ନୂଆଦିଲ୍ଲୀ,୩୦/୦୪; ପଶ୍ଚିମବଙ୍ଗରେ ଏଥର ରାଜନୈତିକ ପାଣିପାଗ ବଦଳିବ । ଫେଲ୍ ମାରିବ ଦିଦିଙ୍କ ମ୍ୟାଜିକ୍, ବେଙ୍ଗଲ ଦଖଲ କରିବ କି ବିଜେପି ? ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ ଥଣ୍ଡା ପଡ଼ିଯିବ ଟିଏମସି ! ହ୍ୟାଟ୍ରିକ୍ରେ ସନ୍ତୁଷ୍ଟ ରହିବେ ଦିଦି । ପ୍ରଥମ ଥର ପାଇଁ ଧସେଇ ପଶିବ ବିଜେପି । ବିଭିନ୍ନ ଏଜେନ୍ସି କରିଥିବା ଏକ୍ଜିଟ୍ ପୋଲ୍ ଆକଳନରୁ ଏହି ମୋଟାମୋଟି ଚିତ୍ର ମିଳିଛି । ପଶ୍ଚିମବଙ୍ଗ ପାଇଁ ୭ଟି ପ୍ରମୁଖ ସଂସ୍ଥା ନିଜ ଏକ୍ଜିଟ୍ ପୋଲ୍ ରିପୋର୍ଟ ଦେଇଛନ୍ତି । ତନ୍ମଧ୍ୟରୁ ୫ଟିରେ ବିଜେପି ଓ ୨ଟିରେ ତୃଣମୂଳ କଂଗ୍ରେସ ଜିତିବା ନେଇ ଅନୁମାନ କରାଯାଇଛି । ପିପୁଲ୍ସ ପଲ୍ସ ଏବଂ ଜନମତ ପୋଲ୍ସକୁ ଛାଡ଼ିଦେଲେ ବାକି ଅନ୍ୟମାନେ ବିଜେପି ଜିତିବା ନେଇ ପୂର୍ବାନୁମାନ କରିଛନ୍ତି । ପ୍ରଜା ପୋଲ୍, ମାଟ୍ରିଜ, ଚାଣକ୍ୟ ଷ୍ଟ୍ରାଟେଜି, ପୋଲ୍ ଡାଏରୀ ଏବଂ ପି-ମାର୍କ ରିପୋର୍ଟ ବିଜେପି ସପକ୍ଷରେ ଯାଇଛି । ତେଣୁ ବିଜେପି ଜିତିବା ସମ୍ଭାବନା ଅଧିକ । ୨୦୨୧ ନିର୍ବାଚନରେ ଫଶ୍ଚିମବଙ୍ଗରେ ବିଜେପି ସପକ୍ଷରେ ଥିଲେ ଏକଜିଟ୍ ପୋଲ । କିନ୍ତୁ ଫଳାଫଳ ଓଲଟା ଥିଲା । ଆସନ୍ତୁ ଜାଣିବା ୨୦୨୧ ଏକଜିଟ୍ ପୋଲ କେତେ ସଠିକ୍ ପ୍ରମାଣିତ ହୋଇଛି ।

ପଶ୍ଚିମବଙ୍ଗର ୨୯୪ ଆସନରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ବହୁମତ ସଂଖ୍ୟା ୧୪୮ ରହିଛି । ବିଜେପି ଏହି ଅଙ୍କ ପାର୍ କରିଯିବା ନେଇ ୫ଟି ପୋଲ୍ ଏଜେନ୍ସି ଆକଳନ କରିଛନ୍ତି । ପୋଲ୍ ଅଫ୍ ପୋଲ୍ସ ବା ହାରାହାରି ଅଙ୍କକୁ ଦେଖିଲେ ବିଜେପି ବହୁମତ ପାଖାପାଖି ରହିପାରେ । ରାଜ୍ୟରେ ଟିଏମସି ୧୫ ବର୍ଷ ହେଲା କ୍ଷମତାସୀନ ରହିଛି । ୨୦୨୧ରେ ଅନୁଷ୍ଠିତ ନିର୍ବାଚନରେ ଦଳ ୨୧୩ଟି ଆସନରେ ବିଜୟୀ ହୋଇଥିଲା । ୨୦୨୧ରେ ଏକଜିଟ ପୋଲ ବାହାରିବା ପରେ ଅନୁମାନ କରାଯାଉଥିଲା ଯେ ବିଜେପି ବଙ୍ଗରେ ସରକାର ଗଠନ କରିପାରେ । କିନ୍ତୁ ତୃଣମୂଳ କଂଗ୍ରେସ କ୍ଷମତା ବଜାୟ ରଖିଲା ।

​​​​​​​୨୦୨୧ ପଶ୍ଚିମବଙ୍ଗ ଏକଜିଟ୍ ପୋଲ ବନାମ ଫଳାଫଳ
ମୋଟ ଆସନ- ୨୯୪

ପଶ୍ଚିମବଙ୍ଗରେ ଏକଜିଟ୍ ପୋଲଗୁଡିକ ଟିଏମସି ଏବଂ ବିଜେପି ମଧ୍ୟରେ କଡା ପ୍ରତିନ୍ଦ୍ବିତାକୁ ସୂଚାଇ ଦେଇଥିଲେ । ତଥାପି ଫଳାଫଳ ଘୋଷଣା ହେବା ପରେ ଟିଏମସିର ସଂଖ୍ୟା ଟିଏମସିକୁ ସମର୍ଥନ କରିଥିଲା । ବିଜେପି ଆଗୁଆ ହେବାର ପାଖାପାଖି ନଥିଲା । ୨୦୨୬ରେ ଅଧିକାଂଶ ଏକଜିଟ ପୋଲ ପୂର୍ବାନୁମାନ କରିଛନ୍ତି ବିଜେପି ରାଜ୍ୟରେ ସରକାର ଗଠନ କରିବ ଟିଏମସି ବହୁମତରୁ ବହୁତ ଦୂରରେ ରହିବ । ମେ ୪ ରେ ସ୍ପଷ୍ଟ ହୋଇଯିବ ରାଜ୍ୟରେ କିଏ ସରକାର ଗଠନ କରିବ ।

ଏହା ବି ପଢନ୍ତୁ...Exit poll; ତାମିଲନାଡୁ ନିର୍ବାଚନରେ କିଙ୍ଗମେକର ହେବେ କି ବିଜୟ ? ଏକଜିଟ୍ ପୋଲରେ TVK ଦବଦବା, ଷ୍ଟାଲିନଙ୍କୁ ଲାଗିପାରେ ଝଟକା  

  ପଶ୍ଚିମବଙ୍ଗ (୨୯୪)

ଏଜେନ୍ସି        ଟିଏମସି        ବିଜେପି        ଅନ୍ୟ

ମାଟ୍ରିଜ୍       ୧୨୫-୧୪୦    ୧୪୬-୧୬୧  ୬-୧୦

ଚାଣକ୍ୟ ଷ୍ଟ୍ରାଟେଜି   ୧୩୦-୧୪୦  ୧୫୦-୧୬୦   ୦-୫

ପିପୁଲ୍ସ ପଲ୍ସ    ୧୭୭-୧୮୭  ୯୫-୧୧୦   ୧-୪

ପୋଲ ଡାଏରୀ  ୯୯-୧୨୭  ୧୪୨-୧୭୧   ୫-୯

ପ୍ରଜା ପୋଲ୍     ୮୫-୧୧୦   ୧୭୮-୨୦୮    ୦-୫

ପି-ମାର୍କ       ୧୧୮-୧୩୮    ୧୫୦-୧୭    ୫ ୦

ଜନମତ ପୋଲ୍ସ     ୧୯୫-୨୦୫    ୮୦-୯୦   ୧-୪