ମୁମ୍ବାଇ ୧୦/୦୧: ହ୍ରିତିକ୍ ରୋଶନ ଆଜି ବଲିଉଡ୍ ସିନେମାର ସବୁଠାରୁ ପପୁଲାର ଅଭିନେତାଙ୍କ ମଧ୍ୟରୁ ଜଣେ । କେତେବେଳେ ସେ ରୋମାଣ୍ଟିକ ଭୂମିକାରେ ତ ଆଉ କେତେବେଳେ ଆକ୍ସନରେ। ଫ୍ୟାନ୍ସଙ୍କୁ ଇମ୍ପ୍ରେସ୍ କରିବାରେ କୌଣସି ମଉକା ଛାଡନ୍ତି ସେ। ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରନ୍ତି ହ୍ରିତିକ। ହୁଏତ ଖୁବ୍ କମ ଲୋକେ ଜାଣିଥିବେ ଯେ ଆକ୍ସନ ହିରୋ ସହ ତାଙ୍କର ସମ୍ପର୍କ ପିଲାଦିନରୁ ଆରମ୍ଭ ହୋଇଥିଲା । ଏହି କାରଣରୁ, ଅଭିନେତା ଥରେ ନିଖୋଜ ହୋଇଯାଇଥିଲେ ଏବଂ ତାଙ୍କ ପରିବାର ତାଙ୍କୁ ଖୋଜିବା ପାଇଁ ପୋଲିସକୁ ଡାକିବାକୁ ଯାଉଥିଲେ।

ଏହି କାହାଣୀ ହ୍ରିତିକ୍ ରୋଶନଙ୍କ ପିଲାଦିନର। ଅଭିନେତା ଛୋଟ ବୟସରୁ ଆକ୍ସନ୍ ଫିଗର୍ ଏବଂ ଖେଳଣା କାରର ବଡ଼ ପ୍ରଶଂସକ ଥିଲେ। ଏହି ଜିନିଷଗୁଡ଼ିକ ସହିତ ଖେଳିବା ସମୟରେ ସେ ପ୍ରାୟତଃ ନିଜ ଦୁନିଆରେ ହଜିଯାଉଥିଲେ। ତାଙ୍କର ଏହି ଅତ୍ୟଧିକ ଆକର୍ଷଣ ତାଙ୍କ ପରିବାରକୁ ଦିନେ ଚିନ୍ତାରେ ପକାଇଥିଲା। ଅଭିନେତା ଥରେ ଆକ୍ସନ ଫିଗର ଏବଂ ଖେଳଣା ସହିତ ଖେଳୁଥିବା ସମୟରେ ହଜି ଯାଇଥିଲେ।

ପରିବାରର ସମସ୍ତ ସଦସ୍ୟ ହ୍ରିତିକ ରୋଶନଙ୍କୁ ଖୋଜିବାରେ ଲାଗିପଡ଼ିଥିଲେ। ସେମାନେ ସାରା ଘର ଖୋଜିଥିଲେ ସୁଦ୍ଧା ତାଙ୍କୁ ପାଇନଥିଲେ। ଯେତେବେଳେ ବାପାମାଆ ପୁଲିସକୁ ଡାକିବାକୁ ଯାଉଥିଲେ, ସେମାନେ ହ୍ରିତିକଙ୍କୁ ତାଙ୍କ ବିଛଣା ତଳେ ବସି ଖେଳଣା ସହିତ ଖେଳୁଥିବାର ଦେଖିଲେ। ତେବେ ହ୍ରିତିକ୍ ରୋଶନ ୨୦୦୦ ମସିହାରେ ତାଙ୍କ ପିତା ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ଫିଲ୍ମ 'କହୋ ନା... ପ୍ୟାର ହେ' ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ପ୍ରଥମ ଫିଲ୍ମରୁ ସେ ଷ୍ଟାର ହୋଇଯାଇଥିଲେ ଏବଂ ଏଥିପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ଜିତିଥିଲେ।