ମେଷ :ଦଶମ ଚନ୍ଦ୍ର ଘାତବାର, ନୂତନ ଦ୍ରବ୍ୟ କ୍ରୟ କରିବା ଶୁଭ ନୁହେଁ । ବକେୟା କାର୍ଯ୍ୟ ପୂରଣ ହେବ । କାର୍ଯ୍ୟସିଦ୍ଧି, ଆର୍ଥିକ ଉନ୍ନତି ହେବ, ଶରୀର ସୁସ୍ଥ ରହିବ, ବନ୍ଧୁମିଳନ ଯୋଗ ରହିଛି, ଅଯଥା ଖର୍ଚ୍ଚ ହୋଇପାରେ, ବୃଥା ଭ୍ରମଣ, ରାଜନୀତି କ୍ଷେତ୍ରରେ ଉନ୍ନତି, କର୍ମ କ୍ଷେତ୍ରରେ ପ୍ରଶଂସା ପାଇବେ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସାମାନ୍ୟ ମନୋମାଳିନ୍ୟ ହୋଇପାରେ ।

ଶୁଭ ରଙ୍ଗ : କମଳା, ହଳଦିଆ ।

ବୃଷ :କର୍ମକ୍ଷେତ୍ରରେ ଉନ୍ନତି ହେବ, ପରିବାରର ସହଯୋଗ ମିଳିବ, କ୍ରୀଡ଼ାବିତ୍ମାନେ ସଫଳ ହୋଇପାରନ୍ତି । ପୁତ୍ର ଦୁହିତା କୁଳେ ଶୁଭ, ଗୃହେ ଆନନ୍ଦ, ଅର୍ଥଲାଭ, କାର୍ଯ୍ୟସିଦ୍ଧି, ଶରୀର ସୁସ୍ଥ ରହିବ, କୋର୍ଟ କଚେରି ମାମଲାରେ ଜୟଯୁକ୍ତ ହେବେ । ପଡ଼ୋଶୀଙ୍କ ସହିତ ସୁସମ୍ପର୍କ ରହିବ । ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି । ତରବରରେ କୌଣସି କାର୍ଯ୍ୟ କରିବେ ନାହିଁ ।

ଶୁଭ ରଙ୍ଗ : ଧଳା, ସବୁଜ ।

ମିଥୁନ :ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ । ମୂଲ୍ୟବାନ ଜିନିଷ ଚୋରି ହେବାର ସମ୍ଭାବନା ଅଛି । ଟଙ୍କା ଦେବା ନେବାରେ ସତର୍କତା ଅବଲମ୍ବନ କରିବେ । ଦୂରଯାତ୍ରା ନିଷେଧ, ବୃଥା ଚିନ୍ତା ଲାଗି ରହିବ । ଅଙ୍ଗେ ପୀଡ଼ା, କର୍ମ କ୍ଷେତ୍ରରେ ଶୁଭଫଳ ମିଳିପାରେ । କର୍ମ କ୍ଷେତ୍ରରେ ଭଲ ବାତାବରଣ ସୃଷ୍ଟି ହେବ ।

ଶୁଭ ରଙ୍ଗ : ଈଷତ୍ ଧଳା ଓ ସବୁଜ ।

କର୍କଟ :ନୂତନ ଦ୍ରବ୍ୟ ଲାଭ, ବ୍ୟବହାରରେ ଉନ୍ନତି, ମାନସିକ ଶାନ୍ତି ବୃଦ୍ଧି ପାଇବ । ଅର୍ଥ ପ୍ରାପ୍ତି, ରାଜନୀତି କ୍ଷେତ୍ରରେ ଉନ୍ନତି, ଗୃହେ ଆନନ୍ଦ, ବନ୍ଧୁ ଦର୍ଶନ, ବ୍ୟବସାୟୀମାନେ ଉପକୃତ ହେବେ । ହଜିଯାଇଥିବା ଧନପ୍ରାପ୍ତି, ଲୋକପ୍ରିୟତା, କର୍ମ କ୍ଷେତ୍ରରେ ସଫଳତା ପାଇବେ ।

ଶୁଭ ରଙ୍ଗ : ଧଳା, ପାଉଁଶିଆ ଓ ନାଲି ।

ସିଂହ :ଶରୀର ପ୍ରତି ସତର୍କତା, ଆଶାନୁରୂପ ଫଳ ମିଳିବ ନାହିଁ । କର୍ମରେ ବାଧା, ମାନସିକ ଅଶାନ୍ତି, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ନୂତନ ଦ୍ରବ୍ୟ କିଣିବା ଶୁଭ ନୁହେଁ । ଦୂର ଯାତ୍ରା ସଫଳ ନୁହେଁ । କ୍ରୀଡ଼ାବିତ୍ମାନେ କ୍ରୀଡ଼ା ପ୍ରତି ସତର୍କ ରହିବେ । ବ୍ୟବସାୟୀମାନେ ବୁଝିବିଚାରି କାମ କରିବେ ।

ଶୁଭ ରଙ୍ଗ : ସୁନେଲି, କମଳା, ହଳଦିଆ ।

କନ୍ୟା :ପଞ୍ଚମ ଚନ୍ଦ୍ର, କର୍ମରେ ଆଶାନୁରୂପ ଫଳ ମିଳିବ ନାହିଁ । ଶୁଭକାର୍ଯ୍ୟରେ ଖର୍ଚ୍ଚ, ସ୍ୱାଦିଷ୍ଟ ଭୋଜନପ୍ରାପ୍ତି, ସାମାନ୍ୟ ଅର୍ଥଲାଭ, ପିତାମାତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିପାରନ୍ତି । ନୂତନ ଦ୍ରବ୍ୟ ଲାଭ ଘଟିପାରେ । ଶରୀରରେ ସାମାନ୍ୟ ଅସୁସ୍ଥତା ଦେଖାଦେଇପାରେ ।

ଶୁଭ ରଙ୍ଗ : ସବୁଜ ଓ ଖଇରିଆ ।

ତୁଳା :ଚତୁର୍ଥ ଚନ୍ଦ୍ର, ବନ୍ଧୁଲାଭ, ସାମୂହିକ କର୍ମରେ ଯୋଗଦାନ, ଗୃହ, ଭୂମି କ୍ରୟ ପାଇଁ ମନ ବଳେଇପାରନ୍ତି । ମନ ବ୍ୟାକୁଳ ରହିଲେ ମଧ୍ୟ କିଛି କାର୍ଯ୍ୟରେ ସଫଳତା ପାଇବେ । ମାଲିମକଦ୍ଦମା କାର୍ଯ୍ୟରେ ବିଳମ୍ବ ଘଟିପାରେ । ଗୃହରେ ଅଶାନ୍ତି ଘଟିପାରେ । ଯାନବାହନରେ ଖର୍ଚ୍ଚ କରିପାରନ୍ତି ।

ଶୁଭ ରଙ୍ଗ : ଆକାଶିଆ, ଗୋଲାପି ଓ ଧଳା ।

ବିଛା :ତୃତୀୟ ଚନ୍ଦ୍ର, କାର୍ଯ୍ୟ ସଫଳ, ଭ୍ରାତୃବନ୍ଧୁଙ୍କ ସାହାଯ୍ୟ ଲାଭ, ଦେବଦର୍ଶନ ଯୋଗ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି, ରାଜନୀତି ବ୍ୟକ୍ତିଙ୍କ ସଫଳତା, କର୍ମରେ ଉଚ୍ଚପଦ ପାଇପାରନ୍ତି । ନୂତନ ସ୍ଥାନ ଭ୍ରମଣ ଯୋଗ ଅଛି । ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ୍ମାନେ ଆନନ୍ଦ ଅନୁଭବ କରିବେ ।

ଶୁଭ ରଙ୍ଗ : ହଳଦିଆ, ଧଳା ଓ ନାଲି ।

ଧନୁ :ଦ୍ୱିତୀୟ ଚନ୍ଦ୍ର, ଚାକିରି କ୍ଷେତ୍ରରେ ପଦୋନ୍ନତି ଯୋଗ ଅଛି, ନୂତନ କାର୍ଯ୍ୟଲାଭ ଘଟିପାରେ, ବ୍ୟବସାୟୀମାନେ ଶୁଭଫଳ ପାଇବେ । ମହିଳାମାନେ ଧାତୁଦ୍ରବ୍ୟ କ୍ରୟ କରିପାରନ୍ତି । ଗୃହେ ଆନନ୍ଦ, ବିଦ୍ୟାର୍ଥୀମାନେ ସଫଳତା ଲାଭ କରିବେ ।

ଶୁଭ ରଙ୍ଗ : ଧଳା ଓ କମଳା ।

ମକର :ଶ୍ରୀଚନ୍ଦ୍ର ବା ଜନ୍ମ ଚନ୍ଦ୍ର, ଶ୍ରବଣା ନକ୍ଷତ୍ର ବ୍ୟକ୍ତିଙ୍କ ପାଇଁ ଅଶୁଭ ଫଳ, ଲକ୍ଷ୍ମୀପ୍ରାପ୍ତି ଯୋଗ, ଗୃହେ ଆନନ୍ଦ, ଶତ୍ରୁଙ୍କଠାରୁ ଜୟଲାଭ, ଗୃହେ ଭୂମି କ୍ରୟଲାଭ, ଆକସ୍ମିକ ଧନଲାଭ, ହଜିଯାଇପାରେ ଦ୍ରବ୍ୟପ୍ରାପ୍ତି, କର୍ମକ୍ଷେତ୍ରରେ ପଦୋନ୍ନତି, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ହେବ ।

ଶୁଭ ରଙ୍ଗ : କଳା, ଖଇରିଆ ।

କୁମ୍ଭ :ଦ୍ୱାଦଶ ଚନ୍ଦ୍ର, ବ୍ୟୟବୃଦ୍ଧି, ଦୂରଯାତ୍ରା, ଜମି, ଭୂମି ପାଇଁ ଖର୍ଚ୍ଚ ଯୋଗ, ନୂତନ ଦ୍ରବ୍ୟ କିଣିବା ଶୁଭ ନୁହେଁ । ଅଯଥା ଖର୍ଚ୍ଚ ହୋଇପାରେ, ହଠାତ୍ ଦୂରଯାତ୍ରା ଯୋଗ, ପିତାମାତାଙ୍କ ପାଇଁ ଚିନ୍ତିତ ରହିପାରନ୍ତି, ମାଲିମକଦ୍ଦମାରେ ବିଫଳତା, ବିଦ୍ୟାର୍ଥୀମାନେ ସାମାନ୍ୟ ସଫଳତା ପାଇବେ ।

ଶୁଭ ରଙ୍ଗ : ବାଇଗଣୀ, ଧଳା ଓ ନୀଳ ।

ମୀନ :ଏକାଦଶ ଚନ୍ଦ୍ର, ମଙ୍ଗଳକର୍ମ ଯୋଗ, ଯଶ ସମ୍ମାନ ପ୍ରାପ୍ତି, ନୂତନ ଦ୍ରବ୍ୟ, ବସ୍ତ୍ର କ୍ରୟ କଲେ ଶୁଭ, ମାଲିମକଦ୍ଦମାରେ ଜୟଲାଭ କରିବେ । ଗୃହେ ଆନନ୍ଦ, ବିଦ୍ୟାର୍ଥୀମାନେ ବିଦେଶ ଯାତ୍ରା କରିପାରପ୍ତି । ମାନ ସମ୍ମାନ ବୃଦ୍ଧି ପ୍ରାପ୍ତି ଯୋଗ, ମାନସିକ ଚିନ୍ତାମୁକ୍ତ ରହିବେ, ପାରିବାରିକ ଶାନ୍ତି ମିଳିବ ।

ଶୁଭ ରଙ୍ଗ : ହଳଦିଆ ଓ ଗୋଲାପି ।

ଜ୍ୟୋତିର୍ବିଦ୍ : ଅନାମିକା,

ଯୋଗାଯୋଗ : ୯୭୭୭୭୧୧୭୩୩