ଭୁବନେଶ୍ୱର,୦୮/୧୦: ଦେଶର ଅନ୍ୟତମ ଅଗ୍ରଣୀ ପ୍ରିମିୟମ କାର୍‌ ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌  (ଏଚ୍‌ସିଆଇଏଲ) ଶିଳ୍ପରେ-ପ୍ରଥମ ପରିବର୍ଦ୍ଧିତ ୱାରେଣ୍ଟି କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଛି । ଏହା ମାଧ୍ୟମରେ କମ୍ପାନି ୭ବର୍ଷ ପର୍ଯ୍ୟନ୍ତ ଅସୀମିତ କିଲୋମିଟର କଭରେଜ ପ୍ରଦାନ କରୁଛି । 

ଏହି ପରିବର୍ଦ୍ଧିତ ୱାରେଣ୍ଟି ଏଲିଭେଟ୍‌, ସିଟି, ସିଟି ଇ:ଏଚ୍‌ଇଭି ଏବଂ ଆମେଜ୍‌ର ପେଟ୍ରୋଲ ଭାରିଆଣ୍ଟ ନିମନ୍ତେ  ପ୍ରଦାନ କରାଯାଉଛି । ଯଦି ଗ୍ରାହକମାନେ  ପୂର୍ବରୁ ପରିବର୍ଦ୍ଧିତ କାର୍ଯ୍ୟକ୍ରମ ନିମନ୍ତେ  ପଞ୍ଜୀକୃତ କରିଥିବେ, ତେବେ ଏହି  ସୁବିଧା ମଧ୍ୟ ଅନ୍ୟାନ୍ୟ ମଡେଲ ସିଭିକ,  ଜାଜ୍‌ ଏବଂ ଡବ୍ଲ୍ୟୁଆର-ଭି ଆଦିର  ପେଟ୍ରୋଲ ଭାରିଆଣ୍ଟ ନିମନ୍ତେ ଯୋଗାଇ  ଦିଆଯାଉଛି । ଏ ସମ୍ପର୍କରେ ହୋଣ୍ଡା  କାର୍‌ସ ଇଣ୍ଡିଆ ଲିମିଟେଡ୍‌ର ଭାଇସ୍‌  ପ୍ରେସିଡେଣ୍ଟ (ମାର୍କେଟିଂ ଓ ସେଲ୍‌ସ) କୁନାଲ ବେହେଲ୍‌ କହିଛନ୍ତି ଯେ,  "ହୋଣ୍ଡା କାର୍‌ସ ଇଣ୍ଡିଆରେ ଗ୍ରାହକଙ୍କ  ମାଲିକାନା ଅନୁଭୂତିରେ ବୃଦ୍ଧି ଘଟାଇବା ନିମନ୍ତେ ଆମର ପ୍ରତିଶ୍ରୁତି ଅତୁଟ ରହିଛି ।  

ଗ୍ରାହକ କାର୍‌ କ୍ରୟ କରିବା  ତାରିଖଠାରୁ ୨ ବର୍ଷ ମଧ୍ୟରେ ୭ ବର୍ଷର  ଅସୀମିତ କିଲୋମିଟର ପରିବର୍ଦ୍ଧିତ  ୱାରେଣ୍ଟିକୁ ବାଛିପାରିବେ ଏବଂ ତା’ସହିତ  ଷ୍ଟାଣ୍ଡାର୍ଡ ୱାରେଣ୍ଟି ଶେଷ ପର୍ଯ୍ୟନ୍ତ ଅନ୍ୟ  ବିକଳ୍ପ ରହିଛି । ୪ର୍ଥ ଏବଂ ୫ମ ବର୍ଷ  ପର୍ଯ୍ୟନ୍ତ ପରିବର୍ଦ୍ଧିତ ୱାରେଣ୍ଟି ଥିବା  ପୁରୁଣା ଗ୍ରାହକମାନେ ମଧ୍ୟ ୭ ବର୍ଷ  ଅଥବା ୧,୫୦,୦୦୦ କିଲୋମିଟର  ପର୍ଯ୍ୟନ୍ତ (ଯେଉଁଟି ଆଗ ହେବ) ୱାରେଣ୍ଟି  ସମ୍ପ୍ରସାରଣ ନିମନ୍ତେ ବାଛିପାରିବେ।