ମେଷ :ନବମ ଚନ୍ଦ୍ର, ସନ୍ଧ୍ୟା ୬/୪ ମି. ଗତେ ଦଶମ ଚନ୍ଦ୍ର, କୃଷ୍ଣ ପକ୍ଷେ ବିଶେଷ ଶୁଭ ଫଳଦାୟକ ନ ହେଲେ ମଧ୍ୟ ଆଂଶିକ ଫଳ ପ୍ରଦାନ କରିବ । ସାମାନ୍ୟ ଅର୍ଥ ଲାଭ, ମନ ଖୁସି, ମଙ୍ଗଳ କର୍ମରେ ଯୋଗଦାନ, ଧର୍ମ କାର୍ଯ୍ୟରେ ବ୍ୟୟ, ଗୃହରେ ଆନନ୍ଦ ପ୍ରାପ୍ତି, ପୁତ୍ର ଦୁହିତେ କୁଳ ବ୍ୟୟ, ବାଣିଜ୍ୟ ବ୍ୟବସାୟରେ ମଧ୍ୟମ ଧରଣର ଫଳ ପ୍ରାପ୍ତି, ଦୂର ଯାତ୍ରା କରିପାରନ୍ତି, ମାଲି ମକଦ୍ଦମାରେ ସାମାନ୍ୟ ସଫଳତା ମିଳିପାରେ ।
ଶୁଭ ରଙ୍ଗ - ନାଲି
ବୃଷ :ଅଷ୍ଟମ ଚନ୍ଦ୍ର, ଶରୀର ଅସୁସ୍ଥ, ହଠାତ୍ ଖର୍ଚ୍ଚ ଯୋଗ, କ୍ଷତି ହେବାର ସମ୍ଭାବନା, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ । ଧନ ହାନି, ମୃତ୍ୟୁବତ୍ ପୀଡ଼ା, ବ୍ୟବସାୟରେ ଆର୍ଥିକ ପୀଡ଼ା, କ୍ରୀଡ଼ାବିତମାନେ ଆଂଶିକ ଫଳ ପ୍ରାପ୍ତି କରିବେ । ଚରଣେ ଘାତ ଲାଗିପାରେ । ଚାକିରିରେ କର୍ମଚାରୀମାନେ ସ୍ଥାନାନ୍ତରିତ ହୋଇପାରନ୍ତି ।
ଶୁଭ ରଙ୍ଗ - ଧଳା, ସିଲ୍ଭର ।
ମିଥୁନ :ସପ୍ତମ ଚନ୍ଦ୍ର । ସାମାନ୍ୟ ଅର୍ଥ ପ୍ରାପ୍ତି, ମିତ୍ର ବନ୍ଧୁ ଦର୍ଶନ, ବନ୍ଧୁ ସହଯୋଗ ପ୍ରାପ୍ତି । କର୍ମଚାରୀମାନଙ୍କର ପ୍ରମୋସନ ଯୋଗ ଅଛି । ହଜିଯାଇଥିବା ଦ୍ରବ୍ୟ ପ୍ରାପ୍ତି, ଗୃହେ ଶୁଭକର୍ମରେ ଖର୍ଚ୍ଚ, ମଉଜ ମଜଲିସ୍ରେ ଅଧିକ ଆଗ୍ରହ ରହିବ । ରାଜନୀତି କ୍ଷେତ୍ରରେ ସାମାନ୍ୟ ଉନ୍ନତି ହେବ ନାହିଁ ।
ଶୁଭ ରଙ୍ଗ - ହଳଦିଆ, ଗୋଲାପୀ ।
କର୍କଟ :ଷଷ୍ଠ ଚନ୍ଦ୍ର । ଶତ୍ରୁ ହାନି, ମାନସିକ ଚିନ୍ତା, ସାମାନ୍ୟ ଶରୀର କଷ୍ଟ । କର୍ମରେ ସ୍ଥାନାନ୍ତରିତ ଯୋଗ । ମାଲି ମୁକଦ୍ଦମାରେ ଶତ୍ରୁତା । ଜମି କ୍ରୟ କଲାବେଳେ ବାଧା । ନୂତନ ଋଣ କରିପାରନ୍ତି । କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ ।
ଶୁଭ ରଙ୍ଗ - ସିଲଭର, ନାଲି ।
ସିଂହ :ପଞ୍ଚମ ଚନ୍ଦ୍ର । କୃଷ୍ଣ ପକ୍ଷେ, ଆଂଶିକ ଫଳ ପ୍ରାପ୍ତି, କର୍ମରେ ଅସନ୍ତୋଷ, ପୁତ୍ର ଦୁହିତା କୁଳେ ଖର୍ଚ୍ଚ, ବନ୍ଧୁଦର୍ଶ ଯୋଗ, ବିଦ୍ୟାର୍ଥୀମାନେ ସାମାନ୍ୟ ଫଳ ପ୍ରାପ୍ତି କରିବେ । ମାଲି ମକଦ୍ଦମାରେ ବିଶେଷ ଶୁଭ ଫଳ ହେବ ନାହିଁ । ହେବା କାମ ଅଟକିଯିବ । ହୃଦୟରେ ପୀଡ଼ା ଦେଖାଯାଇପାରେ ।
ଶୁଭ ରଙ୍ଗ - ଧଳା, ନାରଙ୍ଗୀ ।
କନ୍ୟା :ଚତୁର୍ଥ ଚନ୍ଦ୍ର । କୃଷ୍ଣପକ୍ଷ ସାମାନ୍ୟ ଶୁଭଫଳ ପ୍ରଦାନ କରିବେ । ବନ୍ଧୁ ସହଯୋଗ, ବନ୍ଧୁ ମିତ୍ର ଦର୍ଶନ ଯୋଗ ଅଛି । କୁଟୁମ୍ବରେ ସାମାନ୍ୟ କଳହ ଦେଖାଯାଇପାରେ । ରାଜକାର୍ଯ୍ୟ ପାଇଁ ମନ ବ୍ୟାକୁଳ ରହିବ । ରାଜନୀତି କ୍ଷେତ୍ରରେ ସହଯୋଗ କରିପାରନ୍ତି । ଆୟରେ ବାଧା ଘଟିବ ।
ଶୁଭ ରଙ୍ଗ - ଆକାଶିଆ, ଧଳା, ଶାଗୁଆ ।
ତୁଳା :ତୃତୀୟ ଚନ୍ଦ୍ର, ଘାତ ଚନ୍ଦ୍ର । ମନ ବ୍ୟାକୁଳ, ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମନୋମାଳିନ୍ୟ ଘଟିପାରେ । ଆକସ୍ମିକ ଖର୍ଚ୍ଚ ଯୋଗ ରହିଛି । ଦୂରଯାତ୍ରା ଶୁଭ ନୁହେଁ । ଚକ୍ଷୁ ପୀଡ଼ା ହେବାର ସମ୍ଭାବନା ଅଛି । ମାଲି ମକଦ୍ଦମାରେ ମନ ବ୍ୟାକୁଳ ରହିବ । ହୋଇଯାଇଥିବା କାମ ଅଟକିଯିବ ।
ଶୁଭ ରଙ୍ଗ - ଧଳା ।
ବିଛା :ଦ୍ୱିତୀୟ ଚନ୍ଦ୍ର, ମନ ବ୍ୟାକୁଳ, ବୃଥା ଭ୍ରମଣ ଯୋଗ, ଆର୍ଥିକ କ୍ଷତି, ନୂତନ ଦ୍ରବ୍ୟ କ୍ରୟ କରିବା ଶୁଭ ନୁହେଁ । ମାଲି ମୁକଦ୍ଦମାରେ ବିଫଳ । ପଡ଼ୋଶୀମାନଙ୍କ ସହିତ ମନୋମାଳିନ୍ୟ ହେବାର ସମ୍ଭାବନା ଅଛି । ସତର୍କ ରହିବେ ।
ଶୁଭ ରଙ୍ଗ - ନାରଙ୍ଗୀ, ହଳଦିଆ ।
ଧନୁ :ଶ୍ରୀଚନ୍ଦ୍ର ବା ଜନ୍ମ ଚନ୍ଦ୍ର, ସାମାନ୍ୟ ବାଧା ଘଟିପାରେ । ପୂର୍ବାଷାଢ଼ା ନକ୍ଷତ୍ର ପାଇଁ ଦିନ ଶୁଭପ୍ରଦ ନୁହେଁ । ବ୍ୟୟ ଦ୍ୱାରା କାର୍ଯ୍ୟ ସିଦ୍ଧି, ଗୃହେ ଆନନ୍ଦ, ବନ୍ଧୁ ମିତ୍ର ଦର୍ଶନ ଯୋଗ, କର୍ମକ୍ଷେତ୍ରରେ ପ୍ରତିଷ୍ଠିତ, ନୂତନ କାର୍ଯ୍ୟ ପ୍ରତି ମନ ବଳାଇବେ । ବାଣିଜ୍ୟ କର୍ମରେ ଉନ୍ନତି ।
ଶୁଭ ରଙ୍ଗ - ନାରଙ୍ଗୀ, ଧଳା ।
ମକର :ଦ୍ୱାଦଶ ଚନ୍ଦ୍ର । ବ୍ୟୟ ଭ୍ରମଣ, ଧର୍ମକାର୍ଯ୍ୟରେ ଧନ ବ୍ୟୟ, ସାମାନ୍ୟ ମନ ବ୍ୟାକୁଳ । କିଛି ଦ୍ରବ୍ୟ କ୍ରୟ କରିପାରନ୍ତି । ଦୂର ଯାତ୍ରା କରିପାରନ୍ତି । କ୍ରୀଡ଼ାବିତ୍ମାନେ ଆଂଶିକ ସୁଫଳ ପ୍ରାପ୍ତ କରିବେ । ଅର୍ଥ ଦେବାନେବାରେ ସତର୍କତା ଅବଲମ୍ବନ କରିବେ ।
ଶୁଭ ରଙ୍ଗ - କଳା, ସିଲ୍ଭର ।
କୁମ୍ଭ :ଏକାଦଶ ଚନ୍ଦ୍ର, ଘାତ ଚନ୍ଦ୍ର, ଅର୍ଥ ନାଶ, ମନ ବ୍ୟାକୁଳ, କାର୍ଯ୍ୟରେ ବାଧା, କଳହ ଭୟ । ବାଣିଜ୍ୟ ବ୍ୟବସାୟରେ କ୍ଷତି । କ୍ରୀଡ଼ାବିତ୍ମାନେ ବିବାଦର ସମ୍ମୁଖୀନ ହେବେ । ଚାକିରି କ୍ଷେତ୍ରରେ ବାଦବିବାଦ ଦେଖାଯିବ । ସତର୍କ ରହିବେ ।
ଶୁଭ ରଙ୍ଗ - ବାଇଗଣୀ, କଳା, ସିଲଭର୍ ।
ମୀନ :ଦଶମ ଚନ୍ଦ୍ର, ଆକସ୍ମିକ କାର୍ଯ୍ୟଲାଭ । ନୂତନ କର୍ମ ଲାଭ ଯୋଗ । ଚାକିରି କ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଆନନ୍ଦ ହେବ । ବନ୍ଧୁ ମିତ୍ର ସମାଗମନ, ଧର୍ମକାର୍ଯ୍ୟରେ ଯୋଗଦାନ କରିପାରନ୍ତି । ହଜିଥିବା ଦ୍ରବ୍ୟ ମିଳିପାରେ । ବ୍ୟବସାୟ କ୍ଷେତ୍ରରେ ମଧ୍ୟମ ଧରଣର ଆୟ ହେବ । ମନ ପ୍ରଫୁଲ୍ଲ ରହିବ ।
ଶୁଭ ରଙ୍ଗ - ହଳଦିଆ, ଧଳା, ଗୋଲାପି ।
ଜ୍ୟୋତିର୍ବିଦ୍ : ଅନାମିକା,
ଯୋଗାଯୋଗ : ୯୭୭୭୭୧୧୭୩୩