ସୋମବାର ଏହି ରାଶିର ଲୋକଙ୍କର କର୍ମରେ ଉନ୍ନତି ଦେଖାଦେବ, ଆକସ୍ମିକ ଧନଲାଭ ହେବ

pic - internet
ମେଷ: ମନରେ ଅସ୍ଥିରତା ଓ ହତୋତ୍ସାହଭାବ ପ୍ରକାଶ ପାଇବ। ଆୟ ଅପେକ୍ଷା ବ୍ୟୟ ବହୁତ ଅଧିକ ରହିବ ଏବଂ ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମ ପ୍ରତି ଆଗ୍ରହୀ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ଆଳସ୍ୟତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ।
ବୃଷ: ଘାତବାର ଓ ଏକାଦଶ ଚନ୍ଦ୍ର ହେତୁ ଘାତବାରର ପ୍ରଭାବ କମ୍ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ରହିବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆକସ୍ମିକ ଧନଲାଭ ଏବଂ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ। କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ। ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ଅଧିକ ସୁଫଳ ପାଇବେ।
ମିଥୁନ: କର୍ମରେ ଉନ୍ନତି ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ଆଜି ଯେକୌଣସି କର୍ମ ହାତକୁ ନେବେ ସେଥିରେ ଶତପ୍ରତିଶତ ସଫଳତା ହାସଲ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ବ୍ୟବସାୟରେ ଉନ୍ନତି ଆସିବ।
କର୍କଟ: ଶୁକ୍ଳପକ୍ଷର ନବମ ଚନ୍ଦ୍ରହେତୁ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଓ ସାମାଜିକ ପ୍ରତିଷ୍ଠା ମିଳିବ। ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଓ ରାଜନୈତିକ ବ୍ୟକ୍ତିଙ୍କ ନିକଟତର ହେବେ। ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳତା ଓ ଉଚ୍ଚ ସମ୍ମାନ ମିଳିବ।
ସିଂହ: ଘାତବାର ଓ ଅଷ୍ଟମଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେବ ତା’ଠାରୁ ଅଧିକ ବଦଖର୍ଚ୍ଚ ହେବ। କର୍ମରେ ବିଫଳତା ଓ ବାଧାବିଘ୍ନ ଦେଖା ଦେବ। ଆର୍ଥିକ କ୍ଷତି ଓ ଆର୍ଥିକ ଠକାମିରେ ପଡ଼ିପାରନ୍ତି।
କନ୍ୟା: ଘାତବାର ଓ ସପ୍ତମ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମତୃପ୍ତି ଓ ଆତ୍ମସନ୍ତୋଷ ମିଳିବ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ। ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ। କର୍ମରେ ସଫଳତା ଓ ପଦମର୍ଯ୍ୟାଦା ଅତୁଟ ରହିବ।
ତୁଳା: ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ପ୍ରାପ୍ତ କରିବେ। ରୋଗ, ଋଣ ଓ ଶତ୍ରୁ – ଏ ତିନୋଟିରୁ କିଛିମାତ୍ରାରେ ମୁକ୍ତି ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉତ୍ତମ ଆୟ ଏବଂ କର୍ମରେ ସଫଳତା, ସମ୍ମାନ ମିଳିବ।
ବିଛା: ଶୁକ୍ଳପକ୍ଷର ପଞ୍ଚମ ଚନ୍ଦ୍ର ହେତୁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି ଓ ଦୂରଦୃଷ୍ଟିର ବିକାଶ ଘଟିବ। ମନରେ ପ୍ରସନ୍ନତା, ଆତ୍ମସନ୍ତୋଷ, ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମ୍ମାନ ମିଳିବ।
ଧନୁ: ଘାତଚନ୍ଦ୍ର ହେତୁ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ। ଆର୍ଥିକକ୍ଷତି ଓ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ସ୍ୱଜନରେ ବିବାଦ, ପରିବାରରେ ମତାନ୍ତର ଏବଂ ଯାନବାହନରେ ଖର୍ଚ୍ଚାନ୍ତରେ ପଡ଼ିବେ। ପରିବହନରେ ଆଜି ଅଧିକ କ୍ଷତି ପହଞ୍ଚିବ ଏବଂ ବାଣିଜ୍ୟ, ବ୍ୟବସାୟରେ ସ୍ୱଳ୍ପ ଆୟ ହେବ। କର୍ମରେ ବାଧାବିଘ୍ନ ଏବଂ ସମସ୍ତ କର୍ମ କଣ୍ଟକ ସଦୃଶ ମନେହେବ।
ମକର: ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି, ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଭାଇ, ଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧାଭାବ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ନୂତନ କର୍ମାରମ୍ଭର ସୁଯୋଗ ମିଳିବ।
କୁମ୍ଭ: ଶୁକ୍ଳପକ୍ଷର ଦ୍ୱିତୀୟଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଅସ୍ଥିରତା ଭାବ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ। କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖା ଦେବ। ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ଉପକୃତ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ। ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ। ମୀନ: ଶ୍ରୀଚନ୍ଦ୍ରହେତୁ ଧନ, ମାନ, ସମ୍ମାନ, ସ୍ୱଜନରେ ସୁସମ୍ପର୍କ ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ପରିଶ୍ରମ ତୁଳନାରେ ସଫଳତା ଅଧିକ ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ ଏବଂ ପରିବାର ସହିତ କୌଣସି ମାଙ୍ଗଳିକ କର୍ମ କିମ୍ବା ଶୁଭକାର୍ଯ୍ୟରେ ଯୋଗ ଦେବେ।