ମେଷ :ନବମଚନ୍ଦ୍ର ଯୋଗୁ କର୍ମକ୍ଷେତ୍ରରେ ଚାପ ବଢ଼ିପାରେ, ସହକର୍ମୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ, ଖର୍ଚ୍ଚ ବଢ଼ିପାରେ, ବନ୍ଧୁମିଳନ, ପରିବାର କିମ୍ବା ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ, ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ, ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ସାହାଯ୍ୟ ପ୍ରାପ୍ତି, ମନରେ ସାମାନ୍ୟ ଚିନ୍ତା ଲାଗି ରହିବ, କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ କରିବେ, ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

ଶୁଭରଙ୍ଗ : ନାଲି ଓ ମେରୁନ୍

ବୃଷ: ଅଷ୍ଟମଚନ୍ଦ୍ର ଯୋଗୁ ଶରୀର ପ୍ରତି ସତର୍କ ରହିବେ, ଅଙ୍ଗେ ଆଘାତ ହେବାର ସମ୍ଭାବନା ଅଛି, ମାନସିକ ଅସ୍ଥିରତା, କର୍ମକ୍ଷେତ୍ରରେ ଚାପ ବଢ଼ିପାରେ, ଅଧିକ ପରିଶ୍ରମ କରିବେ, ନିବେଶ କରନ୍ତୁ ନାହିଁ, ଋଣ ନବା ଦବାବେଳେ ସତର୍କ ରହିବେ । ଅନାବଶ୍ୟକ ଖର୍ଚ୍ଚ ଯୋଗ, କଥାବାର୍ତ୍ତା ପ୍ରତି ସଚେତନ ରହିବେ, ପରିବାରରେ ମନାନ୍ତର ଦେଖା ଦେଇପାରେ, ଯାନବାହନ ପ୍ରତି ସତର୍କ ରହିବେ ।

ଶୁଭରଙ୍ଗ : ଧଳା ଓ କ୍ରୀମ୍

ମିଥୁନ :ସପ୍ତମଚନ୍ଦ୍ର ଯୋଗୁ ବ୍ୟବସାୟରେ ଉନ୍ନତି, ଚାକିରୀକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିପାରେ । ଆର୍ଥିକକ୍ଷେତ୍ରରେ ଉନ୍ନତି, ଦୂର ଯାତ୍ରା କରିପାରନ୍ତି, ଗୃହେ ଆନନ୍ଦ, ସୁସମ୍ବାଦ ମିଳିପାରେ, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ଦୂର ଯାତ୍ରା କରିପାରନ୍ତି, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ।

ଶୁଭରଙ୍ଗ : ସବୁଜ ଓ ହଳଦିଆ

କର୍କଟ :ଷଷ୍ଠଚନ୍ଦ୍ର ଯୋଗୁ ଚାକିରୀକ୍ଷେତ୍ରରେ ଉନ୍ନତି, ନୂତନ ଦ୍ରବ୍ୟଲାଭ, ଶତ୍ରୁମାନେ ପରାଜିତ ହେବେ, ଆର୍ଥିକଲାଭ ହେବ, କୋଟକଚେରୀ ମାମଲାରେ ଜୟଯୁକ୍ତ, ଗୃହେ ଆନନ୍ଦ, ରୋଗମୁକ୍ତ ହେବେ, ଖାଦ୍ୟ ପ୍ରତି ସତର୍କ ରହିବେ, ପରିବାରର ସହଯୋଗ ପ୍ରାପ୍ତି, କର୍ମକ୍ଷେତ୍ରରେ ସଫଳତା, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ଉପକୃତ ହେବେ ।

ଶୁଭରଙ୍ଗ : ଧଳା ଓ ରୁପେଲି

ସିଂହ :ପଞ୍ଚମଚନ୍ଦ୍ର ଯୋଗୁ ମନ ପ୍ରଫୁଲ ରହିବ, ବିଦ୍ୟାର୍ଥୀମାନେ ଉପକୃତ ହେବେ, ନୂତନ ଯୋଜନା ତିଆରି କରିପାରନ୍ତି, ନିବେଶ କରିପାରନ୍ତି, ଧନପ୍ରାପ୍ତି ଯୋଗ, ଧାର୍ମିକ କର୍ମରେ ଯୋଗଦାନ ଦେବେ, ଗୃହେ ଆନନ୍ଦ, ସମାଜରେ ସମ୍ମାନ ବୃଦ୍ଧି, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଯାନବାହନ କ୍ରୟ କରିପାରନ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧିଘଟିବ ।

ଶୁଭରଙ୍ଗ : ସୁନେଲି ଓ କମଳା

କନ୍ୟା :ଚତୁର୍ଥଚନ୍ଦ୍ର ଯୋଗୁ ବ୍ୟୟ ବୃଦ୍ଧି ହୋଇପାରେ, ମନରେ ଅସ୍ଥିରତା ଲାଗି ରହିବ, ଧର୍ଯ୍ୟ ରଖିବେ, କାମରେ ଚାପ ବଢ଼ିପାରେ, ବାଦ ବିବାଦ ହୋଇପାରେ, ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ, ଅଯଥା ଖର୍ଚ୍ଚ ହୋଇପାରେ, ଯାନବାହନ ପ୍ରତି ସତର୍କ ରହିବେ, ପରିବାରରେ ସାମାନ୍ୟ ମନୋମାଳିନ୍ୟ ଦେଖା ଦେଇପାରେ, କଥାବାର୍ତ୍ତା ପ୍ରତି ସତର୍କ ରହିବେ ।

ଶୁଭରଙ୍ଗ : ସବୁଜ, ଆକାଶୀ ଓ ନୀଳ

ତୁଳା:ତୃତୀୟଚନ୍ଦ୍ର, ଘାତବାର ଯୋଗୁ ନୂତନ ଯାନବାହନ କ୍ରୟ କରିବେ ନାହିଁ, ଯାନବାହନ ପ୍ରତି ସତର୍କ ରହିବେ, ଶରୀରରେ ଆଘାତ ଲାଗିପାରେ, ଦୂର ଯାତ୍ରା କରନ୍ତୁ ନାହିଁ, ନିବେଶ କରନ୍ତୁ ନାହିଁ, ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, କଳହ ହେବାର ସମ୍ଭାବନା ଅଛି, ନିଜ କଥାବାର୍ତ୍ତା ଉପରେ ସତର୍କ ରହିବେ । କାର୍ଯ୍ୟରେ ବାଧାବିଘ୍ନ ଘଟିପାରେ, ମନରେ ଚାପ ଲାଗି ରହିବ, ଧର୍ଯ୍ୟ ରଖିବେ ।

ଶୁଭରଙ୍ଗ : ଧଳା ଓ ନୀଳ

ବିଛା:ଦ୍ୱିତୀୟଚନ୍ଦ୍ର ଯୋଗୁ କଥାବାର୍ତ୍ତା ବେଳେ ସଂଯମତା ରକ୍ଷା କରନ୍ତୁ, ପରିବାରରେ ମନାନ୍ତର ହୋଇପାରେ, ଶରୀରରେ ସାମାନ୍ୟ କଫଜନିତ ସମସ୍ୟା ଦେଖା ଦେଇପାରେ, କଳହ ହେବାର ସମ୍ଭାବନା ଅଛି, ଅଯଥା ଖର୍ଚ୍ଚ ହୋଇପାରେ, ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ମନରେ ଚିନ୍ତା ଲାଗି ରହିବ ।

ଶୁଭରଙ୍ଗ : ନୀଳ ଓ ହଳଦିଆ

ଧନୁ :ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର ଯୋଗୁ ମନ ପ୍ରଫୁଲ ରହିବ, କାମରେ ସଫଳତା ମିଳିବ, ଆର୍ଥିକ ଲାଭ ହେବ, ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି, ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ପରିବାରରେ ହସଖୁସି ଲାଗି ରହିବ, ଶତ୍ରୁ ବୃଦ୍ଧି ହୋଇପାରନ୍ତି, ଯାନବାହନ କ୍ରୟ କରିପାରନ୍ତି, ବ୍ୟବସାୟରେ ଉନ୍ନତି ଏବଂ ଋଣ ଦବା ନବାରେ ସତର୍କ ରହିବେ ।

ଶୁଭରଙ୍ଗ : କ୍ରିମ୍ ଓ ହଳଦିଆ

ମକର:ଦ୍ୱାଦଶଚନ୍ଦ୍ର ଯୋଗୁ ଅନାବଶ୍ୟକ ଖର୍ଚ୍ଚ ଯୋଗ, ବ୍ୟୟ ବୃଦ୍ଧି, ମନରେ ଅଶାନ୍ତି ଲାଗି ରହିବ, ଶରୀର କ୍ଲାନ୍ତ ଦେଖା ଦେଇପାରେ । ଯାତ୍ରା ନିଷେଧ, ଧନ ହାନି, ବାଦବିବାଦ ହେବାର ସମ୍ଭାବନା ଅଛି, କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ବାଧାବିଘ୍ନ ଘଟିପାରେ । ମାନ, ସମ୍ମାନ ହାନିହେବାର ସମ୍ଭାବନା ଅଛି, କର୍ମକ୍ଷେତ୍ରରେ ଚାପ ଲାଗି ରହିବ, ଯାନବାହନ ପ୍ରତିସତର୍କ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ ମାନେ ସାମାନ୍ୟ ଅସଫଳ ହୋଇପାରନ୍ତି ।

ଶୁଭରଙ୍ଗ : ନୀଳ ଓ କଳା

କୁମ୍ଭ : ଏକାଦଶଚନ୍ଦ୍ର, ଘାତବାର ଯୋଗୁ ଦୂର ଯାତ୍ରା ନିଷେଧ, କୌଣସି ଶୁଭ କାମ କରନ୍ତୁ ନାହିଁ, ଶରୀର ଆଘାତ ହେବାର ସମ୍ଭାବନା ରହିଛି, କର୍ମକ୍ଷେତ୍ରରେ ଚାପ ବଢ଼ିପାରେ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ପରିବାରରେ କ୍ଲାନ୍ତି ହେବାର ସମ୍ଭାବନା ଅଛି ।

ଶୁଭରଙ୍ଗ : ଆକାଶୀ ନୀଳ ଓ ବାଇଗଣୀ

ମୀନ :ଦଶମଚନ୍ଦ୍ର ଯୋଗୁ କର୍ମସିଦ୍ଧି, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି, ଆର୍ଥିକ ଉନ୍ନତି ହେବ, ରାଜନୀତି କ୍ଷେତ୍ରରେ ସଫଳତା, କୋଟକଚେରୀ ମାମଲାରେ ଜୟଯୁକ୍ତ, ଶତ୍ରୁଠାରୁ ବିଜୟପ୍ରାପ୍ତି, ସମାଜରେ ମାନ, ସମ୍ମାନ ବୃଦ୍ଧିହେବ, ଯାନବାହନ କ୍ରୟ କରିପାରନ୍ତି, କାର୍ଯ୍ୟକ୍ଷେତ୍ରରେ ସଫଳତା, ନୂତନ ବସ୍ତ୍ର କ୍ରୟ କରିପାରନ୍ତି ।

ଶୁଭରଙ୍ଗ : ହଳଦିଆ ଓ ସୁନେଲି

ଜ୍ୟୋତିର୍ବିଦ୍: ଅନାମିକା

ଫୋନ୍ : ୯୭୭୭୭୧୧୭୩୩