ଓଜନ କମ୍ କରିବାକୁ କେତେ ସମୟ Morning Walk କରିବା ଉଚିତ୍?

ନୂଆଦିଲ୍ଲୀ ୦୨/୦୭: ଭାରତୀୟମାନଙ୍କର ଖାଦ୍ୟ ଅଭ୍ୟାସ ଏବଂ ଜୀବନଶୈଳୀ ଏପରି ଯେ ଓଜନ ବୃଦ୍ଧି ଅନିବାର୍ଯ୍ୟ। କରୋନା ମରହାମାରୀ ସମୟରେ ଲକଡାଉନ୍ ହେତୁ ଏହି ସମସ୍ୟା ବୃଦ୍ଧି ପାଇଛି। ପେଟର ଚର୍ବି ହ୍ରାସ କରିବା ସମସ୍ତଙ୍କ ପାଇଁ ସହଜ ନୁହେଁ, କିନ୍ତୁ କିଛି ହଲୁକା ଏକ୍ସରସାଇଜ୍ ଦ୍ୱାରା ଇଚ୍ଛାକୃତ ଫଳାଫଳ ମିଳିପାରିବ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଚାଲିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଯଦି ଏହି ଅଭ୍ୟାସ କ୍ରମାଗତ ଭାବରେ ଗ୍ରହଣ କରାଯାଏ, ତେବେ ଓଜନ ବୃଦ୍ଧି ହ୍ରାସ କରାଯାଇପାରିବ। ଚାଲିବା ଦ୍ୱାରା ଶରୀରରେ ଅନେକ କ୍ୟାଲୋରୀ କମିଯାଏ। ତଥାପି, ଚାଲିବା ସମୟରେ କିଛି ବିଶେଷ ଜିନିଷର ଧ୍ୟାନ ଦେବା ଉଚିତ୍। ତାହେଲେ ଯାଇ ଆପଣଙ୍କ ଶରୀରର ଚର୍ବି କମିବ।
-ଯଦି ଆପଣ ଶୀଘ୍ର ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଧୀର ଚାଲିବା ପରିବର୍ତ୍ତେ ସ୍ପିଡ୍ ୱାକ୍ କରନ୍ତୁ, ଏହା ପେଟର ଚର୍ବିକୁ ଶୀଘ୍ର ହ୍ରାସ କରିବ।
-ସାଧାରଣତଃ ସମସ୍ତେ ସ୍ପିଡ୍ ୱାକ୍ରେ ଅଭ୍ୟସ୍ତ ନୁହଁନ୍ତି, ତେଣୁ ଆରମ୍ଭ ଧୀର ଚାଲିବାରୁ କରନ୍ତୁ ଏବଂ ପରେ ଧୀରେ ଧୀରେ ସ୍ପିଡ୍ ବଢାନ୍ତୁ।
-ଯଦି ସ୍ପିଡ୍ ୱାକ୍ ନିୟମିତ କରାଯାଏ, ତେବେ ଶରୀରର ଚର୍ବି ଏବଂ ଖରାପ କୋଲେଷ୍ଟ୍ରଲ୍ର ଶୀଘ୍ର ହ୍ରାସ ହୋଇଥାଏ।
– ସକାଳ ଚାଲିବା ସମୟରେ ଅଣ୍ଟାକୁ ସିଧା ରଖି ଚାଲନ୍ତୁ, ନଚେତ୍ ଶରୀରରେ ଏକ ଷ୍ଟ୍ରେନ୍ ହୋଇପାରେ।
-ଯଦି ଆପଣ ବିଶ୍ରାମ ନେବାକୁ ଆବଶ୍ୟକତା ଅନୁଭବ କରୁଛନ୍ତି, ତେବେ ଅତି କମରେ ୧୫ ମିନିଟ୍ ସ୍ପିଡ୍ ୱାକ୍ କରିବା ପରେ ତାହା କରନ୍ତୁ।
-ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ପ୍ରତିଦିନ ସକାଳେ ଅତି କମରେ ଅଧ ଘଣ୍ଟା ସ୍ପିଡ୍ ୱାକ୍ କରନ୍ତୁ।