ରିପ୍ଲେସମେଣ୍ଟ କରାଯାଇଥିଲା ।