ମହୁମାଛି ଆକ୍ରମଣରେ ଜଣେ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ହରଭଙ୍ଗା ୧୯/୩: ମହୁମାଛି ଆକ୍ରମଣରେ ଜଣେ ଗୁରୁତର । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦିଗସିରା ଗ୍ରାମର ଭଗବାନ ପ୍ରଧାନ ଆଜି ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ମହୁମାଛି ଆକ୍ରମଣ କରିଥିବା ଜଣାପଡିଛି l ତାଙ୍କୁ ଚାରିଛକ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ l ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l