ନୂଆଦିଲ୍ଲୀ,୦୧/୦୩; ଇରାନ ସର୍ବୋଚ୍ଚ ନେତା ଆୟୋତଲ୍ଲା ଅଲି ଖାମେନେି ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ନିହତ ହୋଇଛନ୍ତି । ଏହି ସଂଘର୍ଷରେ ଏହାକୁ ନିର୍ଣ୍ଣାୟକ ମୋଡ ବୋଲି ବିବେଚନା କରାଯାଉଛି । ଏବେ ଖାମେନେଇଙ୍କ ମୃତ୍ୟୁ ସହିତ ଆମେରିକା ତାର ସମର୍ଥକଙ୍କୁ ନେଇ ସରକାର ଗଠନ କରିପାରେ । ଆମେରିକା-ଇସ୍ରାଏଲର ଏହି ଆକ୍ରମଣ ବିଶ୍ୱକୁ ପରିବର୍ତ୍ତନ କରିପାରେ । ୧୦ଟି ଜିନିଷ ବଦଳିପାରେ । ଜାଣନ୍ତୁ ଭାରତ ଉପରେ କଣ ପ୍ରଭାବ ପଡିବ ।
ତେଲ ଏବଂ ଗ୍ୟାସ ମୂଲ୍ୟ ବଢିବ- ଏହି ଯୁଦ୍ଧ ସାରା ବିଶ୍ୱରେ ଏକ ଆସ୍ଥାୟୀ ଶକ୍ତି ସଙ୍କଟ ସୃଷ୍ଟି କରିବ । ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ମୂଲ୍ୟ ବଢିପାରେ । ବିଦ୍ୟୁତ ଦର ମଧ୍ୟ ଆଶା କରାଯାଉଛି ।
ମୁଦ୍ରାସ୍ଫୀତିର ବିପଦ- ଯଦି ଶକ୍ତି ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ପାଏ । ତେବେ ଏହା ପରିବହନ, ଖାଦ୍ୟ ସାମଗ୍ରୀ, ଔଷଧ ଇତ୍ୟାଦିକୁ ସିଧାସଳଖ ପ୍ରଭାବିତ କରିବ । ଏହି ସାମଗ୍ରୀର ମୁଦ୍ରାସ୍ଫୀତ ପ୍ରତ୍ୟେକ ଦେସକୁ ସିଧାସଳଖ ପ୍ରଭାବିତ କରିବ । ଭାରତ ଏଥିରୁ ମୁକ୍ତ ରହିବ ନାହିଁ ।
ଇରାନର ପରମାଣୁ ଅଭିଯାନ ତ୍ୱରାନ୍ବିତ ହେବ- ଆମେରିକା ଇରାନକୁ ପରମାଣୁ ଅସ୍ତ୍ର ବିକଶିତ କରିବାକୁ କହିଆସୁଥିଲା । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଇରାନ ଆକ୍ରମଣର ଶିକାର ହୋଇଛି । ଭବିଷ୍ୟତରେ ବଞ୍ଚିବାକୁ ଇରାନ ପରମାଣୁ ଅସ୍ତ୍ର ବିକଶିତ କରିପାରେ ।
ମଧ୍ୟପ୍ରାଚ୍ୟରେ ସାମରିକ ବିସ୍ତାର ବଢାଇବା ଆରେରିକା- ଏହି ପରିସ୍ଥିତି ସ୍ପଷ୍ଟ ଭାବରେ ସୂଚାଇ ଦେଉଛି କି ଯୁଦ୍ଧ ତୁରନ୍ତ ଶେଷ ହେବ ନାହିଁ । ଆମେରିକାକୁ ମଧ୍ୟପ୍ରାଚ୍ୟରେ ତାର ଉପସ୍ଥିତି ବୃଦ୍ଧି କରିବାରୁ ପଡିବ । ଆମେରିକା ପୁଣି ଥରେ ମଧ୍ୟପ୍ରାଚ୍ୟରେ ବଡ ଧରଣର ସାମରିକ ଉପସ୍ଥିତି ବଜାୟ ରଖିବାକୁ ପଡିପାରେ ।
ଏହା ବି ପଢନ୍ତୁ...ଥରହର ପଶ୍ଚିମ ଏସିଆ, ଲମ୍ବା ଚାଲିବ ଯୁଦ୍ଧ; କାହିଁକି ଆମେରିକା ଟାର୍ଗେଟରେ ଥିଲେ ଖାମେନେଇ ?
ରୁଷ୍ , ଚୀନ ଏବଂ ଭାରତ ଉପରେ ଫୋକସ୍- ଆମେରିକା ଏବଂ ଇସ୍ରାଏଲ ପୂର୍ବରୁ ଏହି ବିବାଦରେ ସକ୍ରିୟ ଭାବରେ ଜଡ଼ିତ ଅଛନ୍ତି । ମଧ୍ୟପ୍ରାଚ୍ୟର ଅନେକ ମୁସଲିମ ଦେଶ ମଧ୍ୟ ନୀରବରେ ଆମେରିକାକୁ ସମର୍ଥନ କରୁଛନ୍ତି । ଏପର୍ଯ୍ୟନ୍ତ ୩ ପ୍ରମୁଖ ଖେଳାଳି, ଚୀନ, ରୁଷ ଏବଂ ଭାରତ ଏହି ବିବାଦରୁ ଦୂରତା ବଜାୟ ରଖିଛନ୍ତି । ଏହି ୩ ଦେଶର ମତ ଦ୍ୱାରା ଭବିଷ୍ୟତର ଘଟଣାକ୍ରମ ନିର୍ଣ୍ଣୟ କରାଯିବ ।
ତୈଳ ଯୋଗାଳ ବାଧାପ୍ରାପ୍ତ ହେବା ବିପଦ- ଯଦି ହର୍ମୁଜ୍ ପ୍ରଣାଳୀ ବନ୍ଦ ହୋଯାଏ ତେବେ ବିଶ୍ୱର ତୈଳ ବାଣିଜ୍ୟର ୨୦ ପ୍ରତିଶତ ପ୍ରଭାବିତ ହେବ । ଭାରତ ମଧ୍ୟ ସିଧାସଳଖ ପ୍ରଭାବିତ ହେବ ।
ବଜାର କ୍ରାସ୍ ପାଇପାରେ- ଭାରତରେ ଆସନ୍ତାକାଲି ଷ୍ଟକ୍ ବାଜରରେ କଡ଼ା ନଜର ରଖିବାକୁ ପଡିବ । ତେଲ ଏବଂ ଶକ୍ତି ସମ୍ବନ୍ଧୀୟ କମ୍ପାନୀ ଗୁଡିକର ସେୟାର ତୀବ୍ର ହ୍ରାସ ଦେଖାଦେଇପାରେ । ଯୁଦ୍ଧ ଭୟରେ ସାଧାରଣତଃ ନିବେଶକମାନଙ୍କୁ ଷ୍ଟକ ବଜାରରୁ ଓହରି ଯିବାକୁ ବାଧ୍ୟ କରିବେ । ଯାହା ବଜାରରେ ଅସ୍ଥିରତା ଆଣିବ ।
ଶରଣାର୍ଥୀ ସଙ୍କଟ- ଇରାନ ଏବଂ ପଡୋଶୀ ଦେଶଗୁଡିକରୁ ଲକ୍ଷ ଲକ୍ଷ ଲୋକ ୟୁରୋପ ଏବଂ ଏସିଆକୁ ଚାଲିଯାଇପାରନ୍ତି । ଫଳରେ ଅନେକ ଦେଶରେ ଶରଣାର୍ଥୀ ସଙ୍କଟ ସୃଷ୍ଟି କରିପାରେ ।
ଜାତିସଂଘ ବିଶ୍ୱସନୀୟତା ଏବେ ଦୁର୍ବଳ- ଜାତିସଂଘ ଏବଂ ଏହାର ସହଯୋଗୀ ସଂଗଠନ ବିଷୟରେ କହିବାକୁ ଗଲେ ସମସ୍ତ ରାଷ୍ଟ୍ରର ସାର୍ବାଭୌମତ୍ୱ ପାଇଁ ସମର୍ଥନ କରିଛି । ଏହି କ୍ଷେତ୍ରରେ ଆମେରିକା ପୁଣି ଥରେ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରିଛି । ତଥାପି ଜାତିସଂଘ ପ୍ରଭାବହୀନ ରହିଛି । ଏହାର ବିଶ୍ୱସନୀୟତା ବିପଦରେ ପଡିଛି ।