ଦେଶରେ ହେବ କୃତ୍ରିମ ବର୍ଷା,ଜାଣନ୍ତୁ ‘କ୍ଲାଉଡ ସିଡିଂ କ’ଣ?

ନୂଆଦିଲ୍ଲୀ,୧।୬: ଜଳାଭାବ ଯୋଗୁଁ ମହାରାଷ୍ଟ୍ରର ଚାଷୀମାନେ ମରୁଡି ସ୍ତିତି ଦେଇ ଗତି କରୁଛନ୍ତି। ଏବେ ସେମାନଙ୍କୁ ଏଥିରୁ ଆଶ୍ବସ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଏଥିପାଇଁ ୩୦ କୋଟି ଟଙ୍କାର ପାଣ୍ଠି ଆବଣ୍ଟିତ କରିଛନ୍ତି। ଏହା ଦ୍ବିତୀୟ ଥର ପାଇଁ କୌଣସି ରାଜ୍ୟରେ କୃତ୍ରିମ ବର୍ଷା ହେବାକୁ ଯାଉଛି। ଏହା ପୂର୍ବରୁ ୨୦୧୫ରେ ନାସିକରେ ରାଜ୍ୟ ସରକାର ଏଭଳି ଚେଷ୍ଟା କରିଥିଲେ। କିନ୍ତୁ ଯାନ୍ତ୍ରିକ ଅସୁବିଧା ଯୋଗୁଁ ଏହା ଫେଲ୍ ମାରିଥିଲା। ତେବେ ଆସନ୍ତୁ ଜାଣିବା ଏହି କୃତ୍ରିମ ବର୍ଷା ତଥା କ୍ଲାଉଡ ସିଡିଂ କ’ଣ?
ବିନା ବାଦଲରେ କ୍ଲାଉଡ ସିଡିଂ ହେବା କଷ୍ଟକର

ପାଣିପାଗ ବିଭାଗର ପୂର୍ବନୁମାନ କରୁଥିବା ଏକ ଘରୋଇ ଏଜେନ୍ସି ସ୍କାଇମେଟର ଉପ-ଅଧ୍ୟକ୍ଷ ଓ ମୁଖ୍ୟ ପାଣିପାଗ ବିଶେଷଜ୍ଞ ମହେଶ ପଲାଓ୍ବତ କହିଛନ୍ତି ଯେ, କ୍ଲାଉଡ୍ ସିଡିଙ୍ଗ ପାଇଁ ବାଦଲ ହେବା ଜରୁରି ହୋଇଥାଏ। ବିନା ବାଦରେ କ୍ଲାଉଭଡ ସିଡିଂ କରିବା ସମ୍ଭବ ନୁହେଁ। ବାଦଲ ହେବାପରେ ସିଲଭର ଆୟୋଡାଇଡ ଓ ଅନ୍ୟ ଜିନିଷକୁ ସିଞ୍ଚନ କରାଯାଇଥାଏ। ଯାହାଫଳରେ ବାମ୍ପ ପାଣିର ଟୋପା ହିସାବରେ ପରିଣତ ହୋଇଥାଏ। ଏଥିରେ ଭାରିପଣ ଆସିଥାଏ ଓ ଗୁରତ୍ବାକର୍ଷଣ କାରଣରୁ ଏହା ପାଣିର ବୁନ୍ଦା ଭାବରେ ପୃଥିବୀ ପୃଷ୍ଠରେ ପଡିଥାଏ। ଭାରତରରେ କ୍ଲାଉଡ ସିଡିଙ୍ଗର ସଫଳତା ରେଡ୍ ଅଧିକ ନୁହେଁ, କାରଣ ବାଦଲ ଯଦି ଦେଖାଯାଏ ତେବେ ଏଭଳି କରିବା ସମ୍ଭବ। ମହାରାଷ୍ଟ୍ରର ବିଦର୍ଭରେ ଜୁନ ପୂର୍ବ ସମସ୍ତରେ ବାଦଲ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଭଳି ସମୟରେ ଯଦି କ୍ଲାଉଡ ସିଡିଂ କରାଯାଏ ତେବେ ଏହାର ଲାଭ ମିଳିଥାଏ।
କୃତ୍ରିମ ବର୍ଷା କ’ଣ

କୃତ୍ରିମ ବର୍ଷା(କ୍ଲାଉଡ ସିଡିଂ) ଏଭଳି ଏକ ଟେକ୍ନୋଲୋଜି, ଯାହା ଜରିଆାରେ ବାଦଲର ଭୌତିକ ଅବସ୍ଥାରେ କୃତ୍ରିମ ପଦ୍ଧତିରେ ପରିବର୍ତ୍ତନ କରାଯାଇ ହେବ। ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ, ଯେଉଁଥିରେ ପରିବେଶ ବର୍ଷା ଉପୋଯୋଗୀ ଅନୁକୂଳ ହୋଇଥାଏ। ଏହା ଜରିଆରେ ବାମ୍ପକୁ ବାଦଲରେ ପରିବର୍ତ୍ତନ କରାଯାଇଥାଏ। ଏହି ପକ୍ରିୟାରେ ସିଲଭର ଆୟୋଡିନ ଓ ସୁଖିଲା ବଣଫକୁ ବାଦଲ ଉପରେ ଫୋପଡା ଯାଇଥାଏ। ଏହି କାମ ଏୟାରକ୍ରାଫ୍ଟ କିମ୍ବା ଆର୍ଟିଲାରି ଗନ୍ ମାଧ୍ୟମରେ କରାଯାଇଥାଏ। କିଛି ଗବେଷଣା ପରେ ହାଇଗ୍ରୋସ୍କୋପିକ୍ ମ୍ୟାଟେରିଆଲ ଭଳି ଲୁଣକୁ ମଧ୍ୟ ଏଥିରେ ବ୍ୟବହାର ହେଉଛି। ଜଳ ପ୍ରବଦ୍ଧକ ଏବେ ଏହାକୁ ଥଣ୍ଡାରେ ସ୍ନୋଫଲ କରିବା ପାଇଁ ମଧ୍ୟ ଏହାର କରୁଥିବାର ଦେଖିବାକୁ ମିଳିଛି।
କିଏ କରିଥିଲେ ଆରମ୍ଭ:

ଏହି ଥିଓରି ସବୁଠାରୁ ପ୍ରଥମେ ଜେନେରାଲ ଇଲେକ୍ଟ୍ରିକ (ଜିଇ)ର ଓ୍ବିସେଣ୍ଟ ଶେଫର ଓ ନୋବେଲ ପୁରସ୍କାର ବିଜେତା ଇରାଓ୍ବିଙ୍ଗ ଲେଙ୍ଗମୁଇର ଆବିଷ୍କାର କରିଥିଲେ। ଶେଫର ଜୁଲାଇ ୧୯୪୬ରେ କ୍ଲାଉଡ ସିଡିଂର ସିଦ୍ଧାନ୍ତ ଖୋଜିଥିଲେ। ୧୩ ନଭେମ୍ବର ୧୯୪୬ରେ କ୍ଲାଉଡ ସିଡିଂ ଜରିଆରେ ପ୍ରଥମ ଥର ନୁ୍ୟର୍କ ଫ୍ଲାଇଟ ଜରିଆରେ ପ୍ରାକୃତିକ ବାଦଲରେ ବଦଳାଇବାର ଚେଷ୍ଟା କରାଯାଇଥିଲା। ୧୯୪୭ରେ ବାଥୁଷ୍ର୍ଟ, ଅଷ୍ଟେ୍ରଲିଆରେ କ୍ଲାଉଡ ସିଡିଂର ପ୍ରଥମ ପ୍ରଦର୍ଶନ କରାଯାଇଥିଲା।

କେଉଁଠି ବ୍ୟବହାର ହୋଇଛି : ବିଶ୍ବ ପାଣିପାଗ ସଂଗଠନର ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୫୬ଟି ଦେଶରେ କୃତ୍ରିମ ବର୍ଷାର ବ୍ୟବହାର କରାଯାଇ ସାରିଛି। ଏଥିରେ ୟୁଏଇରୁ ନେଇ ଚୀନ ପର୍ଯ୍ୟନ୍ତ ରହିଛନ୍ତି। ୟୁଏଇରେ ପାଣିର ଅଭାବକୁ ଦୂର କରିବା ପାଇଁ ଏହାର ବ୍ୟବହାର କରାଯାଇଥିଲା। ସେଭଳି ଚାଇନାରେ ୨୦୦୮ରେ ସମର ଅଲମ୍ପିକର ଓପନିଂ ଉତ୍ସବରେ ପୂର୍ବରୁ ପ୍ରଦୂଷଣକୁ ଶେଷ କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥିଲା। ୟୁଏସ୍ର ସ୍କି ରିସୋର୍ଟ ଜରିଆରେ କ୍ଳାଉଡ ସିଡିଂର ବ୍ୟବହାର କରାଯାଇ ସ୍ନୋ ଫଲ୍ ମଧ୍ୟ କରାଯାଇଥିଲା। ସେଭଳି ଚାଇନା ଏବେ ମରୁଡିରୁ ରକ୍ଷା ପାଇବା ପାଇଁ ଏହି ସିଷ୍ଟମକୁ ବ୍ୟବହାର କରୁଛି।
କେତେ କାମ କରେ ଏହି ସିଷ୍ଟମ:

ଅଷ୍ଟେ୍ରଲିଆ, ଫ୍ରାନ୍ସ, ସ୍ପେନ ଓ ୟୁଏସ ଆଦି ଦେଶ ଏହି ମେଥୋଡୋଲୋଜିର ପରୀକ୍ଷଣ କରିସାରିଛନ୍ତି। ଆବୁଧାବୀ ଡେଜର୍ଟରେ ମଧ୍ୟ ଏହାର ବ୍ୟବହାର ହୋଇସାରିଛି। କିନ୍ତୁ ବର୍ଷା ହେବା ପାଇଁ ଏହା ଜରୁରୀ ଯେ, ବାୟୁମଣ୍ଡରେ ଅଳ୍ପ ଆଦ୍ରତା ରହିବା ଦରକାର। ଏହି ପକ୍ରିୟା ୩ଟି ପର୍ଯ୍ୟାୟରେ ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ ହଲଚଲ ସୃଷ୍ଟି କରାଯାଇଥାଏ। ଦ୍ବିତୀୟ ପର୍ଯ୍ୟାୟରେ ବିଲ୍ଡିଂ ଅପ୍ କୁହାଯାଏ ଓ ତୃତୀୟରେ କେମିକାଲ ଛଡା ଯାଇଥାଏ।