ନୂଆଦିଲ୍ଲୀ : ନାସେ ରୋଗ ହରେ ସବ୍‌ ପିରା, ଜପତ ନିରନ୍ତର ହନୁମତ ବୀରା …ଆପଣ ଯଦି ହିନ୍ଦୁ ଧର୍ମର ତ ହନୁମାନ ଚାଳିସାର ଏହି ଧାଡ଼ି ଆପଣଙ୍କୁ ନିଶ୍ଚୟ ଜଣାଥିବ। ଧାର୍ମିକ ଲୋକଙ୍କ ବିଶ୍ୱାସ ଯେ , ହନୁମାନ ଚାଳିସା ପଢିବାରେ ସଙ୍କଟ ଦୂର ହୋଇଥାଏ। କମ୍ ଲୋକଙ୍କୁ ଜଣାଥିବ କି , ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ହନୁମାନ ଚାଳିସା ପଢିବା , ଆମ ପାଇଁ ଉପଯୋଗୀ। ନ୍ୟୁରୋଲଜିଷ୍ଟ ଡାକ୍ତର ଶ୍ୱେତା ଅଡାତିଆ ହନୁମାନ ଚାଳିସା ପଢିବାର ଫାଇଦା ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି। ଆପଣ ମଧ୍ୟ ଜାଣି ପାରିବେ ଯେ, ଏହା ହୃଦୟ ଓ ମସ୍ତିଷ୍କ ପାଇଁ କୌଣସି ପ୍ରକାରର ଫାଇଦା ହୋଇ ପାରେ।

ହନୁମାନ ଚାଳିସା ଅଟେ ଯୌଗିକ ବ୍ରିଦିଂ –

ଡାକ୍ତର ଶ୍ୱେତା କୁହନ୍ତି ଯେ ,ହନୁମାନ ଚାଳିସାକୁ ଯୌଗିକ ବ୍ରିଦିଂ ଭାବେ ମନେକରା ଯାଇ ପାରେ। ଯଦି ଏହାକୁ ଠିକ୍‌ ଭାବେ ଜପ କରାଯାଏ ତ , ବାସ୍ତବରେ ଭୟ ଦୂର ହୋଇ ଯାଏ। ଏହି ମନ୍ତ୍ରକୁ ପଢିବାର ପ୍ରଭାବ ଲିମ୍ୱିକ ସିଷ୍ଟମରେ ପଡ଼ିଥାଏ ଏବଂ ଚିନ୍ତା ଓ ଅବସାଦ ଦୂର ହୋଇଥାଏ। ଏହାକୁ ଅନେକ କ୍ଲିନିକାଲ ଟ୍ରାୟଲରେ ଚେକ୍‌ କରାଯାଇ ପାରେ। ଡାକ୍ତର ଶ୍ୱେତା କହିଛନ୍ତି ଯେ, ଯେଉଁ ଭଳି ହନୁମାନ ଚାଳିସା ରଚିତ ହୋଇଛି, ଯେବେ ଆପଣ ଏହାକୁ ଜପିବେ ତ ନିଶ୍ୱାସ ଭିତର ଓ ବାହାରକୁ ଯାଇ ଥାଏ। ଉଦାହରଣ ସ୍ୱରୂପ , ଜୟ ଜନୁମାନ ଜ୍ଞାନ ଗୁଣ ସାଗର  କହିବାରେ ନିଃଶ୍ୱାସ ଭିତରକୁ ଯାଏ ଏବଂ ଯେବେ କହୁ ଜୟ କପିସ ତିହୁ ଲୋକ ଉଜାଗର ତ ନିଶ୍ୱାସ ରହିଯାଏ। ଯେବେ ରାମଦୂତ ଅତୁଲିତ ବଳଧାମା  କହିବାରେ ନିଶ୍ୱାସ ବାହାରକୁ ଯାଏ। ଅଞ୍ଜନି ପୁତ୍ର ପବନସୁତ ନାମା  କହିବା ଦ୍ୱାରା ସ୍ଥଗିତ ହେବା ସହ ନିଶ୍ୱାସ ବାହାରକୁ ଯାଏ। ଏହି ପ୍ରକ୍ରିୟା ହାର୍ଟ ରେଟ୍‌ ଭେରିଏବିଲିଟିକୁ ପ୍ରଭାବିତ କରେ।

ଶରୀରର କାର୍ଯ୍ୟ ପ୍ରଣାଳୀ ବାଲାନ୍ସ ହୁଏ -

ହନୁମାନ ଚାଲିସା ଭେଗସ ନର୍ଭ ସିଷ୍ଟମକୁ ମଧ୍ୟ ପ୍ରଭାବିତ କରିଥାଏ। ଏଥିରେ ଆପଣଙ୍କ ଶରୀରର ଅନେକ ଫଙ୍କସନ ଯେମିତି କି ଡାଇଜେସନକୁ ମଧ୍ୟ ଠିକ୍‌ କରି ଥାଏ ଏବଂ ଷ୍ଟ୍ରେସ୍‌ କମ୍‌ ହୋଇଯାଏ । ଯେବେ ଆପଣ ହନୁମାନ ଚାଲିସା ପଢନ୍ତି ତ ଆପଣଙ୍କର ଶରୀରର ଅନେକ ଫଙ୍କସନ୍ସ ଆପଣା ଛାଏଁ ଠିକ୍‌ ହୁଏ।

ପଢିବା ଓ ଶୁଣିବା ଉଭୟରେ ଫାଇଦା –

ଡାକ୍ତରଙ୍କ କହିବାନୁସାରେ , ଯଦି ଆପଣ ଶୀଘ୍ର ଶୀଘ୍ର ହନୁମାନ ଚାଳିସା ପଢୁଛନ୍ତି ତ ଫାଇଦା ମିଳିବ ନାହିଁ। ଏହାକୁ ପଢିବା ସମୟରେ ମସ୍ତିଷ୍କ ଶାନ୍ତ ରଖନ୍ତୁ ଏବଂ ନିଶ୍ୱାସ ଉପରେ ଫୋକସ୍‌ କରନ୍ତୁ। ଡାକ୍ତର ଶ୍ୱେତା କହିଛନ୍ତି କି ଏକ ଏକ୍ସପେରିମେଣ୍ଟ କରି ଦେଖିଛି। ଏଥିରେ ମନ୍ତ୍ର ପଢିବା ପୂର୍ବରୁ ଓ ପରେ ହାର୍ଟରେଟ୍‌ ଭାରିଏସନରେ ଫରକ ଚେକ୍‌ କରାଯାଇଛି ,ଯେଉଁଥିରେ ସୁଧାର ଦେଖିଲି। ଖାଲି ଏତିକି ନୁହେଁ ହନୁମାନ ଶୁଣିବାରେ ମଧ୍ୟ ମସ୍ତିଷ୍କ ଓ ହୃଦୟ ଉପରେ ପଜିଟିଭ୍‌  ପ୍ରଭାବ ପଡ଼ିଥାଏ। ଡାକ୍ତର କହିଛନ୍ତି କି ଅନେକ ଏକ୍ସପେରିମେଣ୍ଟସ ଓ ଟ୍ରାଏଲ୍ସ ହୋଇ ସାରିଛି ,ଯାହାର ଆଧାରରେ କୁହାଯାଇ ପାରେ କି ଯୌଗିକ ବ୍ରିଦିଙ୍ଗରୁ ଆୟୁଷ ବଢିଥାଏ ।