ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ଶନିବାର ଏକ ବଡ଼ ଆତଙ୍କୀ ଷଡ଼ଯନ୍ତ୍ରକୁ ବିଫଳ କରି ଆଇଏସଆଇ ଓ ଅଣ୍ଡରୱାର୍ଲ୍ଡ ଲିଙ୍କ୍ ଥିବା ୮ଜଣ ଲୋକଙ୍କୁ ଗିରଫ କରିଥିଲା। ଏ ସବୁ ଦିଲ୍ଲୀର ସମ୍ୱେଦନଶୀଳ ଅଞ୍ଚଳ ଓ ସୁରକ୍ଷାବାହିନୀ ଉପରେ ଆକ୍ରମଣ କରିବାର ଯୋଜନାରେ ଥିଲେ। କିଛି ସମୟ ପୂର୍ବରୁ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସି ଗୁଡ଼ିକ ଏହା ଉପରେ ନଜର ରଖିଥିଲେ। ଏହି ମଧ୍ୟରେ ଦିଲ୍ଲୀ ପୁଲିସର ସ୍ପେଶାଲ ଏକ ବଡ଼ ଅପରେସନ ଚଲାଇ ଥିଲା ଏବଂ ଏହି ନେଟୱର୍କର ପର୍ଦ୍ଦାଫାସ କରି ୮ ଜଣ ଲୋକଙ୍କୁ ଧରି ନେଇ ଥିଲେ।

ଅପରେସନ ମଧ୍ୟରେ ଗୋଟିଏ ନାଁ ଚର୍ଚ୍ଚାକୁ ଆସିଛି, ସେ ହେଉଛି ଶହଦାଜ ଭାଟି। ଗୋଟେ ସମୟରେ ପାକିସ୍ତାନର ଜଣାଶୁଣା ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ଥିବା ଶହଜାଦ ଭାଟି ନାଁ ଏବେ ଭାରତରେ ଅଶାନ୍ତି ପ୍ରସାର କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ତାଲିକାରେ ସାମିଲ ଅଛି। ତାକୁ ଏହି ଡିଜିଟାଲ ନେଟୱର୍କର ପ୍ରମୁଖ ସଦସ୍ୟ ଥିବା କୁହାଯାଉଛି, ଯିଏ ଯୁବବର୍ଗକୁ ଭ୍ରମିତ କରି ଅସ୍ତ୍ରଶସ୍ତ୍ରର ତସ୍କରୀ କରି ଭାରତରେ ଆକ୍ରମଣର ଷଡ଼ଯନ୍ତ୍ର ରଚିଥାଏ।

ସୂଚନା ଆଧାରରେ, ଆଇଏସଆଇ ସହ ଜଡ଼ିତ ଯେଉଁ ୮ଜଣ ଲୋକଙ୍କୁ ଶନିବାର ଗିରଫ କରାଯାଇଛି, ସେମାନେ ଏହି ଶହଜାଦ ଭାଟିର ଇସାରାରେ କାମ କରୁ ଥିଲେ। ଏହି ଭିତରେ ଏବେ ଶହଜାଦ ଭାଟି ଦିଲ୍ଲୀ ପୁଲିସ, ଏନଆଇଏ ଓ ୟୁପି ଏଟିଏସ ଭଳି ସୁରକ୍ଷା ଏଜେନ୍ସି ଗୁଡ଼ିକର ଟପ୍ ଟାର୍ଗେଟ୍‌ରେ ଅଛି। ଭାଟି ମୂଳତଃ ପାକିସ୍ତାନର ପଞ୍ଜାବ ପ୍ରାନ୍ତର ବାସିନ୍ଦା। ସେ ନିଜକୁ ସୋସିଆଲ ମିଡିଆରେ ବିଜନେସମ୍ୟାନ , ସୋସିଆଲ ୱାର୍କର ଓ ଧାର୍ମିକ ମାମଲାର ସୂଚନାକାରୀ ଭାବେ ପରିଚୟ ଦିଏ, କିନ୍ତୁ ସୁରକ୍ଷା ଏଜେନ୍ସି ଓ ପାକିସ୍ତାନ ପୁଲିସ ନିକଟରେ ଯେଉଁ ରେକର୍ଡ ରହିଛି , ତାହା ଏହି ଦାବି ଠାରୁ ଖୁବ୍ ଅଲଗା।

ପାକିସ୍ତାନ ପୁଲିସ ରେକର୍ଡ ମୁତାବିକ ଭାଟି ବିରୋଧରେ ୨୦୧୩ ରେ ଚୋରୀ , ଲୁଟ୍ ଓ ରେପ୍ ସମେତ ଅନେକ ମାମଲା ରୁଜୁ ହୋଇଛି। ୨୦୧୫ରେ ସେ ପାକିସ୍ତାନରୁ ଫେରାର ହୋଇ ଦୁବାଇରେ ରହିଥିଲାା ଏବଂ ଡାୟରୀର ବିଜନେସ ଆରମ୍ଭ କରିଥିଲା। ଏନଡିଟିଭିର ରିପୋର୍ଟ ମୁତାବିକ, ଏହି ସମୟରେ ସେ ବଲୋଚିସ୍ତାନର ଏକ ଗ୍ୟାଙ୍ଗର ସଦସ୍ୟ ଫାରୁଖ ଖୋଖରର ସଂପର୍କରେ ଆସିଲା ଏବଂ ଏହି ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ହୋଇ ଗଲା। ଏହାପରେ ସେ ଧିରେ ଧିରେ ସୋସିଆଲ ମିଡିଆରେ ମଧ୍ୟ ନିଜର ପରିସର ବୃଦ୍ଧି ଆରମ୍ଭ କରିଦେଲା , ଯେଉଁଠି ସେ ଭାରତ ପାକିସ୍ତାନର ସଂପର୍କ ଓ ଧାର୍ମିକ ପ୍ରସଙ୍ଗ ଉପରେ କଥାବାର୍ତ୍ତା କରୁଥିଲା। ଏହି ସମୟରେ ତାର ଲୋକପ୍ରିୟତା ମଧ୍ୟ ବଢିଲା। ସୁରକ୍ଷା ଏଜେନ୍ସି ଅନୁସାରେ, ଲୋକପ୍ରିୟତାକୁ ଅସ୍ତ୍ରକରି ସେ ବଡ଼ ନେଟୱର୍କ ଠିଆ କରିବା ପାଇଁ ବ୍ୟବହାର କରିଥିଲା।

ଆହୁରି ମଧ୍ୟ ପଢନ୍ତୁ : BrahMos Missile Deal: ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ଧମାକା...ବ୍ରହ୍ମୋସ୍‌ କିଣିବ ଭିଏତନାମ, ଧାଡ଼ିରେ ଇଣ୍ଡୋନେସିଆ !

ଭାରତୀୟ ସୁରକ୍ଷା ଏଜେନ୍ସି ଗୁଡ଼ିକର ଦାବି ଯେ, ଶହଜାଦ ଭାଟି ଏହି ପୂରା ଖେଳରେ ଏକଲା ନୁହେଁ ବରଂ ସେ ଆଇଏସଆଇ ସହ ମଧ୍ୟ ଜଡ଼ିତ ଏବଂ ଏଥିରେ ଅବିଜ ଜଟ ଓ ଅଜମଲ ଗୁଜ୍ଜରଙ୍କ ଭଲି ଲୋକେ ସାହାଯ୍ୟ କରୁଛନ୍ତି। ଏହି ନେଟୱର୍କ ନିଜର ଷଡ଼ଯନ୍ତ୍ରକୁ ସଫଳ କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବକୁ ବ୍ୟବହାର କରିଥାଏ। ଏହା ମାଧ୍ୟମରେ ଭାରତୀୟ ଯୁବବର୍ଗଙ୍କ ସହ କଥାବାର୍ତ୍ତା ହେବା ସହ ସୋସିଆଲ ମିଡିଆରେ ଫେମସ କରିବା ଓ ବିଦେଶରେ ସେଟଲ କରିବାର ପ୍ରଲୋଭନ ଦେଖାଯାଏ। ଏହାପରେ ଶେଷରେ ଶହଜାଦ ଭାଟି ସହ ଭିଡିଓ କଲରେ କଥାବାର୍ତ୍ତା କରାଯାଏ। ଆରମ୍ଭରେ ଏହି ଯୁବକଙ୍କୁ ଛୋଟିଆ କାମ ଦିଆ ଯାଏ, ଯେମିତି କୌଣସି ସ୍ଥାନର ଫଟୋ ଓ ଭିଡିଓ ସେୟାର କରିବା ଓ ପୁଣି ଧିରେ ଧିରେ ଏହି ନେଟୱର୍କର ସଦସ୍ୟ କରାଯାଏ।

ଦେଖନ୍ତୁ ଏହି ଭିଡିଓ :  କାହିଁକି ବର୍ବାଦ ହୋଇଗଲା ' ବେତାଳ 'ଙ୍କ କ୍ୟାରିୟର ?