ଆଜିର ରାଶିଫଳ ( ୩୦/୦୬,ଗୁରୁବାର)

ମେଷ: ସନ୍ଧ୍ୟା ୬ଟା ୨୩ ମିନିଟ୍ ର୍ପ୍ୟନ୍ତ ତୃତୀୟ ଚନ୍ଦ୍ର ହେତୁ ସେ ସମୟ ର୍ପ୍ୟନ୍ତ କର୍ମରେ ଉନ୍ନତି, ସଫଳତା ଏବଂ ନୂତନ କର୍ମାରମ୍ଭର ଯୋଜନା କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ମନ ପ୍ରସନ୍ନ ରହିବ। ସନ୍ଧ୍ୟା ୬ଟା ୨୩ ମିନିଟ୍ ପରେ ଚତୁର୍ଥ ଚନ୍ଦ୍ର ହେତୁ ମନରେ ଅସ୍ଥିରତା, ପରିବାରରେ ବିବାଦ ଏବଂ ଯାନବାହନରେ ଖର୍ଚ୍ଚାନ୍ତରେ ପଡ଼ିବେ। ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ-ହଳଦିଆ, ସଂଖ୍ୟା: ୬, ଆରାଧନା: ପ୍ରଭୁ ସ୍କନ୍ଦ।
ବୃଷ: ଦି୍ୱତୀୟ ଓ ତୃତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଧନ, ସମ୍ପତ୍ତି, ପ୍ରାର୍ଚ୍ୟୁ, ପ୍ରତିପତ୍ତି ବୃଦ୍ଧି ପାଇବ । ଆୟ ପ୍ରତି ଓ ଧନ ପ୍ରତି ମନରେ ଅଧିକ ଦୁର୍ବଳତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର ର୍କ୍ୟାଦକ୍ଷତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ସିଲ୍ଭର, ସଂଖ୍ୟା: ୪, ଆରାଧନା: ପ୍ରଭୁ ଶ୍ରୀରାମ ।
ମିଥୁନ: ଶ୍ରୀଚନ୍ଦ୍ର ଓ ଦ୍ୱିତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଧନ, ମାନ, ସମ୍ମାନ, ସୁଖାଦ୍ୟ, ସୁବସନ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ପରିଶ୍ରମ ତୁଳନାରେ ଅଧିକ ସଫଳତା ଏବଂ ସମ୍ମାନ ମିଳିବ । ପରିବାରରେ ହସଖୁସିର ପରିବେଶ ରହିବ ଏବଂ ମନ ପ୍ରଫୁଲ୍ଲ ରହିବ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: କଫି, ସଂଖ୍ୟା: ୧୨, ଆରାଧନା : ମା’ ଛିନ୍ନମସ୍ତା ।
କର୍କଟ: ଅଥା ଖର୍ଚ୍ଚ, ବଦ୍ଖର୍ଚ୍ଚ ଓ ପରିବାରରେ ଖର୍ଚ୍ଚଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ । ମନରେ ଅସ୍ଥିରତା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ବୃଥା ଭ୍ରମଣ, କୁସଙ୍ଗ ପ୍ରତି ଆକୃଷ୍ଟ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ସମସ୍ତ କର୍ମରେ ଅଥା ବିଳମ୍ବ ଦେଖାଦେବ । ସନ୍ଧ୍ୟା ୬ଟା ୨୩ ମିନିଟ୍ ପରେ ଶ୍ରୀଚନ୍ଦ୍ର ହେତୁ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଦେଖାଦେବ । ଯେଉଁମାନଙ୍କର ପୁନର୍ବସୁ କର୍କଟ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୨, ଆରାଧନା: ମା’ ଭୁବନେଶ୍ୱରୀ।
ସିଂହ: ଏକାଦଶ ଚନ୍ଦ୍ର ହେତୁ ଆୟ ଅଧିକ କରିବା ପାଇଁ ନୂତନ କଳା କୌଶଳ ଆପଣେଇବେ। ନୂତନ ଗୃହାରମ୍ଭ କିମ୍ବା ଭୂମିକ୍ରୟର ୋଜନା କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। କର୍ମରେ ସଫଳତା, ସମ୍ମାନ ଓ ପଦର୍ମ୍ୟାଦା ଅତୁଟ ରହିବ । ସନ୍ଧ୍ୟା ୬ଟା ୨୩ ମିନିଟ୍ ପରେ ଦ୍ୱାଦଶ ଚନ୍ଦ୍ର ହେତୁ ମନରେ ଅସ୍ଥିରତା, ବ୍ୟଗ୍ରତା ଏବଂ ଦୁଶ୍ଚିନ୍ତା ପ୍ରକାଶ ପାଇବ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୧୧, ଆରାଧନା: ପ୍ରଭୁ ଗଜାନନ ।
କନ୍ୟା: ସନ୍ଧ୍ୟା ୬ଟା ୨୩ ମିନିଟ୍ ର୍ପ୍ୟନ୍ତ ଘାତଚନ୍ଦ୍ର ହେତୁ ସେ ସମୟ ର୍ପ୍ୟନ୍ତ ଯେ କୌଣସି କର୍ମ କରିବା ପୂର୍ବରୁ ଭାବିଚିନ୍ତି କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ମନରେ ହତୋତ୍ସାହ ଭାବ ପ୍ରକାଶ ପାଇବ । କର୍ମରେ ବିଫଳତା ଏବଂ କର୍ମ ପ୍ରତି ଅନାଗ୍ରହ ଭାବ ଦେଖାଦେବ। ସନ୍ଧ୍ୟା ୬ଟା ୨୩ ମିନିଟ୍ ପରେ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ସମସ୍ତ କର୍ମରେ କିଛି ଶୁଭଫଳ ମିଳିପାରେ। ଯେଉଁମାନଙ୍କର ଚିତ୍ରା କନ୍ୟା ସେମାନେ ସତର୍କ ହେବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା: ୪, ଆରାଧନା: ପ୍ରଭୁ ନାରାୟଣ।
ତୁଳା: ଘାତବାର ଓ ନବମ ଚନ୍ଦ୍ର, ଦଶମ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଘାତବାରର ପ୍ରଭାବ କମ୍ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । କର୍ମରେ ସଫଳତା, ପଦସ୍ଥ ଅଧିକାରୀଙ୍କ କୃପା ଓ ସମ୍ମାନ ପ୍ରାପ୍ତି ହେବ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ଏବଂ ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ରହିବ । ଯେଉଁମାନଙ୍କର ସ୍ୱାତୀ ତୁଳା ସେମାନେ ଅଧିକ ସୁଫଳ ପାଇବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୧୨, ଆରାଧନା: ମା’ ସମଲେଶ୍ୱରୀ ।
ବିଛା: ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ଶାରୀରିକ ପୀଡ଼ା ଭୋଗିବେ। ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଆଗ୍ରହ ରଖିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବାଧାବିଘ୍ନ ଦେଖାଦେବ। ସନ୍ଧ୍ୟା ୬ଟା ୨୩ ମିନିଟ୍ ପରେ ନବମ ଚନ୍ଦ୍ର ହେତୁ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ କିଛି ଶୁଭଫଳ ମିଳିବ। ଯେଉଁମାନଙ୍କର ବିଶାଖା ବିଛା ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ୍, ସଂଖ୍ୟା: ୩, ଆରାଧନା: ପ୍ରଭୁ ହନୁମାନ ।
ଧନୁ: ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଏବଂ ମନରେ ପ୍ରସନ୍ନତାଭାବ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ । କର୍ମରେ ସଫଳତା, ସମ୍ମାନ ଓ ମହିଳା ସହକର୍ମୀଙ୍କ ସହାୟତା ପ୍ରାପ୍ତ କରିବେ । ସନ୍ଧ୍ୟା ୬ଟା ୨୩ ମିନିଟ୍ ପରେ ଅଷ୍ଟମ ଚନ୍ଦ୍ର ହେତୁ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୫, ଆରାଧନା: ମା’ ତାରା ।
ମକର: ରୋଗ, ଋଣ ଓ ଶତ୍ରୁ – ଏ ତିନୋଟିରୁ କିଛି ମାତ୍ରାରେ ମୁକ୍ତି ମିଳିବ । ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । କୌଣସି ସଙ୍ଗଠନ କିମ୍ବା ସଭାର ନେତୃତ୍ୱ ନେବେ ଏବଂ ପରୋପକାରରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ଶ୍ରବଣା ମକର ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଧୂସର, ସଂଖ୍ୟା: ୧୧, ଆରାଧନା : ମା’ ଭୈରବୀ ।
କୁମ୍ଭ: ଘାତବାର ଓ ପଞ୍ଚମ ଏବଂ ଷଷ୍ଠ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଘାତବାରର ପ୍ରଭାବ କମ୍ ରହିବ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ନୂତନ ବିଦ୍ୟା ଓ କଳା ପ୍ରତି ଅଧିକ ରୁଚି ରଖିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକ ଦୂର ହେବ । ଯେଉଁମାନଙ୍କର ଶତଭିଷା କୁମ୍ଭ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୩, ଆରାଧନା : ମା’ ବିମଳା ।
ମୀନ: ଚତୁର୍ଥ ଚନ୍ଦ୍ର ଓ ଘାତ ତିଥି ହେତୁ ମୂଲ୍ୟବାନ ପଦାର୍ଥ ନଷ୍ଟ, ଆର୍ଥିକ ଠକାମି, ସ୍ୱଜନରେ ବିବାଦ, ମାଲିମକଦ୍ଦମା ଓ ଯାନବାହନରେ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବାଧାବିଘ୍ନ ଓ ସମସ୍ତ କର୍ମ କଣ୍ଟକସଦୃଶ ମନେ ହେବ । ସନ୍ଧ୍ୟା ୬ଟା ୨୩ ମିନିଟ୍ ପରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ । ଯେଉଁମାନଙ୍କର ପୂର୍ବଭାଦ୍ର ମୀନ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୭, ଆରାଧନା: ମା’ ଧୂମାବତୀ ।