ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ ମୁଖ୍ୟମନ୍ତ୍ରୀ ହେବା ପରେ, ଆରମ୍ଭ ହୋଇଛି ପୁଲିସର ଜୋରଦାର କାର୍ଯ୍ୟାନୁଷ୍ଠାନ। ପୁଲିସ ଏବେ ହାୱଡାର କଥିତ ଡନ ଆକାଶ ସିଂହ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ପୁଲିସ ଆକାଶ ସିଂହକୁ କେବଳ ଗଞ୍ଜି ଓ ଅଣ୍ଡୱିୟାର ପିନ୍ଧାଇ ହାୱଡାର ରାସ୍ତାରେ ବୁଲାଇଛି। ସୂତ୍ରାନୁସାରେ , ପୁଲିସ ତାକୁ ଚଳିତ ମାସର ଆରମ୍ଭରେ ଗିରଫ କରି ଥିଲା। ବୁଧବାର ପୁଲିସ ତାକୁ ନେଇ ସେହି ଅଞ୍ଚଳ ଗୁଡ଼ିକରେ ପହଞ୍ଚି ଥିଲା, ଯେଉଁଠି ସେ କଥିତ ରୂପେ ଅପରାଧିକ ଘଟଣା ସବୁ ଘଟାଇ ଥିଲା। ଏହି ସମୟରେ କ୍ରାଇମ୍ ସିନକୁ ପୁନର୍ବାର କରାଯାଇ ଥିଲା।
ପୁଲିସର ଦାବି ଯେ, ଆକାଶ ସିଂହ ଉପରେ ୨୦୨୧ ମସିହାରେ, ପୁଲିସକର୍ମୀଙ୍କୁ ଟାର୍ଗେଟ୍ କରି ଗୁଳି ଚଳାଇବା ଓ ୨୦ରୁ ଅଧିକ ବୋମା ଫିଙ୍ଗିବାର ଗୁରୁତର ଅଭିଯୋଗ ଅଛି। ପୁଲିସ ସୂତ୍ରାନୁସାରେ ,ଯେବେ ଅଭିଯୁକ୍ତକୁ ଅଣାଗଲା , ସେହି ସମୟରେ ସେ ସେହି ସ୍ଥିତିରେ ଥିଲା ଏବଂ ସେହି ଅବସ୍ଥାରେ ତାକୁ ବିଭିନ୍ନ ସ୍ଥାନ ନିଆଗଲା। ଯାଞ୍ଚ ଅଧିକାରୀମାନେ ସେହି ସ୍ଥାନ ଗୁଡ଼ିକୁ ଅନୁଧ୍ୟାନ କଲେ , ଯେଉଁଠି ୨୦୨୧ ଓ ଏହାପରେ ଅନେକ ଥର ଆକ୍ରମଣ , ବୋମାମାଡ଼ ଓ ଅନ୍ୟସବୁ ଅପରାଧିକ ଘଟଣା ହୋଇଥିଲା।
ଏହି କାର୍ଯ୍ୟାନୁଷ୍ଠାନକୁ ପୁଲିସ ଅପରାଧୀଙ୍କ ପାଇଁ ଦୃଢ ସନ୍ଦେସ ଭାବେ ଦେଖୁଛି। ଅଞ୍ଚଳରେ ଅନେକ ପୁଲିସ ଫୋର୍ସ ମୁତୟନ ରହିଛି ଏବଂ ପୂରା ଘଟଣାକ୍ରମକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଖୁବ୍ ଆଲୋଚନା ହେଉଛି। କେବଳ ଏତିକି ନୁହେଁ , ପୁଲିସ ଆକାଶ ସିଂହର ଦାଢି ଓ ନିଶ ମଧ୍ୟ କଟାଇ ତାଙ୍କୁ ସଡକରେ ବୁଲାଇଛି। ପୁଲିସର ଏହି କାର୍ଯ୍ୟାନୁଷ୍ଠାନର ଅନେକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଆକାଶ ସିଂହ କିଏ ?
କୁହାଯାଉଛି ଯେ, ଆକାଶ ସିଂହ ହାୱଡା ଅଞ୍ଚଳର କୁଖ୍ୟାତ ଅପରାଧି। ସ୍ଥାନୀୟ ଲୋକେ ତାକୁ ଡନ୍ ଭାବୋ ସମ୍ୱୋଧନ କରନ୍ତି। ଆକାଶ ବିରୋଧରେ ବଟି ଆଦାୟ କରିବା , ଡ଼ରାଇ ଧମକାଇବାର ଅନେକ ଅଭିଯୋଗ ରହିଛି। ୨୦୨୧ ମସିହାରେ ପୁଲିସ ଯେତେବେଳେ ତାକୁ ଧରିବାକୁ ଯାଇଥିଲା , ତ ସେ ପୁଲିସ ଉପରେ ଫାୟାରିଂ କରିଥିଲା। ପୁଲିସ ଚାହିଁ ମଧ୍ୟ ଆକାଶ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ପାରୁ ନଥିଲା। କୁହାଯାଉଛି ଯେ, ଯେବେ ବଙ୍ଗଳାରେ ଟିଏମସିର ସରକାର ଥିଲା , ତ ପୁଲିସ ମହଲରେ ଆକାଶର ଖୁବ୍ ଦବଦବା ଥିଲା। ଅନେକ ବଡ଼ ବଡ଼ ନେତା ଓ ପୁଲିସ ଅଧିକାରୀଙ୍କ ସହ ତାର ଉଠିବା ବସିବା ଥିଲା।
ଦେଖନ୍ତୁ ଏହି ଭିଡ଼ିଓ - କକରୋଚ୍ ଜନତା ପାର୍ଟି ନେଇ ପ୍ରଶାନ୍ତ କିଶୋରଙ୍କ ପ୍ରତିକ୍ରିୟା, 'ସତ୍ତାରେ ଥିବା ଲୋକଙ୍କ ପାଇଁ ଏହା ଚିନ୍ତାର ବିଷୟ'
ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟାନୁଷ୍ଠାନ ବେଳେ ଅଭିଯୁକ୍ତକୁ ସାର୍ବଜନିକ ଭାବେ ଅର୍ଦ୍ଧନଗ୍ନ ଅବସ୍ଥାରେ ଦେଖା ଯିବାକୁ ନେଇ ବିବାଦ ମୁଣ୍ଡ ଟେକିଛି। ସମାଲୋଚକଙ୍କ କହୁଛନ୍ତି ଯେ, ଏହିପରି କାର୍ଯ୍ୟାନୁଷ୍ଠାନ ମାନବାଧିକାର ଓ ପୁଲିସ ଆଚରଣ ଉପରେ ପ୍ରଶ୍ନ ଠିଆ କରିଛି। ସେପଟେ ପୁଲିସର କହିଛି ଯେ, ଏହା ଏକ ମାନକ ଯାଞ୍ଚ ପ୍ରକ୍ରିୟାର ଅଂଶବିଶେଷ ଥିଲା ଏବଂ ଏଥିରେ ସୁରକ୍ଷା କାରଣ ଗୁଡ଼ିକର ପାଳନ କରାଯାଇ ଥିଲା। ଏହି ଅପରେସନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କରାଯାଇଛି।
ଆହୁରି ମଧ୍ୟ ପଢନ୍ତୁ : ସେଦିନ କେଶବ ପ୍ରସାଦ ମୌର୍ଯ୍ୟ ଅତୀକ ଅହମଦଙ୍କୁ ମାରି ଥାନ୍ତେ ଗୁଳି , ବାହାର କରି ଦେଇ ଥିଲେ ଲାଇସେନ୍ସ ରାଇଫଲ