ନୂଆଦିଲ୍ଲୀ,୧୭।୧୨:  ଗତ ୨୨ ବର୍ଷ ହେବ ପାକିସ୍ତାନରେ ଥିବା ଭାରତୀୟ ମହିଳା ହମିଦା ବାନୋ ଲାହୋର ବାଘା ସୀମା ଦେଇ ନିଜ ଦେଶକୁ ଫେରିଛନ୍ତି। ଏହା ସହ ଦୀର୍ଘ ବର୍ଷ ଧରି ଦେଶଠାରୁ ଦୂରେଇ ରହିବା ଦୁଃଖ ଓ ଯନ୍ତ୍ରଣା ମଧ୍ୟ ବଖାଣିଛନ୍ତି। ହମିଦାଙ୍କୁ ଜଣେ ଟ୍ରାଭେଲ ଏଜେଣ୍ଟ ଷଡଯନ୍ତ୍ର କରି ପାକିସ୍ତାନ  ନେଇଯାଇଥିଲା।ମୁମ୍ବାଇର ହମିଦା ୨୦୦୨ ରେ ପାକିସ୍ତାନ ହାଇଦ୍ରାବାଦରେ ପହଁଞ୍ଚିଥିଲେ। ତାଙ୍କର କହିବା ଅନୁସାରେ, ଜଣେ ଏଜେଣ୍ଟ ତାଙ୍କୁ ଦୁବାଇରେ ଚାକିରୀ ଦେବାର ମିଛ ପ୍ରତିଶୃତି ଦେଇ ନେଇଯାଇଥିଲା। ତେବେ ଏଜେଣ୍ଟ ଜଣକ ତାଙ୍କୁ ଦୁବାଇ ନେଇ ଯିବା ବଦଳରେ ପାକିସ୍ତାନର ସିନ୍ଧ ପ୍ରଦେଶର ହାଇଦ୍ରାବାଦକୁ ନେଇଯାଇଥିଲା।

ଜଣେ ସରକାରୀ ଅଧିକାରୀ କହିଛନ୍ତି, ସୋମବାର ସେ କରାଚୀରୁ ବିମାନ ଯୋଗେ ସେଠାରେ ପହଁଞ୍ଚିଥିଲେ। ଏହାପରେ ତାଙ୍କୁ ବାଘା ବର୍ଡର ଦେ ଭାରତ ଅଣାଯାଇଥିଲା। ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀ ତାଙ୍କୁ ବିଦା କରିଥିଲେ।’ ବାନେ ନିଜର ପରିବାର ଲୋକଙ୍କ ଭେଟିବା ପରେ ଖୁସି ପ୍ରକାଶ କରିଛନ୍ତି। ବାନେ କହିଛନ୍ତି, ସେ ଭାରତ ଫେରିବାର ଆଶା ଛାଡି ଦେଇଥିଲେ, କିନ୍ତୁ ସେ ଭାଗ୍ୟଶାଳୀ ଥିବାରୁ ତାଙ୍କୁ ଏ ଦିନ ଦେଖିବାକୁ ମିଳିଛି।

ଭାରତ ଫେରିବା ପରେ ହମିଦା କହିଛନ୍ତି,କରାଚୀରୁ ବିମାନ ଯୋଗେ ସେ ଏଠାରେ ପହଁଞ୍ଚିଲେ। ଏହାପରେ ବାଘା ବର୍ଡର ବାଟ ଦେଇ ଭାରତରେ ପ୍ରବେଶ କ‌ଲେ। ବୈଦେଶିକ ଅଧିକାରୀ ତାଙ୍କୁ ବିଦା କରିଥିଲେ। ବାନେ ନିଜ ପରିବାରକୁ ଭେଟିବା କଥା ନେଇ ଖୁସି ପ୍ରକାଶ କରିଛନ୍ତି। ବାନୋ କହିଛନ୍ତି, ସେ ଭାରତ ଫେରିବାର ଆଶା ଛାଡି ଦେଇଥିଲି। ୨୩ ବର୍ଷ ହେବ ସେଠାରେ ରହୁଥିଲି। ହେଲେ ଜଣେ ବ୍ଲଗରଙ୍କ ଭିଡିଓରେ ମୁଁ ଆସିବା ପରେ ମୋତେ ଲାଗିଲା ଭାରତ ଆସିପାରେ। ଗତ ଏକ ବର୍ଷ ହେବ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ଥିଲି। ବର୍ଷକ ପରେ ନିଜ ଦେଶକୁ ଫେରିଛି। ’

ଉଲ୍ଲେଖନୀୟ ଯେ, ୨୦୨୨ ରେ ସ୍ଥାନୀୟ ୟୁଟ୍ୟୁବର ଭଲିଉଲ୍ଲାହ ମାରୁକ୍ ନିଜ ବ୍ଲଗରେ ହମିଦାଙ୍କ କଥା ଦେଖାଇଥିଲେ। ସେ କହିଥିଲେ କିଭଳି ହମିଦା ଭାରତ ଛାଡି ପାକିସ୍ତାନରେ ଫଶି ଯାଇଛନ୍ତି। ତାଙ୍କୁ ଜଣେ ଏଜେଣ୍ଟ ଦୁବାଇରେ ଚାକିରୀ କରିବାର ମିଛ କଥାକହି ପାକିସ୍ତାନ ନେଇ ଆସିଥିଲା। ମାରୁଫ୍ ବ୍ଲଗ ତାଙ୍କୁ ଭାରତରେ ଥିବା ପରିବାର ଲୋକଙ୍କ ସହ ଯୋଡିବାକୁ ସାହାଯ୍ୟ କରିଥିଲା। ଏହାପରେ ତାଙ୍କ ଝିଅ ୟାସମିନ୍‌ ମଧ୍ୟ ତାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ମାରୁଫଙ୍କ ସହ କଥା ହେବାବେଳେ ହମିଦା କହିଥି‌ଲେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ତେଣୁ ସେ ବାହାରେ କାମ କରି  ତାଙ୍କ ୪ ପିଲାଙ୍କୁ ପୋଷୁଥିଲେ।  ପୂର୍ବରୁ ଦୋହା, କତର, ଦୁବାଇ ଓ ସାଉଦି ଆରବରେ କାମ କରି ସାରିଛନ୍ତି। କେଉଁଠାରେ କିଛି ବି ଅସୁବିଧା ହୋଇନି।

 ୨୨ ବର୍ଷ ପୂର୍ବେ କରାଚୀର ଜଣେ ସିଦ୍ଧି ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇସାରିଥିଲା ଓ ପିଲାଙ୍କୁ ଲାଳନପାଳନ କରିବାକୁ କେହିନଥିଲେ। ସେ ହମିଦାଙ୍କୁ କହିଥିଲେ ଏଠାରେ ରୁହ, ତୁମକୁ ଖାଇବାକୁ ଓ ରହିବାକୁ ସ୍ଥାନ ଦେବି। ପ୍ରଥମେ ହମିଦା ତାଙ୍କ କଥା ମାନିନଥିଲେ, କିନ୍ତୁ ମୌଲାନାଙ୍କ ପରାମର୍ଶ ପରେ ସେ ବିବାହ କରିବାକୁ ରାଜି ହୋଇଥିଲେ। କରୋନାରେ ତାଙ୍କ ଦ୍ବିତୀୟ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ସେବେଠାରୁ ସେ ତାଙ୍କ ସାବତ ପୁଅ ସହ ରହୁଥିଲେ। ହମିଦା କହିଛନ୍ତି, ପାକିସ୍ତାନରେ ସେ ଜୀଅନ୍ତା ଶବ ପାଲଟି ଯାଇଥିଲେ।