ମେଷ :ଘାତବାର ଓ ସପ୍ତମଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହଯୋଗ ମିଳିବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ପୁତ୍ରକନ୍ୟା, ଭାତୃଭଗ୍ନିଙ୍କ ବୈବାହିକ କର୍ମର ଆୟୋଜନ କରିବେ ଏବଂ ଆମୋଦ ପ୍ରମୋଦରେ ଅଧିକ ଧ୍ୟାନ ଦେବେ । ସୁଖବର, ସୁସମ୍ବାଦ ମିଳିବ ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତିହେବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସାହାଯ୍ୟ, ସହଯୋଗପ୍ରାପ୍ତ ହେବ । ଯେଉଁମାନଙ୍କର ଦ୍ୱିଜାମେଷ, ସେମାନେ ଉପକୃତ ହେବେ ।
ଶୁଭରଙ୍ଗ : ଲାଲ,ସଂଖ୍ୟା : ୩, ଆରାଧନା : ପ୍ରଭୁସ୍କନ୍ଦ ।
ବୃଷ :ଷଷ୍ଠଚନ୍ଦ୍ର, ସ୍ୱାତୀ ନକ୍ଷତ୍ର ଭୋଗ ହେଉଥିବାରୁ ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ ଏବଂ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନସମ୍ପର୍କ ବୃଦ୍ଧିପାଇବ ।ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତିରହିବ । ରୋଗ, ଋଣ, ଶତ୍ରୁ-ଏଥିରୁ ସାମୟିକ ମୁକ୍ତି ମିଳିବ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମ ସ୍ଥାନର ସମସ୍ତ ବାଧାବିଘ୍ନ ଦୂରହେବ । ଯେଉଁମାନଙ୍କର ରୋହିଣୀବୃଷ, ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ : ନୀଳ, ସଂଖ୍ୟା : ୪, ଆରାଧନା : ମା’ ମଙ୍ଗଳା ।
ମିଥୁନ :କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର, ପଞ୍ଚମୀତିଥି, ଘାତ ନକ୍ଷତ୍ର ଭୋଗ ହେଉଥିବାରୁ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଇତର ଜନଠାରୁ ଅପମାନ ପାଇବେ । ସନ୍ତାନମାନଙ୍କ ଶିକ୍ଷା, ଦୀକ୍ଷା, କର୍ମରେ ବାଧା ଉପୁଜିବ ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା ଲୋପ୍ ପାଇବ ଏବଂ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଆର୍ଦ୍ରା ଓ ପୁନର୍ବସୁ ମିଥୁନ, ସେମାନେ ସତର୍କ ହେବେ ।
ଶୁଭରଙ୍ଗ :କଫି,ସଂଖ୍ୟା: ୮, ଆରାଧନା : ଭଗବାନ ବିଷ୍ଣୁ ।
କର୍କଟ :ଚତୁର୍ଥ ଚନ୍ଦ୍ର, ରବିବାର ଓ ଅପରାହ୍ଣ ୧ଟା ୩୧ ମିନିଟ୍ ପରେ ବୃହସ୍ପତିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧିପାଇବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭ ଦୃଷ୍ଟିରେ ରହିବେ ଏବଂ ମହତ୍ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ପୁରାତନ ବିବାଦ, ଜମିଜମା ବିବାଦର ସମାଧାନ ହେବ ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀପ୍ରାପ୍ତ ହେବ । ଯେଉଁମାନଙ୍କର ପୁଷ୍ୟାକର୍କଟ, ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ :ଧଳା,ସଂଖ୍ୟା: ୧, ଆରାଧନା : ଭଗବାନ ଶିବ ।
ସିଂହ :ତୃତୀୟଚନ୍ଦ୍ର, ରବିବାର ଓ ଅପରାହ୍ଣ ୧ଟା ୩୧ ମିନିଟ୍ ପରେ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷପୂର୍ଣ୍ଣ ହେବ । ପୁତ୍ରକନ୍ୟା, ଭାତୃଭଗ୍ନିଙ୍କ ବୈବାହିକ କର୍ମର ଆୟୋଜନ କରିବେ କିମ୍ବା ପରିବାର ସହ କୌଣସି ବୈବାହିକ କର୍ମରେ ଯୋଗଦେବେ । ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ ଓ ବିଦେଶ ଯାତ୍ରାର ସୁଯୋଗ ଜୁଟିବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କ କର୍ମ କୁଶଳତା ଓ କାର୍ଯ୍ୟ ଦକ୍ଷତା ପ୍ରକାଶ ପାଇବ । ଯେଉଁମାନଙ୍କର ପୂର୍ବା ଫାଲ୍ଗୁନୀ ସିଂହ, ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ: ଗୋଲାପି, ସଂଖ୍ୟା: ୬, ଆରାଧନା : ପ୍ରଭୁଶ୍ରୀଜଗନ୍ନାଥ ।
କନ୍ୟା :କୃଷ୍ଣପକ୍ଷର ଦ୍ୱିତୀୟଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଆର୍ଥିକ ଠକାମିରେ ପଡ଼ିବେ । ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହଭାବ ପ୍ରକାଶ ପାଇବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ କର୍ମପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ହସ୍ତା ଓ ଚିତ୍ରାକନ୍ୟା, ସେମାନେ ସତର୍କ ହେବେ ।
ଶୁଭରଙ୍ଗ : ସବୁଜ, ସଂଖ୍ୟା : ୧୨, ଆରାଧନା : ମା’ ଛିନ୍ନମସ୍ତା ।
ତୁଳା :ଶ୍ରୀଚନ୍ଦ୍ର ଓ ସ୍ୱାତୀ ନକ୍ଷତ୍ରଭୋଗ ହେଉ ଥିବାରୁ ଧନ, ମାନ, ସମ୍ମାନ, ସ୍ୱଜନରେ ସୁସମ୍ପର୍କ, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ । ପୁତ୍ରକନ୍ୟା, ଭାତୃଭଗ୍ନିଙ୍କ ବୈବାହିକକର୍ମର ଆୟୋଜନ କରିବେ କିମ୍ବା କୌଣସି ବୈବାହିକ କର୍ମରେ ଯୋଗଦେବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମ ଆଜି ଆପଣଙ୍କ ପାଇଁ ସହଜ ହେବ । ଯେଉଁମାନଙ୍କର ସ୍ୱାତୀତୁଳା, ସେମାନେ ଉପକୃତ ହେବେ ।
ଶୁଭରଙ୍ଗ :ନୀଳ, ସଂଖ୍ୟା : ୨, ଆରାଧନା : ପ୍ରଭୁଶ୍ରୀରାମ ।
ବିଛା :ଦ୍ୱାଦଶଚନ୍ଦ୍ର, ରବିବାର ଓ ଅପରାହ୍ଣ ୧ଟା ୩୧ ମିନିଟ୍ ପରେ ବୃହସ୍ପତିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଅପବ୍ୟୟ, ଅପବାଦ, ଅପନିନ୍ଦା, ଅପଯଶରୁ ସାମୟିକ ମୁକ୍ତି ମିଳିବ ଏବଂ ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ ଓ ପରିବାରର ଖର୍ଚ୍ଚ ଭାର କମ୍ ରିହବ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବେ । କୁସଙ୍ଗ ପରିତ୍ୟାଗ କରି ସତ୍ସଙ୍ଗ କରିବେ ଏବଂ ଧାର୍ମିକ କର୍ମରେ ନିଜକୁ ସାମିଲ୍ କରିବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କର୍ମତତ୍ପରତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ଯେଉଁମାନଙ୍କର ଅନୁରାଧା ବିଛା, ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ : ହଳଦିଆ,ସଂଖ୍ୟା : ୧୧, ଆରାଧନା : ପ୍ରଭୁହନୁମାନ ।
ଧନୁ :ଏକାଦଶଚନ୍ଦ୍ର, ରବିବାର ଓ ରାହୁ, ବୃହସ୍ପତି ଉଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଭାଗ୍ୟ, ଭବିଷ୍ୟ ଓ ଭଗବାନଙ୍କ ଉପରେ ଅଗାଧ ବିଶ୍ୱାସ ରହିବ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ ଓ ବିଦେଶ ଯାତ୍ରାର ସୁଯୋଗ ଜୁଟିବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ସୁଫଳ ପାଇବେ ।
ଶୁଭରଙ୍ଗ : ଲାଲ, ସଂଖ୍ୟା : ୭, ଆରାଧନା : ପ୍ରଭୁଗଜାନନ ।
ମକର :ଦଶମଚନ୍ଦ୍ର, ସ୍ୱାତୀ ନକ୍ଷତ୍ର ଯୋଗୁ ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ ଓ ଗୁରୁତ୍ୱ ରହିବ ଏବଂ ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ସଫଳତା ମିଳିବ । କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ସମସ୍ତ କର୍ମରେ ପ୍ରସନ୍ନତା, ଚାଲି ଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁମାନଙ୍କର ଶ୍ରବଣାମକର, ସେମାନେ ଉପକୃତ ହେବେ ।
ଶୁଭରଙ୍ଗ :ଇନ୍ଦ୍ରନୀଳ, ସଂଖ୍ୟା : ୬, ଆରାଧନା : ମା’ ବିମଳା ।
କୁମ୍ଭ :କୃଷ୍ଣପକ୍ଷର ନବମ ଚନ୍ଦ୍ରଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବଏବଂ ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ । ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ, ପରିବାରର ଖର୍ଚ୍ଚ ଭାର ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । ପୁରାତନ ବନ୍ଧୁ କିମ୍ବା ନିଜର ପ୍ରିୟ ବନ୍ଧୁଙ୍କଠାରୁ ଅପମାନ ମିଳିବ ଏବଂ ପରିବାରରେ ଅଶାନ୍ତିର ପରିବେଶ ସୃଷ୍ଟି ହେବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ସମ୍ମାନ ହାନି ଘଟିବ । ଯେଉଁମାନଙ୍କର ଶତଭିଷା ଓ ପୂର୍ବଭାଦ୍ରକୁମ୍ଭ, ସେମାନେ ସତର୍କ ହେବେ ।
ଶୁଭରଙ୍ଗ :ବାଇଗଣୀ, ସଂଖ୍ୟା : ୩, ଆରାଧନା : ମା’ କାଳୀ ।
ମୀନ:ଅଷ୍ଟମଚନ୍ଦ୍ର ଯୋଗୁ ମନରେ ବିରକ୍ତି ଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ଗ୍ରହଣ କରିବେ । ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତ୍ଧାବନ କରିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀମୀନ, ସେମାନେ ସତର୍କ ହେବେ ।
ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୯, ଆରାଧନା : ମା’ ତାରା ।
ଜ୍ୟୋତିର୍ବିଦ୍: କୈଳାସ ଦାଶ
ଫୋନ୍: ୯୪୩୭୧୩୩୪୭୩