ନୂଆଦିଲ୍ଲୀ,୧୩।୪: ଆମେରିକା ଓ ଇରାନ ଭିତରେ ବଢୁଥିବା ବିବାଦ ଭିତରେ ନେଇ ହର୍ମୁଜକୁ ନେଇ ଏକ ନୂଆ ମୋଡ ସାମନାକୁ ଆସିଛି। ଗୋଟିଏ ପଟେ ଆମେରିକା ଏହି ଗୁରୁତ୍ବପୂର୍ଣ୍ଣ ସମୁଦ୍ର ରାସ୍ତାରେ ବ୍ଲକେଜ ଲଗାଇବାର ପ୍ରସ୍ତୁତି କରୁଛି, ଅନ୍ୟପକ୍ଷେ ସବୁଠାରୁ ଘନିଷ୍ଠ ସହଯୋଗୀ ବ୍ରିଟେନ୍ ଏହାର ପଛକୁ ହଟି ଯାଇଛି। ବ୍ରିଟେନର ପ୍ରଧାନମନ୍ତ୍ରୀ କୀର୍ ଷ୍ଟାର୍ମର ସ୍ପଷ୍ଟ ଭାବରେ କହିଛନ୍ତି, ତାଙ୍କ ଦେଶ ଏହି ଅବରୋଧକୁ ସମର୍ଥନ କରିବନି ଓ ନା କି ଇରାନ ବିରୋଧରେ କୌଣସି ଯୁଦ୍ଧରେ ସାମିଲ ହେବ।
ଷ୍ଟାର୍ମରଙ୍କ ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ହୋ ଟ୍ରମ୍ପ ଦାବି କରିଥିଲେ ତାଙ୍କର ସହଯୋଗୀ ଦେଶ ଏହି ଅବରୋଧରେ ସାମିଲ ହେବେ। କିନ୍ତୁ ବ୍ରିଟେନର ଏହି ଆଭିମୁଖ୍ୟ ଏଭଳି ଦାବିକୁ ଦୁର୍ବଳ କରୁଛି। ଷ୍ଟାର୍ମର ବିବିସି ରେଡିଓ ସହ ଆଲୋଚନା କରି କହିଛନ୍ତି, ଆମେ ଏହି ଅବରୋଧର ସମର୍ଥନ କରୁନୁ। ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ହର୍ମୁଜକୁ ପୁରା ପୁରି ଖୋଲାଯାଉ।
ଷ୍ଟାର୍ମର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବ୍ରିଟେନ୍ କୌଣସି ସ୍ଥିତିରେ ଯୁଦ୍ଧରେ ପଶିବନି। ଯେତେ ଯିଏ ବି ଚାପ ପକାନ୍ତୁ ନା କାହିଁ। ଏହାସହ କୌଣସି ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ସାମିଲ ନହେବା ନେଇ ସ୍ପଷ୍ଟ ଭାବରେ କହିଛି। ଉଲ୍ଲେଖନୀୟ ଯେ, ହର୍ମୁଜ ଦୁନିଆର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତୈଳମାର୍ଗ ମଧ୍ୟରୁ ଅନ୍ୟତମ। ଉପସାଗରୀୟ ରାଷ୍ଟ୍ରରୁ ବାହାରୁଥିବା ତେହ ଏହି ରାସ୍ତା ଦେଇ ସାରା ଦୁନିଆକୁ ପହଁଞ୍ଚିଥାଏ। ଏଭଳି ସ୍ଥିତିରେ ଯଦି ଏହି ବିବାଦ ବଢେ, ତେବେ ଜାହାଜ ଚଳାଚଳ ପ୍ରଭାବିତ ହେବ। ଏହାର ପ୍ରଭାବ ସିଧା ସଳଖ ଅର୍ଥବ୍ୟବସ୍ଥା ଉପରେ ପଡିବ ।ଏହି କାରଣରୁ ବ୍ରିଟେନ୍ ଏହି ଅଞ୍ଚଳରେ ନିଜର ସମ୍ବଳକୁ ଯୁଦ୍ଧ ବଦଳରେ ସୁରକ୍ଷା ଓ ସ୍ଥିରତା ବଜାୟ ରଖିବାରେ ଲଗାଇବାର ଚେଷ୍ଟା କରୁଛି। ଷ୍ଟାର୍ମର କହିଛନ୍ତି, ବ୍ରିଟେନ୍ ପାଖରେ ବର୍ତ୍ତମାନ ଏହି ଅଞ୍ଚଳରେ ମାଇନସ୍ପିପର ଜାହାଜ ରହିଛି, କିନ୍ତୁ ଏହାର ଉଦେଶ୍ୟ କୌଣସି ପ୍ରକାର ସାମରିକା ବିବାଦରେ ସାମିଲ ନହେବା, ବଂର ସମୁଦ୍ର ରାସ୍ତାକୁ ସୁରକ୍ଷିତ ଓ ଖୋଲା ରଖିବା। ବ୍ରିଟେନର ଫୋକସ୍ ଡିପ୍ଲୋମାସୀ ଓ ସ୍ଥିରତା ଊପରେ ରହିଛି, ଆକ୍ରାମକ କାର୍ଯ୍ୟାନୁଷ୍ଠାନ ଉପରେ ନୁହେଁ।
ଅନ୍ୟପକ୍ଷେ, ଆମେରିକା ସ୍ପଷ୍ଟ କରିଛି ଯେ ଇରାନ ଉପରେ ଚାପ ପକାଇବା ପାଇଁ ଏହା କଠୋର ପଦକ୍ଷେପ ନେବାକୁ ପ୍ରସ୍ତୁତ। ଆମେରିକୀୟ ସାମରିକ କମାଣ୍ଡ ଅନୁଯାୟୀ, ଏହି ଅବରୋଧରେ ଇରାନ ବନ୍ଦରଗୁଡିକୁ ଯିବା ଆସିବା କରୁଥିବା ଜାହାଜଗୁଡ଼ିକର ନଜର ରଖିବା ଏବଂ ସେମାନଙ୍କୁ ରୋକିବା ଅନ୍ତର୍ଭୁକ୍ତ ହେବ। ତଥାପି, ଏହା ମଧ୍ୟ କୁହାଯାଇଛି ଯେ ଅଣ-ଇରାନୀ ବନ୍ଦର ପାଇଁ ହର୍ମୁଜ୍ ପ୍ରଣାଳୀରେ ପରିବହନ କରୁଥିବା ଜାହାଜଗୁଡ଼ିକୁ ଅବରୋଧ କରାଯିବ ନାହିଁ। ଆମେରିକା ଏହି ପଦକ୍ଷେପ ଦ୍ବାରା ସମ୍ପୂର୍ଣ୍ଣ ଭାବରେ ଇରାନର ଅର୍ଥବ୍ୟବସ୍ଥାକୁ ଟାର୍ଗେଟ କରିଛି। କାରଣ ଏହାର ବହୁତ ବଡ଼ ଆୟ ତୈଳ ରପ୍ତାନୀରୁ ହୋଇଥାଏ। କିନ୍ତୁ ଏହି ରଣନୀତି ସହିତ ବିପଦ ବି ଯୋଡି ହୋଇଯାଇଛି। ଯେପରିକି ଟ୍ରମ୍ପ ବ୍ଳକେଡ୍ କଥା କହିଛନ୍ତି, ଇରାନ ପକ୍ଷରୁ କଡା ପ୍ରତିକ୍ରି୍ୟା ମଧ୍ୟ ଦିଆଯାଇଛି। ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡସ ଚେତାବନୀ ଦେଇଛି ଯଦି କୌଣସି ସାମରିକ ଜାହାଜ ହର୍ମୁଜ ଷ୍ଟେ୍ରଟ୍ ପାଖ ଦେଇ ଯିବ ତେବେ ତାକୁ ଅସ୍ତ୍ରବିରତିର ଉଲଂଘନ ବୋଲି ମନେକରାଯିବ। ଏହା ସହ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଆହୁରି ପଢନ୍ତୁ :ମାତୃଭୂମି ପାଇଁ ମରିବା ହିଁ ପ୍ରକୃତରେ ବଞ୍ଚିବା... ଆମେରିକାର ଆକ୍ରମଣ ଧମକ ପରେ ଗର୍ଜିଲା କ୍ୟୁବା, ଟ୍ରମ୍ପଙ୍କୁ ଦେଲା କଡ଼ା ଚେତାବନୀ !"