ନୂଆଦିଲ୍ଲୀ,୦୮/୦୫; ଆର୍ଜେଣ୍ଟିନାରୁ ବାହାରି ଥିବା ଏକ ଡଚ୍ କ୍ରୁଜ୍ ଶିପ ହନ୍ତା ଭାଇରସ୍ ସଂକ୍ରମଣ ଘଟଣା ସାରା ବିଶ୍ୱରେ ଚିନ୍ତା ବଢ଼ାଇଛି । ଏହି ଜାହାଜରେ ଥିବା ୩ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗମ୍ଭୀର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ଆଉ ୫ ଜଣ ସଂକ୍ରମିତ ହୋଇଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ସ୍ପଷ୍ଟ କରିଛି । ତେବେ ଏହା କୌଣସି ନୂଆ ଭୂତାଣୁ ନୁହେଁ । ଏଥିଯୋଗୁ କୋଭିଡ-୧୯ ଭଳି ସ୍ଥିତି ଉପୁଜି ନ ଥିବା ଡବ୍ଲ୍ୟୁଏଚ୍ଓ କହିଛି । ତେବେ ଡବ୍ଲ୍ୟୁଏଚ୍ଓ ସେହି ୧୨ ଦେଶକୁ ଚେତାବନୀ ଜାରି କରିଛି, ଯେଉଁ ଦେଶର ନାଗରିକ ଉକ୍ତ କ୍ରୁଜ୍ ଶିପ ଥିଲେ । ସେଥିମଧ୍ୟରେ ବ୍ରିଟେନ, ଆମେରିକା, କାନାଡା, ଜର୍ମାନୀ, ନେଦରଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ, ସିଙ୍ଗାପୁର ଏବଂ ତୁର୍କୀ ଭଳି ଦେଶ ରହିଛି ।

​​​​​​​କ୍ରୁଜ ହନ୍ତା ଭାଇରସରେ ଆକ୍ରାନ୍ତ ହେବା ପରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଗମ୍ଭୀର ସଂକ୍ରାମକ ରୋଗ ଘୋଷଣା କରିଥିଲା । ହୁର ବିଶ୍ୱ ମହାମାରୀ ନିର୍ଦ୍ଦେଶକ ମାରିଆ ଭାନ୍ କେରଖୋଭ କହିଛନ୍ତି, ଏହା ପରବର୍ତ୍ତୀ କୋଭିଡ୍ ନୁହେଁ, କିନ୍ତୁ ଏହା ଏକ ଗମ୍ଭୀର ସଂକ୍ରାମକ ରୋଗ । ଆମେ ଏହି ଭାଇରସକୁ ଜାଣୁ ଏହା ବହୁ ବର୍ଷ ଧରି ରହିଛି । ହୁ ଅନୁଯାୟୀ, କ୍ରୁଜ ଜାହାଦରେ ପ୍ରଥମ ମୃତ୍ୟୁ ଏପ୍ରିଲ ୧୧ ତାରିଖରେ ହୋଇଥିଲା । ମୃତକ ଜଣକ ଜଣେ ୭୦ ବର୍ଷୀୟ ଡଚ୍ ପୁରୁଷ ଥିଲେ । ପ୍ରାୟ ୨ ସପ୍ତାହ ପରେ ତାଙ୍କ ଶରୀର ସେଣ୍ଟ ହେଲେନାର କ୍ରୁଜ ଜାହାଜକୁ ଓହ୍ଲାଇ ଦିଆଯାଇଥିଲା । ତାଙ୍କ ପତ୍ନୀ ସେଣ୍ଚ ହୋଲେନାରୁ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ । ସେ ବିମାନବନ୍ଦରରେ ପଡିଯାଇଥିଲେ । ଏପ୍ରିଲ ୨୬ ତାରିଖରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ତୃତୀୟ ଯାତ୍ରୀ ଜଣକ ଜର୍ମାନୀ ମହିଳା ଥିଲେ ।

ଏହା ବି ପଢନ୍ତୁ...ଇନ୍ଦୋରରେ ରାସ୍ତା କଡ଼ରୁ ମିଳିଲା ୩ଟି ନୋଟ୍ ଭର୍ତ୍ତି ବ୍ୟାଗ; ଭିତରେ ଥିଲା ୨.୮୩ କୋଟି ଟଙ୍କା  

ଲକ୍ଷଣ କଣ ? ହନ୍ତା ଭାଇରସର ପ୍ରାରମ୍ଭିକ ଲକ୍ଷଣ ଗୁଡିକ ସାଧାରଣ ଫ୍ଲୁ ସହିତ ସମାନ । ଯେପରିକି ଜ୍ୱର, ଥକ୍କାପଳ ଏବଂ ଶରୀର ଯନ୍ତ୍ରଣା । ସଂକ୍ରମଣ ବଢିବା ସହ ଏହା ଅଧିକ ଗୁରୁତର ହୋଇପାରେ । ଯାହା ନିଶ୍ୱାସ ନେହାରେ କଷ୍ଟ, ଫୁସଫୁସ୍ ତରଳ ପଦାର୍ଥ ଜମା କିମ୍ବା ବୃକକ୍ ସମସ୍ୟା ସୃଷ୍ଟି କରିପାରେ । ଏହାକୁ ରୋକିବାକୁ ହେଲେ  ପରିଷ୍କାର ପରିଚ୍ଛନତା ବଜାୟ ରଖିବା ନିହାତି ଆବଶ୍ୟକ । ମୂଷାଙ୍କଠାରୁ ଦୂରେଇ ରହିବା, ଘର ସଫା ରଖିବା ଏବଂ ମଇଳା କିମ୍ବା ଘୋଡା ରହିଥିବା ସ୍ଥାନ ସଫା କରିବା ସମୟରେ ସତର୍କ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କରୋନାଭାଇରସ୍ ବ୍ୟାପିବାକୁ ରୋକିବା ପାଇଁ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ଭିଡ଼ ଏଡାଇବା ଭଳି ପଦକ୍ଷେପ ଗ୍ରହଣ କରାଯିବ ଉଚିତ୍ ।

​​​​​​​
ଭାରତରେ ଭାଇରସକୁ ନେଇ ବିପଦ ନାହିଁ... ବର୍ତ୍ତମାନ ଭାରତରେ ହନ୍ତା ଭାଇରସ ସମ୍ପର୍କରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିପଦ କିମ୍ବା ସତର୍କତା ନାହିଁ । ଏଠାରେ ମାମଲା ବହୁତ କମ୍ ଦେଖାଯାଏ, ଏବଂ କେତେକ ସମୟରେ ଏହାର ଲକ୍ଷଣ ଅନ୍ୟ ସାଧାରଣ ରୋଗର ଅନୁକରଣ କରୁଥିବାରୁ ଏହାକୁ ନିର୍ଣ୍ଣୟ କରିବା କଷ୍ଟକର ହୋଇପାରେ । ଏହି ସଂକ୍ରମଣ ମୂଷାଠାରୁ ମଣିଷକୁ ବ୍ୟାପୁଛି । ଏହା କୌଣସି ନୂଆ ଭାଇରସ ନୁହେଁ କିନ୍ତୁ ଏହାର ଲକ୍ଷଣ ଏବଂ ଗମ୍ଭୀରତା ଏହାକୁ ବିପଜ୍ଜନକ କରିଛି । ହୁ ଅନୁଯାୟୀ ସଂକ୍ରମିତ ମୂଷାଙ୍କ ମୂତ୍ର, ଲାଳ କିମ୍ବା ମଳ ସହିତ ସଂସ୍ପର୍ଷ ଦ୍ୱାରା ଏହି ଭାଇରସ ବ୍ୟାପିଥାଏ । ହନ୍ତା ଏବଂ କରୋନା ଉଭୟ ଆରଏନଏ ଭୂତାଣୁ । କିନ୍ତୁ ସେମାନଙ୍କର ସଂକ୍ରମଣ ଧାରା ସମ୍ପୂର୍ଣ୍ଣ ଭିନ୍ନ । କରୋନା ଜଣଙ୍କଠୁ ଅନ୍ୟ ଜଣଙ୍କୁ ଦ୍ରୁତ ଗତିରେ ବ୍ୟାପିଥାଏ । ହନ୍ତା ମୁଖ୍ୟତଃ ମୂଷାଙ୍କ ସଂସ୍ପର୍ଶରେ ଆସିଥାଏ ।